Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଧ୍ୟା ୫ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ


ଲୋକସଭା ନିର୍ବାଚନରେ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ଦେଶରେ ୬୧ ପ୍ରତିଶତ ଭୋଟ ପଡିଥିବା ମୁଖ୍ୟ ନିର୍ବାଚନ କମିଶନଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ୧୨ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୮୮ ଆସନ ପାଇଁ ପଡିଛି ଭୋଟ । ଆସାମରେ ୭୦.୬୬ ପ୍ରତିଶତ, ବିହାରରେ ୫୩.୦୩, ଛତିଶଗଡରେ ୭୨.୧୩. ଜମ୍ମୁକାଶ୍ମୀରରେ ୬୩.୯୦, କେରଳରେ ୬୩,୯୭. ମଧ୍ୟପ୍ରଦେଶରେ ୫୪.୮୩. ମହାରାଷ୍ଟ୍ରରେ ୫୩.୫୧, ମଣିପୁରରେ ୭୬.୦୬. ରାଜସ୍ଥାନରେ ୫୯.୧୯. ତ୍ରିପୁରାରେ ୭୭.୫୩. ଉତରପ୍ରଦେଶରେ ୫୨.୭୪ ଓ ପଶ୍ଚିମବଙ୍ଗରେ ୭୧.୮୪ ପ୍ରତିଶତ ଭୋଟ ପଡିଛି । ପୂର୍ବ ତୁଳନାରେ ଏଥରକ ଅଧିକ ସୁରୁଖୁରରେ ଭୋଟ ପଡିଛି । ସମସ୍ତ ଉତ୍ତେଜନାକୁ ରୋକିବା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ସେପଟେ ଲୋକସଭା ନିର୍ବାଚନରେ ଆଜି ୨ୟ ପର୍ଯ୍ୟାୟରେ ପଡିଛି ଭୋଟ । ୧୨ରାଜ୍ୟର ୮୮ ଆସନ ପାଇଁ ମତଦାନ ସରିଛି । ୧୨୦୬ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରିକ୍ଷା କରିଛନ୍ତି ଭୋଟ । କେରଳର ୨୦. କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୭, ବିହାର ୫, ଆସାମର ୫, ଛତିଶଗଡର ୩, ପଶ୍ଚିମବଙ୍ଗର ୩, ମଣିପୁର, ତ୍ରିପୁରା, ଜାମ୍ମୁକାଶ୍ମୀର ଗୋଟିଏ ଲେଖାଏଁ ଆସନରେ ପାଇଁ ମତଦାନ ହୋଇଛି । ଯଦି ନଜର ପକାଇବା ତେବେ ୨ୟ ପର୍ଯ୍ୟାୟ ମତଦାନରେ ଅନେକ ହେଭିୱେଟ ଚେହେରା ନିଜର ଭାଗ୍ୟ ପରିକ୍ଷା କରିଛନ୍ତି । ହେଭିୱେଟ ଚେହେରା ଭିତରେ ସବୁଠୁ ଆଗରେ ରହିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ୨୦୧୯ରେ ୩ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ରାହୁଲ ପୁଣି ଥରେ ସମାନ ଆସନରୁ ୨୦୨୪ ଭାଗ୍ୟ ପରୀକ୍ଷା କରୁଛନ୍ତି । ରାହୁଲଙ୍କ ବିପକ୍ଷରେ ବିଜେପିର କେ ସୁରେନ୍ଦ୍ରନଙ୍କ ପ୍ରାର୍ଥୀ କରିଛି । ସେପଟେ ସହଯୋଗୀ ଦଳ ସିପିଆଇଏ ବରିଷ୍ଠ ବାମପନ୍ଥି ନେତ୍ରୀ ଆନି ରାଜାଙ୍କୁ ରାହୁଲଙ୍କ ପାଇଁ ବଡ ଚ୍ୟାଲେଂଜ ଭାବେ ଉଭା ହୋଇଛନ୍ତି । ସେପେଟେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁରଙ୍କ ଉପରେ ଦଳ ଆସ୍ଥା ପ୍ରକଟ କରିଛି ଓ ଏଥରକ ମଧ୍ୟ ଟିକେଟ ଦେଇଛି ଦଳ । ତିରୁଅନନନ୍ତପୁରମରୁ ଲଢ଼ୁଥିବା ଥରୁରଙ୍କ ବିପକ୍ଷରେ ବିଜେପି କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ଛିଡା କରିଛି । ୩ଥର ଲଗାତାର ଏହି ଆସନରୁ ଜିତିସାରିଛନ୍ତି ଶଶି ଏଥରକ ମଧ୍ୟ ବିଜୟୀ ହେବାକୁ ଆଶା ରଖିଛନ୍ତି । ରାଜସ୍ଥାନ କୋଟା ଆସନରୁ ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରାର୍ଥୀ କରିଛି ବିଜେପି । ଏହି ଆସନରୁ ୨ଥର ଜିତିବା ପରେ ଏଥରକ ହ୍ୟାଟ୍ରିକ ଲକ୍ଷ୍ୟ ରଖିଛନ୍ତି ଓମ ବିର୍ଲା । କଂଗ୍ରେସର ପ୍ରହ୍ଲାଦ ଗୁଂଜଲ ତାଙ୍କ ବିପକ୍ଷରେ ଲଢ଼ୁଛନ୍ତି । ସେହିପରି ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କୁ କଂଗ୍ରେସ ରାଜନନ୍ଦଗାଓଁରୁ ପ୍ରାର୍ଥୀ କରିଛି । ତାଙ୍କୁ ଟକ୍କର ଦେଇଛନ୍ତି ବିଜେପି ସାଂସଦ ସନ୍ତୋଷ ପାଣ୍ଡେ । ଯଦିଓ ବିଜେପି ସୁବିଧାଜକ ସ୍ଥିତିରେ ରହିଛି ତଥାପି କଡା ଟକ୍କର ବଘେଲ ଦେଇପାରନ୍ତି । ଉତରପ୍ରଦେଶ ମେରଠରୁ ବିଜେପି ଟିକେଟରେ ଭାଗ୍ୟ ପରିକ୍ଷା କରୁଛନ୍ତି ଲୋକପ୍ରିୟ କଳାକାର ଅରୁଣ ଗୋଭିଲ । ଏହି ଆସନକୁ କଂଗ୍ରେସ ପ୍ରାର୍ଥୀ ଦେଇନଥିବାବେଳେ ବିଏସପି ଓ ସପା ନିଜ ନିଜର ପ୍ରାର୍ଥୀ ଛିଡା କରିଛନ୍ତି । ସେହିପରି ମଥୁରାରୁ ପୁଣି ଟିକେଟ ପାଇଁ ଭାଗ୍ୟ ପରୀକ୍ଷା କରିଛନ୍ତି ସାଂସଦ ତଥା ଅଭିନେତ୍ରୀ ହେମା ମାଳିନୀ । ୨୦୧୪ ଓ ୧୯ରେ ଲଗାତାର ବିଜୟ ହେବା ପରେ ହ୍ୟାଟ୍ରିକ ଲକ୍ଷ୍ୟ ରଖିଛନ୍ତି ହେମା । କଂଗ୍ରେସ ମୁକେଶ ଧନଗର ହେମାଙ୍କ ବିପକ୍ଷରେ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି ବେଙ୍ଗାଲୁରୁ ଦକ୍ଷିଣରୁ ଯୁବ ଚେହେରା ତେଜସ୍ୱୀ ଯାଦବ ଓ କର୍ଣ୍ଣାଟକ ମାଣ୍ଡ୍ୟାରରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଲଢ଼ୁଛନ୍ତି । ଜେଡିଏସ ଏଥରକ ବିଜେପି ସହ ମେଂଟ କରିଛି । ଅନ୍ୟପଟେ କେରଳ ଆଲାପୁଜା ଆସନରେ କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ତୃତୀୟ ଥର ନିର୍ବାଚିତ ହେବାକୁ ଆଶା ରଖିଛନ୍ତି । ଯୋଧପୁର ଆସନରୁ କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ ଲଢ଼ୁଛନ୍ତି

Leave a Reply