କଟକ : ସ୍ଥାନୀୟ ଗତିରାଉତପାଟଣା ଗ୍ରାମରେ ମହାନଦୀ କୂଳରେ ଗଢି ଉଠିଥିବା କେଶବଧାମସ୍ଥିତ ସରସ୍ୱତୀ ବିଦ୍ୟା ମନ୍ଦିର(ଆବାସିକ)ରେ କାର୍ଯ୍ୟରତ ପ୍ରଧାନାଚାର୍ଯ୍ୟ ଓ ପ୍ରକଳ୍ପ ପ୍ରମୁଖ ତଥା ସୁସାହିତ୍ୟିକ ସନ୍ତୋଷ କୁମାର ପଣ୍ଡା ନିଜର ମୃତ୍ୟୁ ପରେ ସମସ୍ତ ଅଙ୍ଗଦାନ କରି ଅନ୍ୟମାନଙ୍କୁ ମୃତ୍ୟୁ ମୁହଁରୁ ରକ୍ଷା କରିବା ପାଇଁ ପ୍ରତିଜ୍ଞା ପତ୍ର ପୂରଣ କରିଛନ୍ତି । ଏହା ଦ୍ୱାରା ଅନ୍ୟମାନେ ପ୍ରେରିତ ହୋଇ ଯଦି ଅଙ୍ଗଦାନ ପାଇଁ ପ୍ରତିଜ୍ଞାବଦ୍ଧ ହୁଅନ୍ତି ତେବେ ଦେଶ ମାତୃକା ପାଇଁ ଏହା ସର୍ବଶ୍ରେଷ୍ଠ ଦାନ ହେବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।