Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଜଣେ ନକ୍ସଲ ମୃତ, ମାଓ ସାମଗ୍ରୀ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଜଣେ ନକ୍ସଲ ମୃତ, ମାଓ ସାମଗ୍ରୀ ଜବତ

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ସୁକମାରେ ପୁଣି ନକ୍ସଲ ପୁଲିସ ମଧ୍ୟରେ ଗୁଳିବିନିମୟ ଘଟିଛି । ସୂଚନା ଅନୁଯାୟୀ ଗତକାଲି ଗୁଇନ୍ଦା ସୂତ୍ରରୁ ଖବର ପାଇ ସୁକମା ଜିଲ୍ଲାର କିଷ୍ଟରାମ ଥାନା ଅନ୍ତର୍ଗତ ପେସେଲପାଡ ନିକଟସ୍ଥ ଜଂଗଲରେ ନକ୍ସଲ କ୍ୟାମ୍ପ କରି ରହିଛନ୍ତି । ତୁରନ୍ତ ଜିଲ୍ଲା ପୁଲିସ,ଡିଆରଜି ଏବଂ ବସ୍ତର ଫାଇଟର ଯବାନ ସେହି ଅଂଚଳରେ ଚଢାଉ କରିଥିଲେ ।ଆଜି ସକାଳ ୭ଟା ବେଳେ ନକ୍ସଲ ଯବାନଙ୍କୁ ଦେଖି ଅତର୍କିତ ଗୁଳି ଚଳାଇଥିଲେ । ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଥିଲା । ପରେ ପୁଲିସ ଘଟଣାସ୍ଥଳର ସର୍ଚ୍ଚ ଅପରେସନ ବେଳେ ଜଣେ ମୃତ ନକ୍ସଲର ଶବ ଜବତ କରିବା ସହ ବିପୁଳ ପରିମାଣରେ ମାଓ ସାମଗ୍ରୀ ଜବତ କରିଛି । ତେବେ ଏଠାରେ କିଷ୍ଟରାମ ଏରିଆ କମିଟିର ନକ୍ସଲମାନେ ବୈଠକ କରୁଥିଲେ । ପୁଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ । ତେବେ ମୃତ ନକ୍ସଲକୁ ଚିହ୍ନଟ କରାଯାଉଛି ।

Leave a Reply