Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତରେ ବସତି ସ୍ଥାପନ କରିବାର କୌଣସି ଅଧିକାର ଦାବି କରିପାରିବେ ନାହିଁ ବିଦେଶୀ: ଦିଲ୍ଲୀ ହାଇକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତରେ ବସତି ସ୍ଥାପନ କରିବାର କୌଣସି ଅଧିକାର ଦାବି କରିପାରିବେ ନାହିଁ ବିଦେଶୀ: ଦିଲ୍ଲୀ ହାଇକୋର୍ଟ


ନୂଆଦିଲ୍ଲୀ : କୌଣସି ବିଦେଶୀ ନାଗରିକଙ୍କୁ ଭାରତରେ ରହିବାର ଏବଂ ବସତି ସ୍ଥାପନ କରିବାର କୌଣସି ଅଧିକାର ନାହିଁ । ଏକ ମାମଲାର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ଏପରି ରାୟ ପ୍ରଦାନ କରିଛନ୍ତି । କୋର୍ଟ ଭାରତୀୟ ସମ୍ବିଧାନର ଧାରାକୁ ଭିତ୍ତି କରି ବିଦେଶୀଙ୍କୁ ଦେଶରେ ରହିବା ଓ ବସତି ସ୍ଥାପନ କରିବା ଦାବିକୁ ଅନୁମତି ଦେବାକୁ ମନା କରିଦେଇଛନ୍ତି । କୋର୍ଟ କହିଛନ୍ତି, ବିଦେଶୀଙ୍କ ମୌଳିକ ଅଧିକାର ଜୀବନ ଓ ସ୍ୱାଧିନତା ପର୍ଯ୍ୟନ୍ତ ସୀମିତ ଅଟେ । କୋର୍ଟ ସନ୍ଦିଗ୍ଧ ବାଲାଂଦେଶୀ ନାଗରିକ ଅଜଲ ଚକମା ପରିବାର ଦ୍ୱାରା ଦାଖଲ ବନ୍ଦୀ ପ୍ରତକ୍ଷୀକରଣ ଯାଚିକାକୁ ଖାରଜ କରିଦେଇଛନ୍ତି । ଅଜଲଙ୍କୁ ୨୦୨୨ ଅକ୍ଟୋବରରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅର୍ନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଗିରଫ କରାଯାଇଥିଲା । ଚକମାଙ୍କ ପରିବାର ଦାବି କରିଛନ୍ତି ଯେ, ଚକମାଙ୍କ ହିରାସତ ଅବୈଧ ଅଟେ । ଜଷ୍ଟିସ ସୁରେଶ କୁମାର ଓ ଜଷ୍ଟିସ ମନୋଜ ଜୈନଙ୍କ ଖଣ୍ଡପୀଠ କହିଛନ୍ତି, ଭାରତ ସମ୍ବିଧାନର ଧାରା ୧୯(୧)(ଇ) ଅନୁଯାୟୀ ବିଦେଶୀ ନାଗରିକ ଭାରତରେ ରହିବା ବା ବସତି ସ୍ଥାପନ କରିବାର ଅଧିକାର ନାହିଁ । ଚକମା ମାମଲା ଶୁଣାଣିବେଳେ ନିଜ ପକ୍ଷ ରଖିବାରେ ଅସଫଳ ରହିଛନ୍ତି କି, ଯେତେବେଳେ ସେ ବାଲାଂଦେଶ ପାର୍ସପୋର୍ଟରେ ଦେଶ ଛାଡି ଦେଇଥିଲେ ତେବେ ସେ କିପରି ଭାରତ ଫେରିଥିଲେ ।

Leave a Reply