କଦମପଡା ଶିଶୁମନ୍ଦିରରେ “ଶ୍ରୀରାମ ନବମୀ”ଉତ୍ସବ


ବଲାଙ୍ଗୀର: କଦମପଡାସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ପବିତ୍ର “ଶ୍ରୀରାମ ନବମୀ” ଉତ୍ସବ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ମନ୍ ହୀରା ସରକାରୀ ପଞ୍ଚାୟତ ହାଇସ୍କୁଲ ଶିକ୍ଷକ ବିଶ୍ୱ ହିନ୍ଦୁ ପରିଷଦ ଜିଲ୍ଲା ଉପା୍ମକ୍ଷ, ଅଖିଳ ଭାରତୀୟ ସାହିତ୍ୟ ପରିଷଦ ବଲାଙ୍ଗିର ସଚିବ ରାମଚନ୍ଦ୍ର ପଟେଲ ଯୋଗ ଦେଇ ଦୀପ ପ୍ରଜ୍ୱଳନ ପୂର୍ବକ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ । ପ୍ରଥମେ ସମସ୍ତଙ୍କ ଦ୍ୱାରା “ଶ୍ରୀରାମ ସ୍ତୁତି”ଗାନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସୁବ୍ରତ କୁମାର ବେହେରା ମଞ୍ଚାସୀନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ । । ସଂଯୋଜନା ଛାତ୍ରୀ ସ୍ୱାତୀ ଦାଶ ଓ ସ୍ମରଣିକା ଦାଶ କରିଥିଲେ । ଉପସଭାପତି ରବୀନ୍ଦ୍ର କୁମାର ପଣ୍ଡା ଓ ତାଙ୍କ ପତ୍ନୀଙ୍କ ସହ ଆୟୋଜିତ ବିଶ୍ୱକଲ୍ୟାଣ ଯଜ୍ଞରେ ଅଂଶ ଗ୍ରହଣ କରିଥିଲେ । ବ୍ୟକ୍ତିଗତ ଭଜନ ଅଙ୍କିତା ସାହୁ,ଅରୁଣିମା ଗୁରୁ,ସ୍ମୃତିଶିଖା ପାଢୀ ପରିବେଷଣ କରିଥିଲେ । ଛାତ୍ରଛାତ୍ରୀ ବକ୍ତା ସ୍ୱୀକୃତିରାଣୀ କର୍ମୀ,ହର୍ଷିତା ସିଂ,ସ୍ୱସ୍ତିକ ଦାଶ ଓ ଅବିନାଶ ପଣ୍ଡା ଶ୍ରୀରାମ ଚରିତ ଆଲୋଚନା କରିଥିଲେ । ଶିକ୍ଷୟତ୍ରୀ ଅଞ୍ଜଳିରାଣୀ ହୋତା ରାମାୟଣର କିଛି ଘଟଣାବଳୀର ବ୍ୟାଖ୍ୟା କରିଥିଲେ । ପରେ ମୁଖ୍ୟ ଅତିଥି ଶ୍ରୀରାମଙ୍କ ମହିମା ତଥା ଆମ ସଂସ୍କୃତିର ମାହାତ୍ମ୍ୟ ବର୍ଣ୍ଣନା କରିଥିଲେ । କୈ ।ତୁକ ପୋଷାକରେ ଅନେକ ଛାତ୍ରଛାତ୍ରୀ ରାମାୟଣର ବିଭିନ୍ନ ପାତ୍ରପାତ୍ରୀଙ୍କ ବେଶ ଧାରଣ କରି ଶୋଭା ମଣ୍ଡନ କରିଥିଲେ ତଥା ମୁଖ୍ୟ ଅତିଥି ଓ ସଭାପତିଙ୍କ ଦ୍ୱାରା ସଂସ୍କୃତିର ପ୍ରତୀକ ଗୈରିକ ଧ୍ୱଜ ପ୍ରଦାନ କରାଯାଇଥିଲା । ମଞ୍ଚାସୀନ ଅତିଥିଙ୍କ ମ୍ମରେ ସଭାପତି ଡ. ଭବାନୀ ଶଙ୍କର ପଟେଲ,ସଂପାଦକ ତରଣୀସେନ ପଟେଲ,ମୁଖ୍ୟ ଅତିଥି ଓ ଶିକ୍ଷୟତ୍ରୀ ଅଞ୍ଜଳୀ ରାଣୀ ହୋତା ଉପସ୍ଥିତ ଥିଲେ । ଶେଷରେ ଶିକ୍ଷକ ଚନ୍ଦ୍ର ଶେଖର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟତ୍ରୀ ଭାରତୀ ସାହୁଙ୍କ ସଂଚାଳନାରେ କାର୍ଯ୍ୟକ୍ରମଟି ସଫଳତା ସହ ସମାପ୍ତ ହୋଇଥିଲା ।

Leave a Reply

Your email address will not be published. Required fields are marked *