Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଇସଲାମ୍ ବିବାହରେ ଲିଭ୍‌-ଇନ୍‌କୁ ଅନୁମୋଦନ ନାହିଁ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଇସଲାମ୍ ବିବାହରେ ଲିଭ୍‌-ଇନ୍‌କୁ ଅନୁମୋଦନ ନାହିଁ

ପ୍ରୟାଗରାଜ: ଆହ୍ଲାବାଦ ହାଇକୋର୍ଟ ଗତ ବୁଧବାର ଦିନ ଏକ ମାମଲାର ଶୁଣାଣି କରି କହିଛନ୍ତି ଯେ ଜଣେ ବିବାହିତ ମୁସଲମାନ ଦମ୍ପତି ଲାଇଭ-ଇନ୍ ସମ୍ପର୍କର ଅଧିକାର ପାଇ ନାହାଁନ୍ତି କାରଣ ଇସଲାମ ଅଧୀନରେ ଏପରି ସମ୍ପର୍କ ଅନୁମତିପ୍ରାପ୍ତ ନୁହେଁ । ହାଇକୋର୍ଟର ଜଷ୍ଟିସ୍ ଆର୍ ମାସୁଦି ଏବଂ ଜଷ୍ଟିସ୍ ଏ.କେ ଶ୍ରୀବାସ୍ତବଙ୍କ ବେଞ୍ଚ ଏହାର ଆଦେଶରେ କହିଛନ୍ତି ଯେ ବର୍ତ୍ତମାନ ନିକା ସମୟରେ ଇସଲାମିକ୍ ଲିଭ୍‌-ଇନ୍ ସମ୍ପର୍କକୁ ଅନୁମତି ଦିଏ ନାହିଁ । ଉଭୟ ବିଚାରପତି ସର୍ବସମ୍ମତି କ୍ରମେ କହିଛନ୍ତି ଯେ, ଯଦି ଏକାଠି ରହୁଥିବା ଦମ୍ପତି ବୟସ୍କ ହୋଇଥିବେ ଏବଂ ତାଙ୍କ ପାଖରେ ଜୀବତ ଜୀବନସାଥୀ ନଥିବେ, ତେବେ ପରିସ୍ଥିତି ଭିନ୍ନ ହୋଇଥାନ୍ତା ଏବଂ ସେମାନେ ନିଜ ଜୀବନକୁ ନଜ ଇଛାରେ ବଞ୍ଚିପାରିବେ । ବେଞ୍ଚ ଏହା ମଧ୍ୟ କହିଛି ଯେ, ବିବାହ ପ୍ରତିଷ୍ଠାନ କ୍ଷେତ୍ରରେ ସାମ୍ବିଧାନିକ ନୈତିକତା ଏବଂ ସାମାଜିକ ନୈତିକତା ମଧ୍ୟରେ ଏକ ସନ୍ତୁଳନ ରହିବା ଉଚିତ । ଉଭୟ ବିଚାରପତି କହିଛନ୍ତି ଯେ ଏହି “ସନ୍ତୁଳନ” ର ଅନୁପସ୍ଥିତିରେ ସମାଜରେ ଶାନ୍ତି ଏବଂ ସାମାଜିକ ସମନ୍ୱୟ ଲୋପ ପାଇବ । ସ୍ନେହା ଦେବୀ ଏବଂ ମହମ୍ମଦ ଶାଦବ ଖାନଙ୍କ ଦ୍ୱାରା ଦାଖଲ ହୋଇଥିବା ଏକ ଲିଖିତ ଆବେଦନ ଶୁଣାଣି ବେଳେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି । ମହିଳାଙ୍କ ପିତାମାତା ଶାଦବ ଖାନଙ୍କ ବିରୋଧରେ ପୋଲିସ ଅଭିଯୋଗ ଦାଖଲ କରିବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନରୁ ସୁରକ୍ଷା ମାଗିଥିଲେ, ଯେଉ:ଥିରେ ଖାନଙ୍କ ଉପରେ ସେମାନଙ୍କ ଝିଅକୁ ଅପହରଣ କରିନେବା ଏବଂ ନିକା କରିବା ପାଇଁ ପ୍ରେରିତ କରିବା ଅଭିଯୋଗ ହୋଇଥିଲା ।

Leave a Reply