ବିଏସଏଫ ଯବାନ ଙ୍କୁ ମିଳିଛି ଏକ ବଡ଼ ସଫଳତା

ବିଏସଏଫ ଯବାନ ଙ୍କୁ ମିଳିଛି ଏକ ବଡ଼ ସଫଳତା

ମାଲକାନଗିରି : ବିଏସଏଫ ଯବାନ ଙ୍କୁ ମିଳିଛି ଏକ ବଡ଼ ସଫଳତା, ବିଏସଏଫ ଯବାନଙ୍କ କୁମ୍ବି ଅପରେସନ ବେଳେ ମାଓବାଦୀଙ୍କ ଡମ୍ପ ଠାବକରି ବନ୍ଧୁକ, ଗୋଳାବାରୁଦ ଓ ବିପୁଳ ପରିମାଣ ର ମାଓ ସାମଗ୍ରୀ ଜବତ କରିଛନ୍ତି । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅର୍ନ୍ତଗତ ବଡ଼ିଗେଟା ବିଏଏସଫ କ୍ୟାମ୍ପ ପକ୍ଷରୁ ଆଜି କୁର୍ମାନୁର ପଞ୍ଚାୟତ ଏଲକାନୁର ଜଙ୍ଗଲ ରେ କୁମ୍ବି ଅପରେସନ କରୁଥିବା ବେଳେ ପାହାଡ଼ ନିକଟ ଏକ ଗୁମ୍ଫା ଭିତରେ ମାଓବାଦୀ ଲୁଚାଇ ରଖିଥିବା ଏକ ଡମ୍ପିଙ୍ଗ ଠାବ କରିଥିଲେ । ତାକୁ ଯାଞ୍ଚ କରିବାରୁ ସେଥିରୁ ଏସବିଏମ ଏ ଲ ବନ୍ଧୁକ ୭ଟି,୫କେଜିଆ ଟିଫିନ ବମ ୨ଟି, ହ୍ୟାଣ୍ଡ ଗ୍ରେନେଡ଼ ୪ ଟି, ଗ୍ୟାସ ସିଲିଣ୍ଡର ୨ଟି, ଷ୍ଟିଲ ବଲ ୫୦୦ ଟି,୨୦ ମିଟର ବିଦ୍ୟୁତ ତାର, ଗୋଳାବାରୁଦ, ମାଓ ସାମଗ୍ରୀ ଜବତ କରିଛନ୍ତି । ଆଗାମୀ ନିର୍ବାଚନ ପାଇଁ ମାଓବାଦୀମାନେ କୌଣସି ଏକ ବଡ଼ ଧରଣର ହିଂସା କାଣ୍ଡ ଘଟାଇବା ଯୋଜନାକୁ ଯବାନ ମାନେ ପଣ୍ଡ କରି ଦେଇଛନ୍ତି ।

Leave a Reply

Your email address will not be published. Required fields are marked *