Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୃତ ଷଣ୍ଢଙ୍କୁ ନଦୀରେ ଭସାଇ ପ୍ରଶଂସା ସାଉଁଟିଲେ ବଜରଙ୍ଗ ଦଳ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୃତ ଷଣ୍ଢଙ୍କୁ ନଦୀରେ ଭସାଇ ପ୍ରଶଂସା ସାଉଁଟିଲେ ବଜରଙ୍ଗ ଦଳ


ରାଜନଗର: କେନ୍ଦ୍ରାପଡା ଜିଲ୍ଲା ରାଜନଗର ଅଞ୍ଚଳରେ ବେପରୁଆ ଗାଡି ଚଳାଚଳ ଯୋଗୁଁ ଅକାଳରେ ଗାଡି ଚକାତଳେ ଷଣ୍ଢମାନଙ୍କର ଜୀବନ ଯାଉଛି । ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, ଗତକାଲି ବିଳମ୍ବିତ ରାତିରେ ସାନବଡଗୋପାଳପୁରୁ ସ୍ଥିତ ତ୍ରିନାଥ ବଜାର ଛକରେ ଏକ ଦ୍ରୁତଗତିରେ ଯାଉଥିବା କାରଟି ଶୋଇଥିବା ଷଣ୍ଢ ଉପରେ ଚଢି ଯାଇଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପ୍ରାଣୀ ଚିକିତ୍ସକ ଚିକିତ୍ସା କରିଥିଲେ ମଧ୍ୟ ଷଣ୍ଢକୁ ବଞ୍ଚାଇ ପାରିନଥିଲେ । ସେହିପରି ଆଜି ମହିଁଷାସୁର ଛକ ରାସ୍ତାକଡରେ ଏକ ଷଣ୍ଢର ମୃତଦେହ ପଡିଥିବା ରାଜନଗର ବଜରଂଗ ଦଳର ବିଦ୍ୟାଳୟ ସହ ପ୍ରମୁଖ ସନାତନ ଓଝା ଦେଖି ବଜରଂଗଦଳର ସଂଯୋଜକ ସୌମ୍ୟରଞ୍ଜନ ଜେନା, ଆନନ୍ଦ ଦାସ, ଦିପୁ ସାହୁ, ସିପୁ ସେଠୀ, ଅଭିରାମ ଓ ଲିଟନ ସେଠି ପ୍ରମୁଖଙ୍କୁ ଜଣାଇଥିଲେ । ଶେଷରେ ଷଣ୍ଢ ଦ୍ୱୟଙ୍କୁ ଗାଡି ସାହାଯ୍ୟରେ ନଦୀରେ ଭସାଇଥିଲେ । ବଜରଂଗ ଦଳର ଏହି ମହାନ ସେବା କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରିଛନ୍ତି ।

Leave a Reply