Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁମନ୍ଦିର ତରଫରୁ ପାରଳା ମହାରାଜାଙ୍କ ଜନ୍ମ ଜୟନ୍ତୀ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁମନ୍ଦିର ତରଫରୁ ପାରଳା ମହାରାଜାଙ୍କ ଜନ୍ମ ଜୟନ୍ତୀ ପାଳିତ

ସରସ୍ୱତୀ ଶିଶୁମନ୍ଦିର ତରଫରୁ ପାରଳା ମହାରାଜାଙ୍କ ଜନ୍ମ ଜୟନ୍ତୀ ପାଳିତ

ପାରଳାଖେମୁଣ୍ଡି: ପବିତ୍ର ଶୁକ୍ରବାର ଦିନ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ନବ ଉତ୍କଳର ନିର୍ମାତା ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବଙ୍କର ୧୩୩ତମ ଜୟନ୍ତୀ ମହାଆଡମ୍ବରରେ ପାଳିତ ହୋଇଯାଇଛି । ଏହି ଅବସରରେ ମହାରାଜାଙ୍କ ସମାଧି ପୀଠ, ବଜାର ଛକ ଓ ଗାନ୍ଧି ଛକ ସ୍ଥିତ ପାରଳା ମହାରାଜାଙ୍କ ପ୍ରତିମୂର୍ତ୍ତି ନିକଟରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହା ପରେ ବିଦ୍ୟାଳୟରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସରୋଜ କୁମାର ପଣ୍ଡା ଓଡ଼ିଶା ଗଠନରେ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଭୂମିକା ସମ୍ବନ୍ଧରେ ଆଲୋକ ପାତ କରିଥିଲେ । ଏହି କାର୍ଯ୍ୟକ୍ରମଟି ବିଦ୍ୟାଳୟର ସମସ୍ତ ଗୁରୁଜୀ ଗରୁମାଙ୍କ ସହଯୋଗରେ ସଫଳ ହୋଇଥିଲା ।

Leave a Reply