Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଏନକାଉଣ୍ଟର: ୨ ମାଓବାଦୀ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଏନକାଉଣ୍ଟର: ୨ ମାଓବାଦୀ ନିହତ

ବୌଦ୍ଧ: ସାଧାରଣ ନିର୍ବାଚନ ସମୟରେ ମାଓବାଦୀମାନେ ହିଂସାକାଣ୍ଡ ଭିଆଇବାର ସମ୍ଭାବନା ଥିବାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଜଙ୍ଗଲ ଓ ଅନ୍ୟ ସ୍ଥାନମାନଙ୍କରେ କମ୍ବିଂ ଓ ସର୍ଚ୍ଚ ଅପରେସନ ଜାରି ରହିଛି । ନିକଟରେ ଛତିଶଗଡ଼ରେ ୨୯ ମାଓବାଦୀଙ୍କୁ ସୁରକ୍ଷାକର୍ମୀ ଗୁଳିକରି ହତ୍ୟା କରିବା ପରେ ଏବେ ମାଓବାଦୀମାନେ ଭୟରେ ଓଡ଼ିଶାମୁହାଁ ହୋଇଥିବା ଜଣାପଡ଼ିଛି । ଏହି ମାଓବାଦୀମାନେ ଛତିଶଗଡ଼ରୁ ଛତ୍ରଭଙ୍ଗ ଦେଇ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଥିବା ଜଙ୍ଗଲରେ କ୍ୟାମ୍ପମାନ ସ୍ଥାପନ କରି ହିଂସାକାଣ୍ଡ ଭିଆଇବା ପାଇଁ ଯୋଜନା କରୁଥିବା ଗୁଇନ୍ଦା ରିପୋର୍ଟ ମିଳିଛି । ଏହି କ୍ରମରେ ଗୁରୁବାର ସକାଳେ ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ପଢେଲ ଡ୍ୟାମ ନିକଟ ଜଙ୍ଗଲରେ ସୁରକ୍ଷାକର୍ମୀମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ । ତେବେ ଯବାନମାନଙ୍କୁ ଦେଖିବା ପରେ ମାଓବାଦୀମାନେ ଅତର୍କିତ ଗୁଳିଚାଳନା କରିଥିଲେ । ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ମଧ୍ୟ ଦେଇଥିଲେ । ଉଭୟପକ୍ଷ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳି ବିନିମୟ ହୋଇଥିଲା । ଏଥିରେ ୨ଜଣ ମାଓବାଦୀ ନିହତ ହୋଇଥିବା ଜିଲ୍ଲା ଏସ୍‌ପି ସୂଚନା ଦେଇଛନ୍ତି । ସେମାନଙ୍କଠାରୁ ଗ୍ରେନେଡ ଓ ବନ୍ଧୁକ ଜବତ କରାଯିବା ସହ ବିପୁଳ ପରିମାଣର ସାମଗ୍ରୀ ମଧ୍ୟ ଜବତ କରାଯାଇଛି । ଉଭୟପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିବା ସୂଚନା ମଧ୍ୟ ମିଳିଛି । ବୌଦ୍ଧ ଏସ୍‌ପି କହିଛନ୍ତି ଯେ ଆଗକୁ ନିର୍ବାଚନ ଥିବାରୁ ଏହାକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କମ୍ବିଂ ଅପରେସନକୁ ଜୋରଦାର କରାଯିବ । ଅନ୍ୟପକ୍ଷରେ ଓଡ଼ିଶା ସୀମାରେ ମଧ୍ୟ ଚେକିଂ, ବ୍ଲକିଂ ଓ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛ

Leave a Reply