Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଥମ ପର୍ଯ୍ୟାୟରେ ସାରାଦେଶରେ ବିଜେପି- ଏନଡିଏ ପକ୍ଷରେ ଏକତରଫା ମତଦାନ : ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଥମ ପର୍ଯ୍ୟାୟରେ ସାରାଦେଶରେ ବିଜେପି- ଏନଡିଏ ପକ୍ଷରେ ଏକତରଫା ମତଦାନ : ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ମହାରାଷ୍ଟ୍ରର ନାନ୍ଦେଡ ଓ ପରଭଣୀ ଠାରେ ଆୟୋଜିତ ବିଶାଳ ଜନସଭାକୁ ସମ୍ବୋଧିତ କରିଛନ୍ତି ଓ ମତଦାତା ମାନଙ୍କୁ ଅଧିକରୁ ଅଧିକ ମତଦାନ କରିବାକୁ ଅପିଲଲ କରିବା ସହ ଇଣ୍ଡି ମେଂଟ ଓ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି । ଏହି ଅବସରରେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ, ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡଣବିସ, କେନ୍ଦ୍ରୀୟ ମନ୍ତ୍ରୀ ରାମଦାସ ଆଠୱାଲେ, ମହାରାଷ୍ଟ୍ରର ବିଜେପି ରାଜ୍ୟ ସଭାପତି ଚନ୍ଦ୍ରଶେଖର ବାବନକୁଲେ, ନାନ୍ଦେଡର ଲୋକସଭା ପ୍ରାର୍ଥୀ ପ୍ରତାପରାଓ ପାଟିଲ ଚିଖଲିକର, ହିଙ୍ଗୋଲି ଲୋକସଭା ଆସନରୁ ପ୍ରାର୍ଥୀ ବାବୁରାଓ କଦମ କୋହଲିକର ଓ ପରଭଣୀ ଲୋକସଭା ଆସନର ପ୍ରାର୍ଥୀ ମହାଦେବ ଜାନକାର ସମେତ ଅନ୍ୟ ନେତା ମାନେ ଉପସ୍ଥିତ ଥିଲେ । ଆଦରଣୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଦେଶରେ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି ଏବଂ ଯେଉଁ ସୂଚନା ମିଳିଛି, ସେଥିରୁ ସ୍ପଷ୍ଟ ହୋଇଛି ଯେ, ଏନଡିଏ ପକ୍ଷରେ ଏକତରଫା ମତଦାନ ହୋଇଛି । ଦେଶରେ ଯବାନ ପ୍ରତି ପାଗରେ ସୀମାରେ ସଜାଗ ହୋଇରହୁଛନ୍ତି, ସେହିଭଳି ଭାବେ ମତଦାତାଙ୍କ ମନରେ ବି ଏଭଳି ଭାବ ହେବା ଆବଶ୍ୟକ ଯେ, ସେମାନେ କାହାର ଉପକାର କରୁନାହାନ୍ତି, ସେମାନେ ଦେଶର ଭବିଷ୍ୟତକୁ ସୁନିଶ୍ଚିତ କରିବା ପାଇଁ ମତଦାନ କରୁଛନ୍ତି । ସେ କହିଛନ୍ତି ଯେ, ଭାରତରେ ଯେତେବେଳେ ଅଧିକ ପ୍ରତିଶତ ମତଦାନ ହୋଇଥାଏ, ସେତେବେଳେ ବିଶ୍ୱରେ ଭାରତର ସୁଦୃଢ ଗଣତନ୍ତ୍ରର ଏକ ବାର୍ତ୍ତା ଯାଇଥାଏ । ଆଗାମୀ ୨୫ବର୍ଷ ବିଶ୍ୱରେ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ଏହା ପ୍ରଥମ ନିର୍ବାଚନ ଅଟେ, ଯେତେବେଳେ ସେନାର ଅସ୍ତ୍ରଶସ୍ତ୍ର ଠାରୁ ଆରମ୍ଭ କରି କରୋନା ଟିକା ଯାଏ ଲୋକେ ଆତ୍ମନିର୍ଭର ଭାରତର ସଫଳତାକୁ ପ୍ରତି କୋଣ ଅନୁକୋଣରେ ଚର୍ଚ୍ଚା କରୁଛନ୍ତି । କେବଳ ୧୦ବର୍ଷରେ ଦେଶ ବିକାଶର ଲମ୍ବା ଦୂରତା ଅତିକ୍ରମ କରିଛି । ୨୦୧୪ ବର୍ଷରେ ନିର୍ବାଚନ ସମୟରେ ଖବର କାଗଜ ଓ ଟେଲିଭିଜନ ଚ୍ୟାନେଲ ସବୁବେଳେ ଆତଙ୍କବାଦୀ ଆକ୍ରମଣର ଭୟ ଓ ଆମର ସାହାସୀ ସୈନିକଙ୍କ ସହିଦ ହେବାର ଖବରରେ ଭରି ରହୁଥିଲା । ୫ବର୍ଷ ପରେ ଆଜି ୨୦୧୯ର ସର୍ଜିକାଲ ଷ୍ଟ୍ରାଇକର ଚର୍ଚ୍ଚା ହେଉଛି । ଏ ମୋଦି, ଯିଏକି ଘରେ ପଶି ମାରିଥାଏ, ଏବେ ଏହି ଚର୍ଚ୍ଚା ହେବାରେ ଲାଗିଛି । ଇଂଡି ମେଂଟ ଉପରେ ନିଶାନା ସାଧି ଶ୍ରୀ ମୋଦି କହିଛନ୍ତି ଯେ, ଭୋଟର ବି ଦେଖୁଛନ୍ତି କିଭଳି ଇଂଡି ମେଂଟର ଲୋକେ ନିଜ ସ୍ୱାର୍ଥ ପାଇଁ ଦୁର୍ନୀତିକୁ ସୁରକ୍ଷା ପାଇଁ ଏକାଠି ହୋଇଛନ୍ତି । ଏଥିପାଇଁ ଏଭଳି ଖବର ଆସିଛି ଯେ, ପ୍ରଥମ ପର୍ଯ୍ୟାୟରେ ଭୋଟରମାନେ ଇଂଡି ମେଂଟକୁ ସମ୍ପୂର୍ଣ୍ଣ ଭାବେ ବହିଷ୍କାର କରିଛନ୍ତି । ଭୋଟର ଯେତେବେଳେ ଭୋଟ ଦେବାକୁ ଯାଆନ୍ତି, ସେତେବେଳେ ସେମାନେ ଭାବନ୍ତି ଯେ ଇଣ୍ଡି ମିଳିତ ମେଂଟର କିଛି ଚେହେରା ରହିବା ଉଚିତ, ଯାହାର ହାତରେ ଦେଶ ହସ୍ତାନ୍ତର କରିବା ପାଇଁ ଭୋଟ୍ ନିଆଯିବା ଉଚିତ୍‌, କିନ୍ତୁ ଇଣ୍ଡି ମିଳିତ ମଞ୍ଚର ଲୋକମାନେ ଏହାର ଉତ୍ତର ଦେଇପାରୁନାହାନ୍ତି । ସତ୍ୟ ଏହା ଯେ, ନିର୍ବାଚନର ଘୋଷଣା ପୂର୍ବରୁ କଂଗ୍ରେସ ନେତା ନିଜ ହାର ମାନିସାରିଲେଣି, କିଛି ନେତା ଲୋକସଭା ନିର୍ବାଚନକୁ ଛାଡି ରାଜ୍ୟସଭା ମାଧ୍ୟମରେ ଭିତରକୁ ଯାଇ ବସିଯାଇଛନ୍ତି । ପରିସ୍ଥିତି ଏହା ଯେ, ଇଂଡି ମେଂଟକୁ ନିର୍ବାଚନ ଲଢିବା ପାଇଁ ପ୍ରାର୍ଥୀ ବି ମିଳୁନାହାନ୍ତି । ଅଧିକାଂଶ ସିଟରେ ଇଂଡି ମେଂଟର ନେତା ପ୍ରଚାର କରିବାକୁ ଯାଉନାହାନ୍ତି । ଏହି ଦେଶର ପ୍ରାୟ ୨୫ ପ୍ରତିଶତ ସିଟ ଏଭଳି ଅଛି, ଯେଉଁଠି ଇଂଡି ମେଂଟର ଲୋକେ ଭିତରେ ଭିତରେ ପରସ୍ପର ବିରୁଦ୍ଧରେ ନିର୍ବାଚନ ଲଢୁଛନ୍ତି । ଯେଉଁମାନେ ଆଜି ଏକାଠି ହେବା ପରେ ବି ପରସ୍ପର ମଧ୍ୟରେ ଲଢୁଛନ୍ତି, ଯଦି ସେମାନଙ୍କୁ କିଛି ସିଟ୍ ବି ମିଳିଯିବ, ସେମାନେ ଭବିଷ୍ୟତରେ ବି ପରସ୍ପର ମଧ୍ୟରେ ଲଢୁଥିବେ । ଏହି ନିର୍ବାଚନରେ ଇଂଡି ମେଂଟକୁ ଶିକ୍ଷା ଦେବା ଆବଶ୍ୟକ ଅଟେ । ମାନନୀୟ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କଂଗ୍ରେସର ରାଜକୁମାରଙ୍କୁ ବି ୱାୟନାଡାରେ ସଙ୍କଟ ଦେଖାଯାଉଛି । ଏପ୍ରିଲ ୨୬ରେ ଯେମିତି ୱାୟନାଡାରେ ମତଦାନ ପୂରା ହୋଇଯିବ, ରାଜକୁମାରଙ୍କ ପାଇଁ ଆଉ ଏକ ସୁରକ୍ଷିତ ସିଟ୍ ଘୋଷଣା କରିଦିଆଯିବ । ସେ କହିଛନ୍ତି ଯେ, ଇଂଡି ମେଂଟର ସାଥୀ ବି ପରସ୍ପରକୁ ଗାଳି ଦେଉଛନ୍ତି । କେରଳର ମୁଖ୍ୟମନ୍ତ୍ରୀ ନିଜ ସାଥୀ ରାଜକୁମାର ପାଇଁ ଯେଭଳି ଭାଷା ପ୍ରୟୋଗ କରିଛନ୍ତି, କିଏ ନିଜ ସାଥୀ ପାଇଁ କରିବନାହିଁ । ରାଜକୁମାର ଯେମିତି ଆମେଠି ଛାଡିଲେ, ସେପରି ୱାୟନାଡା ବି ଛାଡିବେ । ସ୍ୱାଧୀନତା ପରେ ପ୍ରଥମ ଥର ଏଭଳି ସ୍ଥିତି ସୃଷ୍ଟି ହୋଇଛି ଯେ, କଂଗ୍ରେସ ପରିବାର ଏହି ନିର୍ବାଚନରେ ନିଜେ କଂଗ୍ରେସକୁ ଭୋଟ ଦେବନାହିଁ । ଇଂଡି ମେଂଟ ଆଜି ଯେଉଁ ୨୫ ପ୍ରତିଶତ ସିଟରେ ଛିନ୍ନଭିନ୍ନ ହୋଇଛନ୍ତି, ଜୁନ ୪ ପରେ ଏହି ଲୋକେ ଶତ ପ୍ରତିଶତ ପରସ୍ପରର କପଡା ଫାଡିବେ । କୌଣସି ବୁଦ୍ଧିମାନ ନାଗରିକ ଇଂଡି ମେଂଟ ପାଇଁ ନିଜର ମତ ବରବାଦ କରିବନାହିଁ । ଆଦରଣୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଲୋକଙ୍କୁ ଅପିଲ କରି କହିଛନ୍ତି ଯେ, ବିକଶିତ ଭାରତ ପାଇଁ ଏନଡିଏକୁ ଭୋଟ୍ ଦିଅନ୍ତୁ । ଆଜି ପୁରା ଦେଶ କହୁଛି, ପୁଣି ଥରେ ମୋଦି ସରକାର ।

Leave a Reply