Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋ ମାଂସ ଚାଲାଣବେଳେ ଟ୍ରକ୍ ଜବତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋ ମାଂସ ଚାଲାଣବେଳେ ଟ୍ରକ୍ ଜବତ

ଖୋର୍ଦ୍ଧା – ବାହାର ରାଜ୍ୟକୁ ଗୋ ମାଂସ ଚାଲାଣ କରାଯାଉଥିବାଏକ ଟ୍ରକକୁ ମଧ୍ୟାହ୍ନରେ ନାଚୁଣୀ ଥାନା ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ସୂଚନା ମୁତାବକ କଲିକତାରୁ ହାଇଦ୍ରାବାଦ ଅଭିମୁଖେ ଏକ ଗୋ ମାଂସ ବୋଝେଇ ଟ୍ରକ ଯାଉଥିବା ବେଳେ ସନ୍ଦେହ କରାଯାଉଥିଲା । ଖବର ପାଇ ବଜରଙ୍ଗ ଦଳ କାର୍ଯ୍ୟକର୍ତ୍ତା ଟ୍ରକକୁ ପିଛା କରିବା ସହିତ ନାଚୁଣୀ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଟ୍ରକକୁ ଅଟକାଇ ତଦନ୍ତ ଜାରି ରଖିଥିବା ଜଣାପଡିଛି । ତେବେ ଟ୍ରକ ମଧ୍ୟରେ ମାଂସ ଥିବା ନେଇ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛି ନାଚୁଣୀ ପୋଲିସ ।

Leave a Reply