Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କୁଲଗାମରେ ଏନ୍‌କାଉଣ୍ଟର୩ ଆତଙ୍କୀ ନିପାତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କୁଲଗାମରେ ଏନ୍‌କାଉଣ୍ଟର୩ ଆତଙ୍କୀ ନିପାତ

ଶ୍ରୀନଗର: ଜାମ୍ମୁକାଶ୍ମୀରରେ ସାଧାରଣ ନିର୍ବାଚନକୁ ଭଣ୍ଡୁର କରିବା ପାଇଁ ପାକ୍ ତାଲିମପ୍ରାପ୍ତ ଆତଙ୍କବାଦୀମାନେ ରୀତିମତ ପ୍ରୟାସ ଆରମ୍ଭ କରିଛନ୍ତି । ସେମାନେ ବେଆଇନ ଭାବେ ସୀମା ପାରହୋଇ ଜାମ୍ମୁକାଶ୍ମୀରର ବିଭିନ୍ନ ସ୍ଥାନରେ ଆତ୍ମଗୋପନ କରିବା ସହ ଗୋଟିଏ ପରେ ଗୋଟିଏ ହିଂସାକାଣ୍ଡ ଭିଆଇବାରେ ଲାଗିଛନ୍ତି । ଏହି କ୍ରମରେ ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଜୋରଦାର ପ୍ରୟାସ ଜାରି ରହିଛି । ଜାମ୍ମୁକାଶ୍ମୀରର କୁଲଗାମଠାରେ
ସୋମବାର ବିଳମ୍ବିତ ରାତିରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ସର୍ଚ୍ଚଅପରେସନରେ ବଡ଼ ସଫଳତା ମିଳିଛି । କୁଲଗାମରେ କେତେକ ଲସ୍କରଆତଙ୍କବାଦୀ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ମିଳିବା ପରେପୋଲିସ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ
କରାଯାଇଥିଲା । ତେବେ ଅପରେସନ ସମୟରେ ଆତଙ୍କବାଦୀମାନେ ପ୍ରଥମେସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିମାଡ଼ କରିବାରୁ ଏହାର ପାଲଟା ଜବାବଦିଆଯାଇଥିଲା । ଦୀର୍ଘ ସମୟଧରି ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରିରହିଥିଲା । ଏଥିରେ ୩ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ମିଳିଛି ଅନ୍ୟମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାରକରାଯାଇଛି । ଏଥିପୂର୍ବରୁ ପୁଞ୍ଚ ସେକ୍ଟରରେ ଭାରତୀୟ ବାୟୁସେନା କନ୍‌ଭେଉପରେ ଆତଙ୍କବାଦୀମାନେ ବଡ଼ଧରଣର ହାମଲା କରିଥିଲେ । ଏଥିରେ ଜଣେଯବାନ ସହିଦ ହୋଇଥିବାବେଳେ ୪ଜଣ ଗୁରୁତର ଆହତ ହୋଇଥିଳେ ।ସେଠାରେ ମଧ୍ୟ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଥିବା ସୂଚନା ମିଳିଛ

Leave a Reply