Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କାହିଁକି ଡରୁଛନ୍ତି ସେହଜାଦା? - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କାହିଁକି ଡରୁଛନ୍ତି ସେହଜାଦା?

ନୂଆଦିଲ୍ଲୀ : ଡର ନାହିଁ, ପଳାଅ ନାହିଁ । ଆଜି କିଛି ଏଭଳି ଭାବେ ରାହୁଲ ଗାନ୍ଧି ଓ ପୁରା କଂଗ୍ରେସକୁ ସମାଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଅମେଠୀରୁ ରାହୁଲ ନିର୍ବାଚନ ନଲଢ଼ିବା ପରେ ଏବେ ଏହାକୁ ନେଇ ସିଧା ନିଶାନା କରିଛନ୍ତି ପ୍ରଧାନମନ୍ତ୍ରୀ । ଆଜି ପଶ୍ଚିମବଙ୍ଗ ଦୁର୍ଗାପୁରରେ ନିର୍ବାଚନୀ ସଭାକୁ ସମ୍ବୋଧନ ବେଳେ ନିଜ ଚିରାଚରିତ ଢଙ୍ଗରେ ରାହୁଲଙ୍କୁ ସେହଜାଦା କହି ସମ୍ବୋଧନ କରିଛନ୍ତି । କାହିଁକି ଡରୁଛନ୍ତି? କାହିଁକି ପଳାଉଛନ୍ତି..ଏତେ ଭୟ, ଏତେ ବିଚଳିତ କଣ ପାଇଁ ବୋଲି ମୋଦି ରାହୁଲଙ୍କୁ ପ୍ରଶ୍ନ କରିଛନ୍ତି । ଖାଲି ସେତିକି ନୁହେଁ, ସୋନିଆ ଗାନ୍ଧିଙ୍କ ନାଁ ନନେଇ ବି ପ୍ରବଳ ସମାଲୋଚନା କରିଛନ୍ତି । ଉତ୍ତରପ୍ରଦେଶ ଛାଡ଼ି ସୋନିଆ ରାଜସ୍ଥାନରୁ ରାଜ୍ୟସଭାକୁ ଯିବେ, ଏକଥା ନିର୍ବାଚନର ବହୁ ପୂର୍ବରୁ ସଂସଦରେ ସେ କହିଥିଲେ । ଆଉ ତାହା ସତ ବି ହେଲା । କଂଗ୍ରେସର ପରିସ୍ଥିତି ଏତେ ଶୋଚନୀୟ ହୋଇଛି କି, ଗତ ଥରରୁ ବି ଏଥର କମ୍ ଭୋଟ୍ ପାଇବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ପଶ୍ଚିମବଙ୍ଗର ଦୁର୍ଗାପୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରି ମୋଦି କହିଛନ୍ତି, ‘ଏଥର ନିର୍ବାଚନ ଫଳାଫଳ ସ୍ପଷ୍ଟ ହୋଇଛି । କୌଣସି ମତଦାନର ଆବଶ୍ୟକତା ନାହିଁ । ମୁଁ କହିଥିଲି ସେହଜାଦା(ରାହୁଲ ଗାନ୍ଧି) ୱାଏନାଡ ଆସନରୁ ହାରିଯିବେ, ତେଣୁ ସେ ଆଉ ଏକ ଆସନ ଦେଖି ନାମାଙ୍କନ ଭରିବେ, ଏଠେ ଠିକ୍ ତାହା ହୋଇଛି । ରାହୁଲ ଗାନ୍ଧି ଏବେ ଆମେଠିରୁ ଲଢେଇ କରିବାକୁ ଭୟ କରୁଛନ୍ତି । ସେଥିପାଇଁ ଏଥର ରାଏବରେଲୀରୁ ଟିକେଟ ନେଇଛନ୍ତି । ମୁଁ ତାଙ୍କୁ କହିବାକୁ ଚାହୁଁଛି, ଡର ନାହିଁ, ପଳାଅ ନାହିଁ ।’ ମୋଦି ଆହୁରି କହିଛନ୍ତି ଯେ, ରାହୁଲ ଗାନ୍ଧି ଏବେ ଆମେଠିରୁ ଲଢେଇ କରିବାକୁ ଭୟ କରୁଛନ୍ତି । ସେଥିପାଇଁ ଏଥର ରାଏବରେଲୀରୁ ଟିକେଟ ନେଇଛନ୍ତି । ମୁଁ ତାଙ୍କୁ କହିବାକୁ ଚାହୁଁଛି, ଡର ନାହିଁ, ପଳାଅ ନାହିଁ । ଉତ୍ତର ପ୍ରଦେଶ ରାୟବରେଲୀରୁ ନିର୍ବାଚନ ଲଢ଼ିବେ କଂଗ୍ରେସ ନେତା ରାହୁଲ ଗାନ୍ଧି । ଏନେଇ ଦଳ ପକ୍ଷରୁ ଘୋଷଣା କରାଯାଇଛି । ସେହିପରି ଆମେଠିରୁ ପ୍ରାର୍ଥୀ ହୋଇଛନ୍ତି କିଶୋରୀ ଲାଲ୍ ଶର୍ମା । ପ୍ରେସ ରିଲିଜ ଜରିଆରେ କଂଗ୍ରେସ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

Leave a Reply