Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
୧୦୦ରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

୧୦୦ରୁ ଊର୍ଦ୍ଧ୍ୱ ଅଙ୍ଗନୱାଡି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ


ଆସିକା: ଆସିକା ମହିଳା ଓ ଶିଶୁ ମଙ୍ଗଳ ବିଭାଗର ଅଜବ ନୀତି ଦେଖିବାକୁ ମିଳିଛି ଆସିକା ବ୍ଲକରେ । ପ୍ରାୟ ୧୦୦ ରୁ ଅଧିକ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ନାହିଁ । ପ୍ରବଳ ଗ୍ରୀଷ୍ମ ପ୍ରବାହରେ ପ୍ରାକ ବିଦ୍ୟାଳୟରେ ଅଧୟନ ରତ କୋମଳମତି ଶିଶୁ ଗରମରେ ହେଉଛନ୍ତି ଡହକ ବିକଳ । ଏହି ଶିଶୁ ମାନଙ୍କ ଗୁହାରି ଶୁଣିବାକୁ କେହି ଆଗ୍ରହ ପ୍ରକାଶ କରୁ ନାହାନ୍ତି । ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ମଙ୍ଗଳ ବିଭାଗ ପକ୍ଷରୁ ପରିଚାଳିତ ଆସିକା ବ୍ଲକର ସାମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ଅଧୀନରେ ଥିବା ଅଙ୍ଗନବାଡି କେନ୍ଦ୍ର ମଧ୍ୟରୁ ପ୍ରାୟ ୧୦୦ ଗୋଟି ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ସଂଯୋଗ ହୋଇନାହିଁ । ପ୍ରକାଶ ଥାଉକି ଆସିକା ବ୍ଲକର ୨୭ ଗୋଟି ପଞ୍ଚାୟତରେ ମୋଟା ୨୫୧ ଗୋଟି ଅଙ୍ଗନବାଡି କେନ୍ଦ୍ର ଖୋଲା ଯାଇଛି । ଏହି ଅଙ୍ଗନବାଡି କେନ୍ଦ୍ରରେ ପ୍ରାୟ ୩୦୭୪ ଜଣ ଝିଅ ଏବଂ ୩୨୪୧ ଜଣ ପୁଅ ମିଶି ମୋଟ ୬୨୪୧ ଶିଶୁ ପଞ୍ଜିକରଣ ହୋଇଛନ୍ତି । ମୋଟ ୨୫୧ କେନ୍ଦ୍ର ରୁ ୧୭୭ କେନ୍ଦ୍ରରେ ନିଜସ୍ୱ ଅଙ୍ଗନବାଡି କେନ୍ଦରେ ଚାଲୁଥିବା ବେଳେ ୫୮ ଗୋଟି ଅଙ୍ଗନୱାଡି କେନ୍ଦ୍ର ରେ ନିଜସ୍ୱ କୋଠାର ନିର୍ମାଣ ଚାଲିଥିବା କଥା ସିଡିପିଓ କାର୍ଯ୍ୟଳୟ ପକ୍ଷରୁ ସୂଚନା ମିଳିଛି । ସେଥିରୁ ମାତ୍ର ୭୭ ଅଙ୍ଗନବାଡି କେନ୍ଦ୍ରରେ ବିଦ୍ୟୁତ ଯୋଗାଣ ହୋଇଥିଲେ ସୁଦ୍ଧା ଆହୁରି ସମ୍ପୂଣ୍ଣ ହୋଇଥିବା ଅପାତତଃ ୧୦୦ କେନ୍ଦ୍ର ରେ ବିଦ୍ୟୁତ ସଂଯୋଗ ହୋଇନାହିଁ । ଏସମ୍ପର୍କରେ ଦୀର୍ଘ ଦିନ ହେଲା ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲାର ସାମଜ ମଙ୍ଗଳ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ଏହାର ସୁଫଳ ମିଳିନାହିଁ । ରାଜ୍ୟ ସରକାର ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ୦୩ ରୁ ୦୬ ବର୍ଷ ପିଲା ମାନଙ୍କୁ ପ୍ରାକ ବିଦ୍ୟାଳୟ ରେ ଶିକ୍ଷା, ପୃଷ୍ଟିକର ଖାଦ୍ୟ ବଣ୍ଟନ ବ୍ୟବସ୍ଥା, ପାନୀୟ ଜଳ ବ୍ୟବସ୍ଥା କରିବା ନିୟମ ରହିଛି । ଏଥି ସହିତ ଏହି କେନ୍ଦ୍ରରେ ଗର୍ଭବତୀ ଓ ପ୍ରସୂତି ମହିଳା ମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ପୃଷ୍ଟିକର ଖାଦ୍ୟ ବଣ୍ଟନ କରାଯାଉଛି । ଅଞ୍ଚଳର କିଶୋରୀ ମାନଙ୍କ ପରିଷ୍କାର, ପାରିଚ୍ଛନ୍ନତା, ବିକାଶ ଉପରେ ସାପ୍ତାହିକ ଶନିବାର ଦିନ ଅଦ୍ୱିକା ବୈଠକ ଅନୁଷ୍ଠିତ ହେଉଛି । ତଥାପି ଯନ୍ତ୍ରୀ ଏବଂ ଅଧିକାରୀ ମାନଙ୍କ ଦୁରଦୃଷ୍ଟି ଅଭାବ କିମ୍ବା ଆନ୍ତରିକତା ଅଭାବ କାରଣରୁ ଏଭଳି ବିଦ୍ୟୁତ ନଥାଇ ଅଙ୍ଗନବାଡି କେନ୍ଦ୍ର ଚାଲୁଛି । ଜିଲ୍ଲାପ୍ରଶାସନ ଏଥି ପ୍ରତି ଶୀଘ୍ର ଧ୍ୟାନ ଦେଲେ ହଜାର ହଜାର ଶିଶୁ ଉପକୃତ ହେବେ ବୋଲି ଶିଶୁମାନଙ୍କ ଅଭିଭାବକ ମାନେ ଦାବି କରିଛନ୍ତି ।

Leave a Reply