Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଂଗ୍ରେସ ଶାସନ କାଳରେ ହନୁମାନ ଚାଳିଶା ଶୁଣିବା ବି ଅପରାଧ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଂଗ୍ରେସ ଶାସନ କାଳରେ ହନୁମାନ ଚାଳିଶା ଶୁଣିବା ବି ଅପରାଧ


ନୂଆଦିଲ୍ଲୀ : ହନୁମାନ ଜୟନ୍ତୀ ଅବସରରେ ରାଜସ୍ଥାନରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା ବେଳେ କଂଗ୍ରେସ ଉପରେ ଆରୋପ ଲଗାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କଂଗ୍ରେସ ଶାସନ ଅଧିନରେ ହନୁମାନ ଚାଳିଶା ଶୁଣିବା ବି ଅପରାଧ ହୋଇଛି ବୋଲି ମୋଦି କହିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦଳର ଶାସନ ଅଧିନରେ ନିଜର ଆସ୍ଥାକୁ ଅନୁସରଣ କରିବା କଷ୍ଟସାଧ୍ୟ । ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, \”କଂଗ୍ରେସ ରାମ ନବମୀ ଉତ୍ସବକୁ ନିଷେଧ କରିଛି । ଏହାର ଭୁକ୍ତଭୋଗୀ ହେଉଛନ୍ତି ରାଜସ୍ଥାନ ବାସିନ୍ଦା । କଂଗ୍ରେସ ଶାସନ ଅଧିନରେ ହନୁମାନ ଚଳିଶା ଶୁଣିବା ମଧ୍ୟ ଅପରାଧରେ ପରିଣତ ହୋଇଛି । କଂଗ୍ରେସ ଶାସନ ହଟିବା ପରେ ପ୍ରଥମ ଥର ରାଜସ୍ଥାନରେ ରାମ ନବମୀ ଶୋଭାଯାତ୍ରା ଶାନ୍ତି ଶୃଙ୍ଖଳାରେ ସମାପନ ହୋଇଛି । ସେ ଆହୁରି କହିଛନ୍ତି ଯେ, ରାଜସ୍ଥାନ ଭଳି ରାଜ୍ୟରେ ଯେଉଁଠାରେ ଲୋକମାନେ ରାମ-ରାମ ଜପ କରୁଛନ୍ତି, କଂଗ୍ରେସ ସେଠାରେ ରାମ ନବମୀକୁ ବାରଣ କରିଛି । ଏହି ସମୟରେ ମୋଦି କର୍ଣ୍ଣାଟକର ଜଣେ ଦୋକାନୀଙ୍କ ପ୍ରସଙ୍ଗ ମଧ୍ୟ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, \”ଏ ଖବର ଗଣମାଧ୍ୟମରେ ପ୍ରସାରିତ ହୋଇ ନ ଥାଇପାରେ, କିନ୍ତୁ ନିକଟରେ କର୍ଣ୍ଣାଟକରେ ଜଣେ ଦୋକାନୀ ଦୋକାନ ଭିତରେ ହନୁମାନ ଚାଳିଶା ପଢିବାରୁ ତାଙ୍କୁ ବାଡେଇ ଲହୁଲୁହାଣ କରିଦେଇଥିଲେ । କଂଗ୍ରେସ ଶାସନ ଅଧିନରେ ହନୁମାନ ଚାଳିଶା ପଢିବା ବି ଅପରାଧ

Leave a Reply