Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭିନ୍ନକ୍ଷମଙ୍କୁ ମିଳୁନି ସରକାରୀ ସୁବିଧା ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ବି ମିଳିଲାନି ଭତ୍ତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭିନ୍ନକ୍ଷମଙ୍କୁ ମିଳୁନି ସରକାରୀ ସୁବିଧା ଭିନ୍ନକ୍ଷମ ପ୍ରମାଣପତ୍ର ଥାଇ ବି ମିଳିଲାନି ଭତ୍ତା

ପାରଳାଖେମୁଣ୍ଡ:ଗଜପତି ଜିଲ୍ଲାରେ ଭିନ୍ନକ୍ଷମଙ୍କୁ ମିଳୁନି ସରକାରୀ ସୁବିଧା ସୁଯୋଗ. ୬୫ ପ୍ରତିଶତ ଭିନ୍ନକ୍ଷମ ପ୍ରମାଣପତ୍ରକୁ ନେଇ ଗତ ୨ ବର୍ଷ ଧରି ପଞ୍ଚାୟତସ୍ତରରୁ ଆରମ୍ଭ କରି ବ୍ଲକ ଓ ଜିଲ୍ଲା ପ୍ରଶାସନକୁ ବାରମ୍ବାର ବାରମ୍ବାର ଗୁହାରି କରିଥିଲେ ସୁଦ୍ଧା ଅନ୍ତତଃ ଭିନ୍ନକ୍ଷମ ଭତ୍ତା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ. ବର୍ତ୍ତମାନ ଏହି ଭିନ୍ନକ୍ଷମ ଆର୍ôଥକ ଅନାଟନ ମଧ୍ୟରେ ଦୁଃଖଦ ଜୀବନ ବିତାଇ ଆସୁଛନ୍ତି. ଏଭଳି ଏକ ଦୁଃଖଦ ଘଟଣା ଦେଖାଦେଇଛି ଗଜପତି ଜିଲ୍ଲାର ନୂଆଗଡ ବ୍ଲକରେ. ନୂଆଗଡ ବ୍ଲକର ତିତିସିଂ ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧି ତାରିଣୀ ପ୍ରସାଦ ପଣ୍ଡାଙ୍କୁ ସୂଚନା ପ୍ରଦାନ କରି କହିଛନ୍ତିଯେ, ପାଠପଢ଼ା ବୟସରେ ମାନସିକ ଏବଂ ଶାରୀରିକ ଭିନ୍ନକ୍ଷମ ଅବସ୍ଥାରେ ଶଯ୍ୟାରେ ସଂଘର୍ଷ କରୁଛନ୍ତି କିଶୋରୀ ବାଳିକା । ୬୫ ପ୍ରତିଶତ ଭିନ୍ନକ୍ଷମ ଥାଇ ମଧ୍‌ଯ ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକ ତିତିସିଂ ପଞ୍ଚାୟତର ଆଦିବାସୀ ଅଧ୍ୟଷିତ ଉପାନ୍ତ ଦୁର୍ଗମ ଅଞ୍ଚଳରେ. ପିକିଷ୍ମନୀ ରଇତ (୧୪) ପାଠପଢ଼ା ବୟସରେ ମାନସିକ ଏବଂ ଶାରୀରିକ ଅବସ୍ଥାରେ ଶଯ୍ୟାରେ ସଂଘର୍ଷ କରୁଛନ୍ତି । ନିଜେ ଶେଯରୁ ଉଠି ପାରୁନାହାନ୍ତି । ଏଥିପାଇଁ ଅନ୍ୟ ଉପ ପରେ ନିର୍ଭର କରିବାକୁ ପଡୁଛି । ଘରର ଏକ କୋଣ ବିଛଣା ଉପରେ ପଡ଼ି ରହି ଜୀବନକୁ ବିତାଉଛନ୍ତି ଓ ବାପା ମା ଝିଅର ସମସ୍ତ ସେବା କରି ଆସୁଛନ୍ତି । ଆଦିବାସୀ ଗରିବ ପରିବାରର ବାପା ମା\’ ମଜୁରୀ କରିବାକୁ ଗଲେ ଝିଅକୁ ଘର ଭିତରେ ରଖି କବାଟକୁ ବନ୍ଦ କରି ଯିବାକୁ ପଡୁଛି । ଜନ୍ମ ପରେ ପିତାମାତା ଝିଅଙ୍କୁ ନେଇ କେତେ ସ୍ୱପ୍ନ ଦେଖୁଥିଲେ । ଝିଅ ଗାଁରେ ସମସ୍ତଙ୍କ ସହିତ ମିଶି ଖେଳକୁଦ କରୁଥିଲା ଓ ପାଠ ପଢ଼ିବା ବୟସ ତଥା ୫ବର୍ଷ ହେବା ବେଳେ ଶରୀରରେ ମାଡ଼ି ବସିଥିଲା ଅଜଣା ରୋଗ । ପିତା ମାତା ଝିଅଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ । କିନ୍ତୁ ଝିଅର ଅବସ୍ଥାରେ କୌଣସି ସୁଧାର ଆସି ନଥିଲା ଓ ପିକିଲ୍ପନୀ ୧୨ ବର୍ଷ ବୟସ । । ହୋଇଥିବା ବେଳେ ୬୫ ପ୍ରତିଶତ ମାନସିକ ଏବଂ ଭିନ୍ନକ୍ଷମ ପ୍ରମାଣ ମାଣପତ୍ର ପାଇଛନ୍ତି । ଝିଅର ସ୍ୱାସ୍ଥ୍ୟ ପାଇଁ ଅର୍ଥ ବିନିଯୋଗ କରିଦେଇଥିବାରୁ ଚାରୁନିଜର ଘରଟିଏ କରି ପାରିନାହାନ୍ତି ବାପା । ଭାଇଙ୍କ ଘରେ ଆଶ୍ରା ନେଉଥିବା କହିଛନ୍ତି ଝିଅର ବାପା ପ୍ରତାପ ରଇତ । ଝିଅକୁ ଭିନ୍ନକ୍ଷମ ଭତ୍ତା ପାଇଁ ୨ବର୍ଷ ହବ ପଞ୍ଚାୟତ ଠାରୁ ବ୍ଲକ ଏବଂ ଜିଲ୍ଲା ପ୍ରଶାସନ ଜନ ଶୁଣାଣିରେ ଅଭିଯୋଗ କରିଆସୁଛି । କିନ୍ତୁ ଆଜି ପର୍ଯ୍ୟନ୍ତ କୌଣସି ପ୍ରକାର ସରକାରୀ ସହାୟତା କିମ୍ବା ଭତ୍ତା ମିଳିପାରିନାହିଁ ।

Leave a Reply