ଘରେ ରହି ମତଦାନ କଲେ ୩୧ ଭୋଟର

ପଟ୍ଟାଙ୍ଗି : ଲୋକସଭା ଏବଂ ବିଧାନସଭା ନିର୍ବାଚନକୁ ଆଉ ଅଳ୍ପ କିଛି ଦିନ ବାକି ରହିଛି । ଏହା ପୂର୍ବରୁ ଯେଉଁ ଭୋଟରମାନେ ମତଦାନ କେନ୍ଦ୍ରରେ ପହଞ୍ଚି ମତଦାନ କରିବାକୁ ସକ୍ଷମ ନୁହଁନ୍ତି ସେମାନଙ୍କ ନିକଟରେ ପ୍ରଶାସନ ପହଞ୍ଚି ତାଙ୍କଠାରୁ ମତଦାନ ଗ୍ରହଣ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା ହୋଇଛି । ଏପରି କାର୍ଯ୍ୟକ୍ରମ ପ୍ରଥମଥର ନିର୍ବାଚନ ସମୟରେ ଆରମ୍ଭ ହୋଇଥିବାରୁ ନିର୍ବାଚନରେ ନିଜ ମତଦାନ ସାବ୍ୟସ୍ଥ କରିପାରୁ ନ ଥିବା ମତଦାତା ସେମାନଙ୍କ ମତଦାନ ସୁବିଧାରେ କରିପାରିବେ । ଏନେଇ ସେମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି । ଏପରି କାର୍ଯ୍ୟକ୍ରମ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକରେ ଦେଖିବାକୁ ମିଳିଛି । ବ୍ଲକ ପ୍ରଶାସନ ଅଧୀନରେ ଥିବା ୧୪ଟି ପଞ୍ଚାୟତ ମଧ୍ୟରୁ କୋଟିଆ, ମାଳିପୁଟ, ଦେଓପଟ୍ଟାଙ୍ଗି, ପୁକାଲି, ଚନ୍ଦକା, ପେଟୁରୁ, ରାଲେଗଡା, ଗାଙ୍ଗରାଜପୁର, ନୂଆଗାଁ ଏବଂ ପଟ୍ଟାଙ୍ଗି ଆଦି ୧୦ଟି ପଞ୍ଚାୟତରୁ ଆସିଥିବା ୩୧ଟି ଦରଖାସ୍ତକୁ ବିଚାରକୁ ନେଇ ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ସୁକାନ୍ତ ପଟ୍ଟନାୟକଙ୍କ ନେତୃତ୍ୱରେ ପୋଲିଂ ପର୍ସନାଲ୍‌, ପୋଲିସ ପ୍ରଶାସନ, ଜିପିଓ, ପିଇଓ ଦିବାକର ପୁରୋହିତ, ବିଏସ୍‌ଏସ୍‌ଓ ସୁଧୀର ସାହୁ ଦୁଇ ପ୍ରିଜାଇଡିଂ ଅଫିସର ମହେଶ୍ୱର ବେହେରା, ବୈଲ୍ୟଚନ ରଣା ଭୋଟ୍‌ଦାନ କେନ୍ଦ୍ରରେ ପହଞ୍ଚତ୍ ନ ପାରୁଥିବା ଭୋଟରଙ୍କ ନିକଟରେ ପହଞ୍ଚି ସେମାନଙ୍କ ମତଦାନ ଗ୍ରହଣ କରିଥିଲେ । ଘରେ ରହି ନିଜ ମତଦାନ ସାବ୍ୟସ୍ତ କରିଥିବାରୁ ସମ୍ପୃକ୍ତ ଭୋଟରଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।

Leave a Reply

Your email address will not be published. Required fields are marked *