Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମହାକାଶକୁ ପୁଣି ଯାତ୍ରା କରିବେ ସୁନିତା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମହାକାଶକୁ ପୁଣି ଯାତ୍ରା କରିବେ ସୁନିତା

ଫ୍ଲୋରିଡା : ଆମେରିକାରମହାକାଶ ସଂସ୍ଥାରମହାକାଶଚାରୀ ସୁନୀତାୱିଲିୟମ୍ସ ତୃତୀୟ ଥର ପାଇଁମହାକାଶକୁ ଯାତ୍ରା କରିବେ ।କେପ୍ କାନାଭରାଲ ସ୍ପେସ୍ ଲଞ୍ଚ୍‌କମ୍ପେ୍ଲକ୍ସ -୪୧ରୁ ମିଶନ ଲଞ୍ଚ୍‌ଲାଗି ଆସନ୍ତା ମେ’ ୬ ତାରିଖଧାର୍ଯ୍ୟ ହୋଇଛି । ବୁଚ୍‌୍ୱିଲମୋର ବୋଇଂର ଷ୍ଟାର୍ଲାଇନ୍‌ଷ୍ଟାର୍ଲାଇନର ମହାକାଶଯାନରେସୁନୀତା ଓ ନାସା ମହାକାଶଚାରୀ ମହାକାଶ କେନ୍ଦ୍ରକୁ ଯିବେ ଯେଉଁଠି ସେମାନେଗୋଟିଏ ସପ୍ତାହ ରହିବେ । ୟୁନାଇଟେଡ୍ ଲଞ୍ଚ୍ ଆଟ୍ଲାସ ଭି ରକେଟ୍ ଏହିମହାକାଶଯାନର ଉତ୍‌କ୍ଷେପଣ ହେବ । ଡିସେମ୍ବର ୨୦୦୬ ରୁ ଜୁନ୍ ୨୦୦୭ପର୍ଯ୍ୟନ୍ତ ଏକ୍ସପେଡିସନ୍ ୧୪/୧୫ ଜରିଆରେ ୱିଲିୟମ୍ସ ଫ୍ଲାଇଟ୍ ଇଞ୍ଜିନିୟରଭାବରେ କାର୍ଯ୍ୟ କରିଥିଲେ । ସୁନୀତା ୨୦୦୬ ଡିସେମ୍ବର ୯ ତାରିଖରେ ପ୍ରଥମଥର ପାଇଁ ମହାକାଶ ଯାତ୍ରା କରିଥିଲେ । ଇଣ୍ଟରନ୍ୟାସନାଲ ସ୍ପେସ୍ ସେଣ୍ଟରରେମାସରୁ ଅଧିକ କାଳ ଅବସ୍ଥାନ କରିଥିଲେ । ସେହି ସମୟରେ ସେ ଚାରିଥରଆଇଏସଏସରୁ ବାହାରି ମହାକାଶରେ ପଦଯାତ୍ରା କରିଥିଲେ । ଦ୍ୱିତୀୟବାର୨୦୧୨ ଜୁଲାଇ ୧୫ରେ ସୁନିତା କାଜାଖ୍‌ସ୍ତାନର ବୈକାନୁର କସ୍‌ମୋଡ୍ରମରୁସୋୟୁଜ-୦୫ଏମ ରକେଟ ଜରିଆରେ ମହାକାଶ ଯାତ୍ରା କରିଥିଲେ । ତେବେଆସନ୍ତା ମେ’ ୬ ତାରିଖରେ ସୁନିତା ବୋଇଙ୍ଗ୍ କମ୍ପାନୀର ଷ୍ଟାରଲାଇନର ମହାକାଶଯାନରେ ଯାତ୍ରା କରିବେ ବୋଲି ନାସା ପକ୍ଷରୁ ସୂଚନା ରହିଛି ।

Leave a Reply