Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସରସ୍ୱତୀ ଶିଶୁ ମନ୍ଦିର, ଅଳତି ଆନୁକୂଲ୍ୟରେ ରାମ ନବମୀ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସରସ୍ୱତୀ ଶିଶୁ ମନ୍ଦିର, ଅଳତି ଆନୁକୂଲ୍ୟରେ ରାମ ନବମୀ ପାଳିତ


ଘଟଗାଁ: ସ୍ଥାନୀୟ ସରସ୍ୱତୀ ଶିଶୁ ମନ୍ଦିର, ଅଳତି ଆନୁକୂଲ୍ୟରେ ପ୍ରଧାନ ଆଚାର୍ଯ୍ୟା ପ୍ରମୋଦିନି ରାଉତ ଙ୍କ ସଂଯୋଜନାରେ ପବିତ୍ର ରାମ ନବମୀ ପାଳିତ ହୋଇ ଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ରେ ଶିଶୁ ଭାଇ ଭଉଣୀ ମାନେ ରାମାୟଣ ର ବିଭିନ୍ନ ଚରିତ୍ର ବେଶ ରେ ଆସିଥିଲେ । ରାମ, ଲକ୍ଷ୍ମଣ, ସୀତା ଏବଂ ହନୁମାନ ବେଶ ବେଶ ଚମତ୍କାର ଥିଲା । ପ୍ରଥମେ ଶିଶୁ ମାନେ ଗ୍ରାମ ପରିକ୍ରମା କରିବା ପରେ ଗ୍ରାମର ମହାବୀର ହନୁମାନ ଙ୍କ ମନ୍ଦିର ରେ ପୂଜାର୍ଚ୍ଚନା କରିଥିଲେ । ପୂଜକ ନିରଞ୍ଜନ ପାଣିଗ୍ରାହୀ ପୂଜା କାର୍ଯ୍ୟରେ ସହଯୋଗ କରିଥିବା ବେଳେ ଉପସ୍ଥିତ ଶିଶୁ ମାନଙ୍କ ପାଇଁ ମଙ୍ଗଳ କାମନା କରି ଭଗବାନ ବଜରଙ୍ଗି ଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶେଷରେ ବିଦ୍ୟାଳୟ ପରିସରରେ ଶିଶୁ ମାନଙ୍କୁ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସମସ୍ତ ଗୁରୁଜୀ ଗୁରୁମା ଓ ସେବିକା ସହଯୋଗ କରିଥିଲେ ।

Leave a Reply