Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ କଣ୍ଟେନର ଜବତ, ୪୯ଗୋରୁ ଉଦ୍ଧାର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ କଣ୍ଟେନର ଜବତ, ୪୯ଗୋରୁ ଉଦ୍ଧାର

ତେଲକୋଇ : ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥ ବାହାରାଦେବତା ଛକ ନିକଟରେ ତେଲକୋଇ ପୁଲିସ ଏକ ଗୋରୁ ବୋଝେଇ କଣ୍ଟେନରକୁ ଜବତ କରିବା ସହିତ ଗାଡିରୁ ୪୯ଟି ଗୋରୁ ଉଦ୍ଧାର କରିଛି । ତେବେ ପୁଲିସ ସୂଚନା ଅନୁସାରେ ସୋମବାର ରାତିରେ ତେଲକୋଇ ଆଇଆଇସି ସରୋଜ କାନ୍ତ ସାମଲଙ୍କ ନେତୃତ୍ୱରେ ପୋଲିସ ଜାତୀୟ ରାଜପଥ ଓ ଆଖ ପାଖ ଅଞ୍ଚଳରେ ପେଟ୍ରୋଲିଂରେ ଯାଇଥିବାବେଳେ ଏକ କଣ୍ଟେନର ବେଆଇନ ଗୋ ଚାଲାଣ ହେଉଥିବା ବିଶେଷ ସୂତ୍ରରୁ ଖବର ପାଇଥିଲା । ସୂଚନା ମୁତାବକ ପୁଲିସ ୪୯ ନମ୍ବର ଜାତୀୟ ରାଜପଥର ବାହାରାଦେବତା ଛକ ନିକଟରେ ଯାନ ବାହାନ ଯାଞ୍ଚ ଆରମ୍ଭ କରିଥିଲା । ସେହି ସମୟରେ ଉକ୍ତ ଗୋରୁ ବୋଝେଇ ଗାଡ଼ିକୁ ଜବତ କରିବା ସହ ଜବତ ଗାଡ଼ିକୁ ଥାନାକୁ ଆଣିଥିଲେ । ଉଦ୍ଧାର ଗୋରୁ ଗୁଡ଼ିକୁ ଗୋଶାଳା ରେ ଛଡ଼ା ଯିବ ବୋଲି ପୁଲିସ ସୂଚନା ଦେଇଛି ।

Leave a Reply