Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବିପଜ୍ଜନକ ହାରରେ ତରଳୁଛି ହିମାଳୟ ଗ୍ଲେସିୟର

ବେଙ୍ଗାଲୁରୁ: ବିସ୍ତୀର୍ଣ୍ଣ ଗ୍ଲେସିୟର ଏବଂ ତୁଷାରାବୃତ୍ତ ଅଞ୍ଚଳ ଲାଗି ତୃତୀୟ ମେରୁ ଭାବେ ପରିଚିତ ହିମାଳୟ ପର୍ବତମାଳା ଉଭୟ ଭୌତିକ ଓ ସାମାଜିକ ଦୃଷ୍ଟିରୁ ବୈଶ୍ୱିକ ଜଳବାୟୁ ପରିବର୍ତ୍ତନକୁ ଭୟଙ୍କର ଭାବେ ପ୍ରଭାବିତ କରୁଛି । ବହୁ ଦଶନ୍ଧିର ଉପଗ୍ରହ ଚିତ୍ର ଅନୁଧ୍ୟାନରୁ କରାଯାଇଥିବା ନୂଆ ଗବେଷଣା ଅନୁଯାୟୀ ହିମାଳୟର ଗ୍ଲେସିୟର ବିପଜ୍ଜନକ ହାରରେ ତରଳୁଥିବା ସୋମବାର ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) କହିଛି । ଅଭୂତପୂର୍ବ ଭାବେ ବରଫ ତରଳୁଥିବାରୁ ଗ୍ଲେସିୟର ହ୍ରଦଗୁଡ଼ିକ ଯଥେଷ୍ଟ ବୃଦ୍ଧି ପାଇଛି । ଏହି ହ୍ରଦଗୁଡ଼ିକ ହିମାଳୟ ଅଞ୍ଚଳର ନଦୀଗୁଡ଼ିକୁ ସ୍ୱଚ୍ଛ ଜଳ ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥାଏ । ତେବେ ସେଗୁଡ଼ିକରୁ ଭୟଙ୍କର ବିପଦର ଆଶଙ୍କା ରହିଛି । ଗ୍ଲେସିୟର ହ୍ରଦ ଭୁଶୁଡ଼ିବା ଦ୍ୱାରା ସୃଷ୍ଟ ବନ୍ୟା ପ୍ରଳୟଙ୍କରୀ ହୋଇପାରେ ବୋଲି ଇସ୍ରୋ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି । ୧୯୮୪ରୁ ୨୦୨୩ ମଧ୍ୟରେ ସାଟେଲାଇଟ୍ ଡେଟାଗୁଡ଼ିକୁ ବ୍ୟବହାର କରି ଇସ୍ରୋ ଏହି ଗବେଷଣା କରିଛି । ହିମାଳୟରେ ୨,୪୩୧ଟି ଗ୍ଲେସିୟର ହ୍ରଦ ଚିହ୍ନଟ ହୋଇଛି, ଯାହାର ଆୟତନ ୧୦ ହେକ୍ଟରରୁ ଅଧିକ । ୧୯୮୪ରୁ ସେଠାରେ ଥିବା ୬୭୬ଟି ହ୍ରଦର ଆକାର ଦ୍ରୁତ ବୃଦ୍ଧି ପାଉଛି, ଯେଉଁଥିରେ ୧୩୦ଟି ହ୍ରଦ ଭାରତ ମଧ୍ୟରେ ରହିଛି । ସେଥିରୁ ୬୫ଟି ସିନ୍ଧୁ ନଦୀ ଅବବାହିକାରେ ଥିବାବେଳେ ୭ଟି ଗଙ୍ଗାନଦୀ ଅବବାହିକା ଏବଂ ୫୮ଟି ବ୍ରହ୍ମପୁତ୍ର ଅବବାହିକାରେ ରହିଛି । ୬୦୧ଟି ହ୍ରଦର ଆକାର ଦୁଇଗୁଣରୁ ଅଧିକ ବୃଦ୍ଧି ପାଇଥିବା ଇସ୍ରୋ ରିପୋର୍ଟରେ କୁହାଯାଇଛି ।

Leave a Reply