Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିଜେପି ଏମ୍‌ଏଲ୍‌ଏ ଓ ନେତାଙ୍କୁ ହତ୍ୟା ଯୋଜନା କରୁଥିଲା ମୌଲବୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିଜେପି ଏମ୍‌ଏଲ୍‌ଏ ଓ ନେତାଙ୍କୁ ହତ୍ୟା ଯୋଜନା କରୁଥିଲା ମୌଲବୀ

ଲୋକସଭା ନିର୍ବାଚନ ଭିତରେ ପୁଲିସକୁ ମିଳିଲା ବଡ଼ ସଫଳତା । ଧରାପଡ଼ିଲା ବିଜେପି ବିଧାୟକ, ହିନ୍ଦୁବାଦୀ ନେତା ଓ କିଛି ଟିଭି ଚ୍ୟାନେଲ ଏଡିଟର୍‌ଙ୍କୁ ଧମକାଇବା ଓ ହତ୍ୟା ପାଇଁ ଷଡ଼ଯନ୍ତ୍ର ରଚୁଥିବା ମୌଲବୀ । ତାଙ୍କୁ ଗୁଜରାଟ ସୁରଟର କଠୌର ଅଞ୍ଚଳରୁ କ୍ରାଇମ୍‌ବ୍ରାଞ୍ଚ ଟିମ୍ ଗିରଫ କରିଛି । ଗିରଫ ମୌଲବୀ ଜଣଙ୍କ ହେଲେ ୨୭ ବର୍ଷୀୟ ସୋହେଲ ଅବୁବକର୍ ଟିମୋଲ । ସେ ବିଜେପି ନେତା ନୂପୁରୁ ଶର୍ମା, ବିଧାୟକ ଟି.ରାଜା ସିଂହ, ହିନ୍ଦୁବାଦୀ ନେତା ଉପଦେବ ରାଣାଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର ରଚୁଥିଲେ । ଅବୁବକର୍‌ଙ୍କ ମୋବାଇଲ ଫୋନ୍‌ରୁ ଅନେକ ଚକିତ କଲା ଭଳି ଖୁଲାସା ହୋଇଛି । ଅଭିଯୁକ୍ତ ପାକିସ୍ତାନ ଓ ନେପାଳ ସମେତ ଅନେକ ଦେଶରେ ରହୁଥିବା କଟ୍ଟରପନ୍ଥୀଙ୍କ ସହ ସମ୍ପର୍କ ରଖିଥିଲା । କେବଳ ସେତିକି ନୁହେଁ, ଏହି ମୌଲବୀ ଜଣକ ହିନ୍ଦୁ ସନାତନ ସଂଗଠନର ଜାତୀୟ ସଭାପତି ଉପଦେବ ରାଣାଙ୍କୁ ହତ୍ୟା କରିବା ପାଇଁ ୧ କୋଟି ଟଙ୍କାର ସୁପାରୀ ମଧ୍ୟ ଦେଇଥିଲା । ଏଥିପାଇଁ ପାକିସ୍ତାନରୁ ଅସ୍ତ୍ରଶସ୍ତ୍ର ଅର୍ଡର କରିଥିଲା । ଉପଦେବ ରାଣାଙ୍କ କମଲେଶ ତିୱାରୀ ଭଳି ହତ୍ୟା କରାଯିବାକୁ ଧମକ ମଧ୍ୟ ଦେଇଥିଲା । ମୋବାଇଲ୍ ଯାଞ୍ଚ ବେଳେ ହ୍ୱାଟସ୍‌ଆପ୍ ଚାଟ୍‌ରୁ ଏହି କଥା ସାମ୍ନାକୁ ଆସିଛି । ସୁରଟ ପୁଲିସ କମିଶନରଙ୍କ କହିବା ମୁତାବକ, ଏହି ମୌଲବିଙ୍କୁ ଦୀର୍ଘ ଦିନ ହେବ ଟ୍ରେସ୍ କରାଯାଉଥିଲା । ଶେଷରେ ତାକୁ ଆଜି ସୁରଟ୍ ଚୌକ୍ ବଜାରରୁ ଗିରଫ କରାଯାଇଛି । ତା\’ ମୋବାଇଲ୍‌କୁ ମଧ୍ୟ ଜବତ କରାଯାଇଛି । ସେ ପାକିସ୍ତାନ ଏବଂ ନେପାଳର କିଛି ଉଗ୍ରବାଦୀ ଲୋକଙ୍କ ସହ ଚାଟିଂ କରୁଥିଲା । ହିନ୍ଦୁ ସନାତନ ସଂଗଠନର ଜାତୀୟ ସଭାପତି ଉପଦେବ ରାଣାଙ୍କୁ ପ୍ରଥମେ ଟାର୍ଗେଟ କରିବା ତାଙ୍କ ଯୋଜନା ଥିଲା ।

Leave a Reply