Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୋଲିସ-ମାଓବାଦୀ ଗୁଳି ବିନିମୟ, ବହୁ ମାଓସାମଗ୍ରୀ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୋଲିସ-ମାଓବାଦୀ ଗୁଳି ବିନିମୟ, ବହୁ ମାଓସାମଗ୍ରୀ ଜବତ


ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକ୍‌ମା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ମାଓବାଦୀମାନେ ପୋଲିସର ସାମ୍ନା କରି ନପାରି ଲୁଚି ପଳାଇଥିଲେ । ପୋଲିସ ଘଟଣାସ୍ଥଳରୁ କେତେକ ସାମଗ୍ରୀ ଜବତ କରିଛି । ସୂଚନା ଅନୁଯାୟୀ, ସୁକ୍‌ମା ଜିଲ୍ଲା ରାଇଗୁଦାମ ଅଞ୍ଚଳରେ ବହୁ ସଂଖ୍ୟକ ମାଓବାଦୀ ଥିବା ସମ୍ପର୍କରେ ସୂଚନା ପାଇ ଡିଆଇଜି, ପୋଲିସ କୋବ୍ରା ବାଟାଲିୟନର ଯବାନମାନେ ଫେରୁଥିବା ବେଳେ ଜଙ୍ଗଲ ମଧ୍ୟରେ ଲୁଚିଥିବା ମାଓବାଦୀଙ୍କ ସହ ସାମ୍‌ନାସାମ୍‌ନି ହୋଇଥିଲା । ତେବେ ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇବା ଆରମ୍ଭ କରିଥିବା ବେଳେ ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । କିଛି ସମୟ ଗୁଳି ବିନିମୟ ପରେ ଯବାନମାନଙ୍କୁ ସାମ୍ନା କରିନପାରି ମାଓବାଦୀମାନେ ସେଠାରୁ ଲୁଚି ପଳାଇଥିଲେ । ତେବେ ଯବାନମାନେ ରାତି ତମାମ ତଲାସି ଜାରି ରଖିଥିବା ବେଳେ ବହୁତ୍ କିଛି ମାଓ ସାମଗ୍ରୀ ଜବତ କରିଥିଲେ । ଖବର ଲେଖାହେବା ସୁଦ୍ଧା ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

Leave a Reply