Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପୃଥିବୀ କେବଳ ମଣିଷର ନୁହେଁ ଜୀବଜନ୍ତୁଙ୍କର ବି ଅଧିକାର ରହିଛି’ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପୃଥିବୀ କେବଳ ମଣିଷର ନୁହେଁ ଜୀବଜନ୍ତୁଙ୍କର ବି ଅଧିକାର ରହିଛି’

ନୂଆଦିଲ୍ଲୀ ‘ପୃଥିବୀ କେବଳ ମଣିଷର ନୁହେଁ । ଏହା ଉପରେ ମଣିଷ ସମେତ ଜୀବଜନ୍ତୁଙ୍କର ବି ଅଧିକାର ରହିଛି । ତେଣୁ ଯେକୌଣସି ମୂଲ୍ୟ ଦେଇ ବି ଆମକୁ ଜଙ୍ଗଲକୁ ରକ୍ଷା କରିବାକୁ ପଡ଼ିବ ।’ ଏକ ମାମଲାର ଶୁଣାଣି କରି ଏପରି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ର ପ୍ରଦେଶର ମହମ୍ମଦ ଅବଦୁଲ କ୍ୱାସିମ ନାମକ ବ୍ୟକ୍ତି ୧୯୮୦ ମସିହାରୁ ଏକ ଜଙ୍ଗଲ ଜମିକୁ ନିଜ ନାମରେ କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି । ତେଲେଙ୍ଗାନା ସରକାର ଏହି ମାମଲାରେ ବିବାଦୀୟ ପକ୍ଷ ନେଉଥିବାରୁ ସୁପ୍ରିମ କୋର୍ଟ ୫ ଲକ୍ଷର ଜରିମାନା ପକାଇଛନ୍ତି । ଜଷ୍ଟିସ୍ ଏମ୍ ଏମ୍ ସୁନ୍ଦ୍ରେଶ ଓ ଏସ୍ ଭି ଏନ୍ ଭାତିଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ତେଲେଙ୍ଗାନା ସରକାରଙ୍କ ଉପରେ ବର୍ଷିଥିଲେ । ଏନେଇ ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି, ପରିବେଶର ସୁରକ୍ଷା କରିବା ସହ ଆମେ ଜଙ୍ଗଲ ତଥା ଧରା ପୃଷ୍ଠରେ ଥିବା ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାକୁ ବଦ୍ଧ ପରିକର ହେବା ଆବଶ୍ୟକ । ପାଣିପାଗ ପରିବର୍ତ୍ତନ ପରି ବଡ଼ ବିପଦରୁ ଦେଶ ତଥା ପୃଥିବୀକୁ ରକ୍ଷା କରିବା ନିମନ୍ତେ ଆମକୁ ଜଙ୍ଗଲକୁ ରକ୍ଷା କରିବାକୁ ପଡ଼ିବ । କାରଣ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି । ପୂର୍ବରୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଜଙ୍ଗଲ ଜମି ଉପରେ ବ୍ୟକ୍ତିବିଶେଷଙ୍କୁ ଅଧିକାର ଦିଆଯାଇ ପାରିବନି ବୋଲି ହାଇକୋର୍ଟ ସ୍ପଷ୍ଟ ରାୟ ପ୍ରକାଶ କରିଥିଲେ । ଏହାପରେ ମହମ୍ମଦ ଅବଦୁଲ କ୍ୱାସିମ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏଥିସହ ସୁପ୍ରିମ କୋର୍ଟ କହିଛନ୍ତି, ଆମ ପରିବେଶର ସନ୍ତୁଳନ ବଜାୟ ରଖିବା ସହ, ଜଳ, ଜମି, ଜଙ୍ଗଲ, ଜୀବଜନ୍ତୁ ଆଦିକୁ ସୁରକ୍ଷା ଯୋଗାଇ ଦେବା ପ୍ରତି ନାଗରିକଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ । କାରଣ ପୃଥିବୀ ମଣିଷର ନୁହେଁ, ବରଂ ମଣିଷ ପୃଥିବୀ ଅଧୀନରେ ଆସୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ ।

Leave a Reply