Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ନୌସେନାକୁ ସ୍ୱତନ୍ତ୍ର ଆଲୟ ଷ୍ଟିଲ ସିଟ୍ ଯୋଗାଉଛି ଜିନ୍ଦଲ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ନୌସେନାକୁ ସ୍ୱତନ୍ତ୍ର ଆଲୟ ଷ୍ଟିଲ ସିଟ୍ ଯୋଗାଉଛି ଜିନ୍ଦଲ

ନୂଆଦିଲ୍ଲୀ : ଭାରତର ଅଗ୍ରଣୀ ଷ୍ଟେନଲେସ୍ ଇସ୍ପାତ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ୍ ଘୋଷଣା କରିଛି ଯେ ନୌସେନାର ବୁଡ଼ାଜାହାଜ ବିରୋଧୀ ଯୁଦ୍ଧ କ୍ଷମତା ବୃଦ୍ଧି ଉଦ୍ଦେଶ୍ୟରେ ସୁପରସୋନିକ୍ ମିସାଇଲ ଆସିଷ୍ଟେଡ୍ ରିଲିଜ୍ ଅଫ୍ ଟର୍ପେଡୋ (ସ୍ମାର୍ଟ) ପ୍ରଣାଳୀରେ ପ୍ରୟୋଗ ପାଇଁ ୩ ମିଲିମିଟର ବିଶିଷ୍ଟ ସ୍ୱତନ୍ତ୍ର ମିଶ୍ର ଷ୍ଟିଲ୍ ସିଟ୍ ବିକଶିତ ଏବଂ ଯୋଗାଣ କରାଯାଇଛି । ଜିନ୍ଦଲ ଷ୍ଟେନଲେସ ପକ୍ଷରୁ ଦେଶର ସାମରିକ ଗବେଷଣା ଶାଖା ଡିଆରଡିଓକୁ ପରବର୍ତୀ ପିଢ଼ିର କ୍ଷେପଣାସ୍ତ୍ର ଆଧାରିତ ହାଲୁକା ଓଜନର ଟର୍ପେଡୋ ଡେଲିଭରି ସିଷ୍ଟମରେ ଉଡ଼ାଣ ପ୍ରୟୋଗ ପାଇଁ ବ୍ୟବହୃତ ସ୍ୱତନ୍ତ୍ର ଗ୍ରେଡ୍ ସିଟ୍ ଯୋଗାଇ ଦିଆଯାଇଥିଲା । ଗତ ସପ୍ତାହରେ ଓଡ଼ିଶା ଉପକୂଳରେ ଏହାର ଡିଜାଇନ୍ କରାଯାଇ ସଫଳତାର ସହ ପରୀକ୍ଷଣ କରାଯାଇଛି । ଏହି ସ୍ୱତନ୍ତ୍ର ସିଟ୍ ଉଡ଼ାଣ ସମୟରେ ଉଭୟ ଉଚ୍ଚ ଚାପ ଏବଂ ଉଚ୍ଚ ତାପମାତ୍ରାକୁ ସହ୍ୟ କରିପାରିବ । କମ୍ପାନୀର ହିସାର ପ୍ଲାଂଟରେ ଜିନ୍ଦଲ ଡିଫେନ୍ସ ଏବଂ ଏରୋସ୍ପେସ୍ ଦ୍ୱାରା ଏହାକୁ ସ୍ୱଦେଶୀ ଜ୍ଞାନକୌଶଳରେ ବିକଶିତ କରାଯାଇଥିଲା । ଏହି ଐତିହାସିକ ପଦକ୍ଷେପ ସମ୍ପର୍କରେ ଜିନ୍ଦଲ ଷ୍ଟେନଲେସର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ନୌସେନାର ସ୍ମାର୍ଟ ସିଷ୍ଟମର ସଫଳ ଉଡ଼ାଣ ପରୀକ୍ଷଣ, ଭାରତର ପ୍ରତିରକ୍ଷା କ୍ଷମତାରେ ହାଲୁକା ଓଜନର ଟର୍ପେଡୋର ପାରମ୍ପରିକ ପରିସରଠାରୁ ଉର୍ଦ୍ଧ୍ୱରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ । ସ୍ମାର୍ଟରେ ପାରାସୁଟ୍ ଆଧାରିତ ରିଲିଜ୍ ସିଷ୍ଟମ୍ ସହିତ ପେଲୋଡ୍ ଭାବରେ ଉନ୍ନତ ହାଲୁକା ଓଜନ ଟର୍ପେଡୋ ରହିଛି ଏବଂ ଏହାକୁ ଉପକୂଳ ତଥା ଯୁଦ୍ଧ ଜାହାଜରୁ ଉତ୍‌କ୍ଷେପଣ କରାଯାଇପାରିବ । ପ୍ରତିରକ୍ଷା ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଏହି ପରୀକ୍ଷଣରେ ସିମେଟ୍ରିକ୍ ସେପାରେସନ, ଇଜେକ୍ସନ ଏବଂ ବେଗ ନିୟନ୍ତ୍ରଣ ଭଳି ଅନେକ ଅତ୍ୟାଧୁନିକ ପ୍ରଣାଳୀ ବୈଧ ସାବ୍ୟସ୍ତ ହୋଇଛି । ଜିନ୍ଦଲ ଷ୍ଟେନଲେସ୍ ଅତୀତରେ ଡିଆରଡିଓ ତଥା ଭାରତୀୟ ମହାକାଶ ଓ ଗବେଷଣା ସଂସ୍ଥା (ଇସ୍ରୋ) ଅଧୀନରେ ଥିବା ପ୍ରମୁଖ ପ୍ରକଳ୍ପ ପାଇଁ ସାମଗ୍ରୀ ଯୋଗାଣ କରିଛି । ବିମାନ ଚଳାଚଳ, ମହାକାଶ ଏବଂ ପ୍ରତିରକ୍ଷା ସଂଗଠନ କ୍ଷେତ୍ରରେ ଏକ ଗୁଣାତ୍ମକ ପରିଚାଳନା ବ୍ୟବସ୍ଥା ପାଇଁ ଏଏସ୍ ୯୧୦୦ଡି ସାର୍ଟିଫିକେଟ୍ ହାସଲ କରିଥିବା ବିଶ୍ୱର କିଛି ଚୟନିତ କମ୍ପାନୀ ମଧ୍ୟରୁ ଜିନ୍ଦଲ ଷ୍ଟେନଲେସ୍ ଅନ୍ୟତମ ।

Leave a Reply