Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୋଷ୍ଟାଲ ବାଲଟରେ ଭୋଟ ଦେଲେ ଗଣମାଧ୍ୟମ ପ୍ରତିନିଧି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୋଷ୍ଟାଲ ବାଲଟରେ ଭୋଟ ଦେଲେ ଗଣମାଧ୍ୟମ ପ୍ରତିନିଧି


ମାଲକାନଗିରି: ଆସନ୍ତା ୧୩ ତାରିଖ ରେ ହେବାକୁ ଥିବା ନିର୍ବାଚନ ପାଇଁ ଗତକାଲି ପ୍ରଥମ ପର୍ଯ୍ୟାୟରେ ପ୍ରଥମ ଥର କରି ୨୭ ଜଣ ଗଣମାଧ୍ୟମ ପ୍ରତିନିଧି ପୋଷ୍ଟାଲ ବାଲଟରେ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଅବଶିଷ୍ଟ ୫ ଜଣ ଆଜି ନିଜ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି । ଆସନ୍ତା ୧୩ ତାରିଖ ରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ନିର୍ବାଚନ ହେବାକୁ ଯାଉଥିବା ବେଳେ , ସେହି ଦିନ ନବରଙ୍ଗପୁର ଲୋକସଭା ଆସନ ସହ ମାଲକାନଗିରି ଏବଂ ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ମଧ୍ୟ ନିର୍ବାଚନ ହେବାକୁ ଯାଉଛି । ଚଳିତ ନିର୍ବାଚନ ପାଇଁ ରାଜ୍‌ଯ ନିର୍ବାଚନ କମିସନର କାର୍ଯ୍ୟରତ ଗଣ ମାଧ୍ୟ୍ୟମ ପ୍ରତିନିଧି ଙ୍କ ନିମନ୍ତେ ପ୍ରଥମ ଥର କରି ପୋଷ୍ଟାଲ ବ୍ୟାଲଟ ରେ ଭୋଟ ଦେବାର ସୁଯୋଗ ଦେଇଛନ୍ତି । ମାଲକାନଗିରି ଜିଲ୍ଲା ରେ ପ୍ରଥମ ଥର କରି ଗତକାଲି ୧୪୬-ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୨୭ଜଣ ଗଣମାଧ୍ୟମ ପ୍ରତିନିଧି ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ସ୍ୱତନ୍ତ୍ର ବୁଥ ମାଧ୍ୟମରେ ପୋଷ୍ଟାଲ ବ୍ୟାଲଟ ରେ ଶାନ୍ତିଶୃଙ୍ଖଳା ର ସହ ଭୋଟ ଦେଇଛନ୍ତି । ରିଟର୍ଣ୍ଣିଙ୍ଗ ଅଫିସର ତଥା ଉପଜିଲ୍ଲାପାଳ ଦୁର୍ଯ୍ୟଧନ ଭୋଇ ଉପସ୍ଥିତ ରହି କାର୍ଯ୍ୟକ୍ରମ ତଦାରଖ କରିଥିଲେ । ବୁଥ ଇନଚାର୍ଜ ଭାବେ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଗୋବର୍ଧନ ପୂଜାରୀ, ଆଟେଷ୍ଟେଡ଼ ଅଫିସର ଭାବେ ପୌପରିଷଦ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ଖରା ସୁଚାରୁ ଭାବେ ଦାଇତ୍ୱ ତୁଲାଇଥିଲେ । ଆଜି ୧୪୭-ଚିତ୍ରକୋଣ୍ଡା ବିଧାନସଭା ଆସନ ପାଇଁ ୫ଜଣ ସାମ୍ବାଦିକ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ଠାରେ ପୋଷ୍ଟାଲ ବ୍ୟାଲଟ ମାଧ୍ୟମ ରେ ନିଜର ମତଦାନ କରିଛନ୍ତି । ପୋଷ୍ଟାଲ ବାଲାଟ ରେ ଭୋଟ ଦେବା ପାଇଁ ମାଲକାନଗିରି ଜିଲ୍ଲା ରେ ୩୭ଜଣ ସାମ୍ବାଦିକ ପୂର୍ବରୁ ଆବେଦନ କରିଥିଲେ ।ସେଥିମଧ୍ୟରୁ ୫ଜଣ ଙ୍କର ବିଭିନ୍ନ କାରଣ ଯୋଗୁ କଟିଯାଇଥିବା ବେଳେ ୩୨ ଜଣ ପୋଷ୍ଟାଲ ଭୋଟ ଦ୍ୱୋ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ୧୪୬ ମାଲକାନଗିରି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ସ୍ୱତନ୍ତ୍ର ଭୋଟ କେନ୍ଦ୍ର ରେ ୨୭ ଜଣ ସାମ୍ବାଦିକ ଭୋଟ ଦେଇଥିବା ବେଳେ ଆଜି ୧୪୭ ଚିତ୍ରକୋଣ୍ଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୫ ଜଣ ସାମ୍ବାଦିକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସର ର ସ୍ୱତନ୍ତ୍ର ଭୋଟ କେନ୍ଦ୍ର ରେ ପୋଷ୍ଟାଲ ଭୋଟ ଦେଇଛନ୍ତି । ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ନିମନ୍ତେ ରିଟର୍ଣିଂ ଅଫିସର୍ ଭବେ ଏ ଡି ଏମ ଓ ସୋମନାଥ ପ୍ରଧାନ ଙ୍କ ତତ୍ୱାବଧାନ ରେ ଇଞ୍ଚର୍ଜ୍ ଭାବେ ତନ୍ମୟ ମଣ୍ଡଳ ଏବଂ ଆଟେଷ୍ଟିଂ ଅଫିସର ଭାବେ ସୁଜିତ୍ ବେହେରା ଦାୟିତ୍ୱରେ ରହି ସୁଚାରୁ ରୁପେ ଦାୟିତ୍ୱ ତୁଲାଇ ଥିଲେ ।

Leave a Reply