ସରସ୍ୱତୀ ଶିଶୁମନ୍ଦିର ଚତୃବିଂଶତମ ବାର୍ଷିକ ଉତ୍ସବ ପିଲାଙ୍କ ଶିକ୍ଷାରେ ବାପା ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ସରସ୍ୱତୀ ଶିଶୁମନ୍ଦିର ଚତୃବିଂଶତମ ବାର୍ଷିକ ଉତ୍ସବ ପିଲାଙ୍କ ଶିକ୍ଷାରେ ବାପା ମା’ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

କାକଟପୁର : ପୁରୀ ଜିଲ୍ଲା କାକଟପୁର ବ୍ଲକ କାକଟପୁର ସରସ୍ୱତୀ ଶିଶୁମନ୍ଦିର, ଚତୃବିଂଶତମବାର୍ଷିକ ଉତ୍ସବ ସମାରୋହ ଉଦୁଘାଟନ ହୋଇଛି । ଏହି ଉଦ୍‌ଘାଟନ ଉତ୍ସବରେ ମୁଖ୍ୟଅତିଥି ଭାବେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କୋରାପୁଟ ଉପକୁଳାଧିପତି ପ୍ରଫେସର ଶ୍ରୀଯୁକ୍ତ ଚକ୍ରଧର ତ୍ରିପାଠୀ, ମୁଖ୍ୟବକ୍ତା ଓଟିଭି ସର୍ବେ ଭବନ୍ତୁ ସୁଖିନଃ ପ୍ରବକ୍‌ତା ଶ୍ରୀଯୁକ୍ତ ବୀରେନ୍ଦ୍ର କୁମାର ପଣ୍ଡା, ସମ୍ମାନୀତ ଅତିଥି ଶିକ୍ଷାବିତି ଶ୍ରୀଯୁକ୍ତ ସୁରେନ୍ଦ୍ର କୁମାର ମାଣିକ, ସମ୍ପାଦକ ଶ୍ରୀଯୁକ୍ତ ପ୍ରଭାକର ଖୁଣ୍ଟିଆ, ପ୍ରଧାନଆଚାର୍ଯ୍ୟ ଶ୍ରୀଯୁକ୍ତ ତନ୍ମୟ କୁମାର ପାତ୍ର ଥିବାବେଳେ ସଭାପତିତ୍ୱ କରିଥିଲେ ଶିକ୍ଷାବିତି ଶ୍ରୀଯୁକ୍ତ ପ୍ରମୋଦ କିଶୋର ପୃଷ୍ଟି । ନିଜ ଅଭିଭାଷଣରେ ମୁଖ୍ୟଅତିଥି ଶ୍ରୀ ତ୍ରିପାଠୀ କହିଥିଲେ, ପିଲାମାନେ କେବଳ ବିଦ୍ୟାଳୟରେ ଯେତିକି ପାଠ ପଢୁଛନ୍ତି ସେତିକି ଯଥେଷ୍ଟ ନୁହେଁ, ସେମାନଙ୍କୁ ଶିକ୍ଷାଦେବାରେ ବାପା ମା \’ଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ବିଦ୍ୟାଳୟର ପ୍ରତିଷ୍ଠାତା ତଥା ପ୍ରାକ୍ତନ ଶିକ୍ଷକଙ୍କ ଶିକ୍ଷାଦାନରେ କୃତିତ୍ୱ ହାସଲ କରି ଅନେକ ଛାତ୍ର ଛାତ୍ରୀ ପ୍ରତିଷ୍ଠିତ ହୋଇପାରିଥିବା କହିଥିଲେ । ତେବେ ବିଦ୍ୟାପୀଠ ର ସୁନାମକୁ ରାଜ୍ୟ ଏବଂ ରାଜ୍ୟ ବାହାରେ ବାଇବାକୁ ହେଲେ ଛାତ୍ର ଛାତ୍ରୀଙ୍କୁ ଆହୁରି ଅଧିକ ଅଧ୍ୟବସାୟ କରିବାକୁ ପଡିବ ବୋଲି ଆହ୍ୱାନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ଦେବା ସହ ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ସଭାପତି ପ୍ରମୋଦ କିଶୋର ପୃଷ୍ଟି ସଭା ପରିଚାଳନା କରିଥିଲେ । କାକଟପୁର ଅଞ୍ଚଳ ର ଅନେକ ଶିକ୍ଷାବିତ୍ ଓ ବୁଦ୍ଧିଜୀବୀ କୁନି କୁନି କଳାକାର ଙ୍କ ସୁମଧୁର କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସମସ୍ତଙ୍କୁ ପ୍ରଂଶସା କରିଥିଲେ । କାର୍ଯ୍ୟକ୍ରମରେ ଶିଶୁକଳାକାରଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନାରେ ବିଦ୍ୟାଳୟ ସମସ୍ତ ଗୁରୁଜୀ ଓ ଗୁରୁମା ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *