ରାୟପୁର: ଛତିଶଗଡ଼ ଗଙ୍ଗଲୁର ଥାନା ପିଡ଼ିଆ ଜଙ୍ଗଲରେ ହୋଇଛିଏନ୍କାଉଣ୍ଟର । ରାଜ୍ୟ ପୁଲିସ ଏବଂ ସିଆର୍ପିଏଫ୍ର କୋବ୍ରା ଯବାନ୍ଙ୍କୁ ମିଳିଛି ବଡ଼ସଫଳତା । ଏନ୍କାଉଣ୍ଟରରେ ଟଳିଛନ୍ତି ୮ ମାଓବାଦୀ । ରିପୋର୍ଟ ପ୍ରସ୍ତୁତ ହେବା ସୁଦ୍ଧାଜାରିରହିଛି ସର୍ଚ୍ଚ ଅପରେସନ ।ମୃତାହତଙ୍କ ସଂଖ୍ୟା ବଢ଼ିବାସମ୍ଭାବନା ରହିଛି । ପିଡ଼ିଆଜଙ୍ଗଲରେ ୩୦ରୁ ୪୦ ଜଣମାଓବାଦୀ ଥିବା ନେଇସୁରକ୍ଷାକର୍ମୀଙ୍କୁ ସୂଚନାମିଳିଥିଲା । ସେମାନେ ସେଠାରେକିଛିଦିନ ହେବ କ୍ୟାମ୍ପ୍କରିରହିଥିଲେ । ବିଶେଷ ସୂତ୍ରରୁ ଖବର ପାଇବା ପରେ ସୁକମା, ଦନ୍ତେୱାଡା ଓ ବିଜାପୁରଆଦି ୩ଜିଲ୍ଲାର ପୁଲିସ ସହିତ ସିଆର୍ପିଏଫ୍ର କୋବ୍ରା ଯବାନ୍ମାନେ ମିଳିତ ଭାବେଅପରେସନ୍ କରିଥିଲେ । ବସ୍ତର ପୁଲିସ୍ ଆଇଜି ସୁନ୍ଦରରାଜ ପି. ଙ୍କ ନେତୃତ୍ୱରେ ଏହିଅପରେସନ ହୋଇଥିଲା । ସେହିଭଳି ତିନିଜିଲ୍ଲାର ଏସ୍ପିଙ୍କ ସମେତ ବସ୍ତର ଡିଆଇଜିଏହି ଅପରେସନ ଉପରେ ନଜର ରଖିଥିଲେ । ମୃତ ମାଓବାଦୀଙ୍କଠାରୁ ଅତ୍ୟାଧୁନିକବନ୍ଧୁକ ମିଳିଛି । ଆହୁରି ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ମଧ୍ୟ ମିଳିଛି । ସେଥିରୁ ଅନୁମାନ କରାଯାଉଛିଯେ ସେମାନେ କ୍ୟାଡର୍ ହୋଇଥିବେ । ଗତ ଏପ୍ରିଲ ୧୬ତାରିଖରେ ଛତିଶଗଡ଼ରକାଙ୍କେର ଜିଲ୍ଲାରେ ହୋଇଥିବା ଏନ୍କାଉଣ୍ଟର୍ରେ ପ୍ରାଣ ହରାଇଥିଲେ ୨୯ ମାଓବାଦୀ ।ସେହି ନିହତ ନକ୍ସଲଙ୍କ ମଧ୍ୟରେ ଥିଲେ ସଂଗଠନର ଟପ୍ କମାଣ୍ଡର ଶଙ୍କର ରାଓ ।ତା’ମୁଣ୍ଡରେ ୨୫ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ଗତ ଦୁଇ ତିନିମାସ ଭିତରେଛତିଶଗଡ଼ରେ ଏନ୍କାଉଣ୍ଟରେ ପ୍ରାୟ ୮୦ ମାଓବାଦୀ ନିହତ ହୋଇସାରିଲେଣି ।