Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏକଲବ୍ୟ ବ୍ୟବସାୟୀ ପ୍ରଭାତ ଶାଖାର ୨୧ତମ ବାର୍ଷିକ ଉତ୍ସବ- ଶାରୀରିକ କଳା କୌଶଳ ପ୍ରଦର୍ଶନ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏକଲବ୍ୟ ବ୍ୟବସାୟୀ ପ୍ରଭାତ ଶାଖାର ୨୧ତମ ବାର୍ଷିକ ଉତ୍ସବ- ଶାରୀରିକ କଳା କୌଶଳ ପ୍ରଦର୍ଶନ

କୋରାପୁଟ : କୋରାପୁଟ ସହରର ପୁଜାରିପୁଟସ୍ଥିତ କଲ୍ୟାଣ ମଣ୍ଡପରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ଏକଲବ୍ୟ ବ୍ୟବସାୟୀ ପ୍ରଭାତ ଶାଖାର ୨୧ତମ ବାର୍ଷିକ ଉତ୍ସବ ପାଳନ କରାଯାଇଛି ।ସି.ଏଚ୍‌.ସାନ୍ତାକାର ମୁଖ୍ୟ ଅତିଥି, ସଂଘ ବୌଦ୍ଧିକ ପ୍ରମୁଖ ଅଶୋକ କୁମାର ସାହୁ ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥିଭାବେ ନଗର ସହ କାର୍ଯ୍ୟବାହ ସୁଶାନ୍ତ କୁମାର ତ୍ରିପାଠୀ ଯୋଗ ଦେଇଥିଲେ ।ଅରୁଣ କୁମାର ଦାସ ବାର୍ଷିକ ବିବରଣୀ ପାଠ କରିଥିଲେ ।ଦୁଷ୍ମନ୍ତ ପରିଡା କାର୍ଯ୍ୟକ୍ରମ ପରିଚାଳନା କରିବା ସହ ବ୍ୟକ୍ତିଗତ ସଙ୍ଗୀତ ଗାନ କରିଥିଲେ । ପୁଜାରିପୁଟ କଲ୍ୟାଣମଣ୍ଡପଠାରୁ ଏକ ଭବ୍ୟ ପଥସଂଚଳନ ବାହାରି ନଗର ପରିକ୍ରମା କରିଥିଲା ।କଲ୍ୟାଣ ମଣ୍ଡପଠାରେ ସ୍ବୟଂସେବକମାନେ ଶାରୀରିକ କଳା କୌଶଳ ପ୍ରଦର୍ଶନ କରିଥିଲେ ।ପୁରାତନ କଳା ସଂସ୍କୃତି ଓ ସାମାଜିକ ସ୍ଥିତିକୁ ବଂଚାଇବାକୁ ହେଲେ ଏପରି କାର୍ଯ୍ୟକ୍ରମ ଆବଶ୍ୟକତା ରହିଛି ବୋଲି ଅତିଥିମାନେ ମତ ରଖିଥିଲେ ।

Leave a Reply