Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ପ୍ରଥମଥର ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ଭୋଟ ବ୍ୟବସ୍ଥା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ପ୍ରଥମଥର ସାମ୍ବାଦିକଙ୍କ ପାଇଁ ପୋଷ୍ଟାଲ ଭୋଟ ବ୍ୟବସ୍ଥା


ମାଲକାନଗିରି : ପ୍ରଥମ ଥର କରି ଚଳିତ ନିର୍ବାଚନରେ କାର୍ଯ୍ୟରତ ସାମ୍ବାଦିକ ମାନଙ୍କ ମତଦାନ ପାଇଁ କରାଯାଇଛି ପୋଷ୍ଟାଲ ଭୋଟ ବ୍ୟବସ୍ଥା । ଏକ ଐତିହାସିକ ନିଷ୍ପତ୍ତିକ୍ରମେ ଭାରତର ନିର୍ବାଚନ କମିଶନ ପ୍ରାଧିକୃତ ସାମ୍ବାଦିକ ମାନଙ୍କୁ ପୋଷ୍ଟାଲ ବାଲାଟ ମାଧ୍ୟମରେ ମତଦାନ କରିବାର ଅଧିକାର ପ୍ରଦାନ କରିଛନ୍ତି । ଏହାଦ୍ୱାରା ସ୍ୱାଧୀନ ଭାରତରେ ପ୍ରଥମ ଥର ପାଇଁ ପ୍ରାଧୀକୃତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ ମଣ୍ଡଳୀରୁ ଦୂରରେ ରହି ନିଜର କର୍ତ୍ତବ୍ୟ ସଂପାଦନ କରିବା ସହ ସାଧାରଣ ନିର୍ବାଚନରେ ମତଦାନ ମଧ୍ୟ କରିପାରିବେ । ଏଥିପାଇଁ ମାଲକାନଗିରି ଜିଲ୍ଲା ଲୋକ ସଂପର୍କ ବିଭାଗ ପକ୍ଷରୁ ଜିଲ୍ଲାସ୍ତରୀୟ ଗଣମାଧ୍ୟମ ପ୍ରତିନିଧି ଓ କ୍ୟାମେରା ମ୍ୟାନମାନଙ୍କୁ ସ୍ୱତନ୍ତ୍ର ଫର୍ମ ଯୋଗାଇ ଦିଆଯାଇଛି । ଇତି ମଧ୍ୟରେ ୫୦ରୁ ଊର୍ଦ୍ଧ୍ୱ ସାମ୍ବାଦିକ ନିଜ ନିଜର ଫର୍ମ ମାଧ୍ୟମରେ ସହମତ ପ୍ରକାଶ କରି ସାରିଥିବାର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝୀ ସୂଚନା ଦେଇଛନ୍ତି । ଭାରତୀୟ ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗଣମାଧ୍ୟମର ଅଗ୍ରଣୀ ଭୂମିକା ରହିଆସିଛି । ନିର୍ବାଚନ
ସମୟରେ ଅନେକ ପ୍ରାଧିକୃତ ସାମ୍ବାଦିକଙ୍କୁ ନିଜ ନିଜର ନିର୍ବାଚନ ମଣ୍ଡଳୀ ଠାରୁ ଦୂରରେ ରହି କାର୍ଯ୍ୟ ସଂପାଦନ କରିବାକୁ ପଡ଼ିଥାଏ । ଏଣୁ ସେମାନେ ନିଜ ନିର୍ବାଚନ ମଣ୍ଡଳୀରେ ମତଦାନ କରି ପାରୁନଥିଲେ । ଏହି ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରକୃତ ସାମ୍ବାଦିକ ଓ ଗଣତନ୍ତ୍ରର ବୃହତ୍ତର ହିତରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି । ସାଧାରଣ ନିର୍ବାଚନ ୨୦୨୪କୁ ଅଧିକରୁ
ଅଧିକ ଅଂଶଗ୍ରହଣ କରିବା ପାଇଁ ନିର୍ବାଚନ କମିଶନ ପ୍ରକୃତ ସାମ୍ବାଦିକମାନଙ୍କ ‘ଜରୁରୀ ସେବା ଯୋଗୁଁ ଅନୁପସ୍ଥିତ ଭୋଟର’ ତାଲିକାରେ ସାମିଲ କରିଛନ୍ତି । ଏହାଦ୍ୱାରା ପ୍ରାଧିକୃତ ସାମ୍ବାଦିକମାନେ ‘ରିପ୍ରେଜେଣ୍ଟେସନ୍ ଅଫ୍ ପିପୁଲ ପିପୁଲ ଆକ୍ଟ-୧୯୫ ଆକ୍ଟ-୧୯୫୧’ର ଧାରା ୬୦ (ଗ) ଅଧିନରେ ପୋଷ୍ଟାଲ ବାଲାଟ୍‌ ମାଧ୍ୟମରେ ମତଦାନ କରିପାରିବେ । ଏହି ପ୍ରକ୍ରିୟାରେ ସାମିଲ ହେବା ପାଇଁ ନିର୍ବାଚନ କମିଶନଙ୍କ ଦ୍ୱାରା ପ୍ରାଧିକୃତ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ନିଜର ନିର୍ବାଚନ
ମଣ୍ଡଳୀର ରିଟର୍ଣ୍ଣିଂ ଅଫିସରଙ୍କ ଠାରେ ଆବେଦନ କାରିଛନ୍ତି ।

Leave a Reply