Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋରୁ ବୋଝେଇ ଅଟୋ ଜବତ, ଚାଳକ ଓ ବେପାରୀ ଗିରଫ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋରୁ ବୋଝେଇ ଅଟୋ ଜବତ, ଚାଳକ ଓ ବେପାରୀ ଗିରଫ


ତିହିଡ଼ି଼ି: ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ପାଳିଆ ଗ୍ରାମରୁ ଏକ ଗୋରୁ ବୋଝେଇ ଡାଲା ଅଟୋକୁ ପୁଲିସ ମଙ୍ଗଳବାର ରାତିରେ ଜବତ କରିଛି । ଏ ସମ୍ପର୍କରେ ପୋଲିସ ୧୭୩/୨୪ରେ ଏକ ମକଦ୍ଦମା ରୁଜୁ କରି ଗାଡ଼ି ଚାଳକ ଗୁଜିଦରଡ଼ା ନସିରାବାଦ ଅଞ୍ଚଳର ଏଲିଆସ କାଲାମୁଦ୍ଦିନ ଓ ବେପାରୀ ସେକ୍ ମୁସ୍ତାକକୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଗାଡ଼ିରେ ଥିବା ୫ଟି ଗୋରୁଙ୍କୁ ସେହି ରାତିରେ ମଇତାପୁର ସ୍ଥିତ ଗୋଶାଳାରେ ଛାଡ଼ିଥିବା ଜଣା ପଡ଼ିଛି । ପ୍ରକାଶ ଯେ, ମଙ୍ଗଳବାର ରାତିରେ ତିହିଡ଼ି ଥାନା ଆଇଆଇସି ପ୍ରସନ୍ନ କୁମାର ନାୟକଙ୍କ ନିର୍ଦ୍ଦେଶକ୍ରମେ ଏଏସଆଇ ଲକ୍ଷ୍ମଣ ମାରାଣ୍ଡିଙ୍କ ସହିତ ପୋଲିସ ଟିମ୍ ପେଟ୍ରୋଲିଂ କରୁଥିଲେ । ଏହି ପେଟ୍ରୋଲିଂ ସମୟରେ ପାଳିଆ ଗ୍ରାମରୁ ଏକ ଡାଲା ଅଟୋରେ ୫ଟି ଗୋରୁ ନିର୍ଦ୍ଦୟ ଭାବେ ଗୋଡ଼ ମୁହଁ ବାନ୍ଧି ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ପୁଲିସ ନଜରକୁ ଆସିଥିଲା । ପୁଲିସ ଗାଡ଼ିକୁ ଅଟକାଇ ଯାଞ୍ଚ କରିଥିବା ବେଳେ ବେଆଇନ ଭାବେ ଗୋରୁ ଚାଲାଣ ହେଉଥିବା ଜାଣିବାକୁ ପାଇଥିଲେ

Leave a Reply