Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ନବମୀ ମହୋତ୍ସବ ୫୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ନବମୀ ମହୋତ୍ସବ ୫୦୦୮ ମହିଳାଙ୍କ କଳସ ଶୋଭାଯାତ୍ରା ଓ ଆଜ୍ଞାମାଳ ଯାତ୍ରା

ଭଦ୍ରକ ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ପକ୍ଷରୁ ଐତିହାସିକ ଶ୍ରୀରାମ ନବମୀ ମହାଯଜ୍ଞ ଉପଲକ୍ଷେ ଚଳିତ ବର୍ଷ ରୀତିନୀତି ଅନୁଯାୟୀ ସୋମବାର କଳସ ଶୋଭାଯାତ୍ରା, ଆଜ୍ଞାମାଳ ଅଣାଯିବା କାର୍ଯ୍ୟ ସହିତ ଯଜ୍ଞ କର୍ମ ଆରମ୍ଭ ହୋଇଛି । ପୂର୍ବାହ୍ନରେ ତିନୋଟି ଆଧ୍ୟାତ୍ମିକ ସ୍ଥଳୀ ଆରଡ଼ି ବାବା ଆଖଣ୍ଡଳମଣି, ଯାଜପୁର ମା’ ବିରଜା ଓ ମା’ ଭଦ୍ରକାଳୀଙ୍କ ପୀଠରୁ ଶତାଧିକ ଭକ୍ତଙ୍କୁ ନେଇ ଆଜ୍ଞାମାଳ ଅଣାଯାଇ ଯଜ୍ଞ ମଣ୍ଡପରେ ସ୍ଥାପନ କରାଯାଇଥିଲା । ଶ୍ରୀରାମ ନବମୀ ମହାଯଜ୍ଞ ନିମନ୍ତେ ସହରର ବାବା ଲୋକନାଥ ମନ୍ଦିରରୁ ଘଟ ଅଣାଯାଇ ଯଜ୍ଞାରମ୍ଭ ହୋଇଥିଲା । ଅପରାହ୍ନ ୪ଘଟିକାରେ ୫ ହଜାର ସଂଖ୍ୟାରେ ମହିଳାମାନେ ଗାନ୍ଧୀ ପଡ଼ିଆ ଯଜ୍ଞସ୍ଥଳରୁ ବାହାରି ଅସ୍ତଳ ଗ୍ରାମ ହୋଇ ସାଳନ୍ଦୀ ନଦୀ ଘାଟରେ ପହଞ୍ôଚଥିଲେ । ସେଠାରେ ରୀତିନୀତି ଅନୁଯାୟୀ ପୂଜା ପରେ ମହିଳାମାନେ ଘଟୋତ୍ତଳନ କରିଥିଲେ । ପରେ ଶୋଭାଯାତ୍ରାରେ ବନ୍ତ ଛକ, ଅପର୍ତ୍ତିବିନ୍ଧା ଛକ, କଚେରୀ ବଜାର, ଟାଉନହଲ ଛକ, ନୂଆବଜାର ହୋଇ ଗାନ୍ଧୀ ପଡ଼ିଆକୁ ଫେରିଥିଲେ । ଯଜ୍ଞ ମଣ୍ଡପରେ ରୀତିନୀତି ମୁତାବକ ପୂଜାକର୍ମ ଆରମ୍ଭ କରାଯାଇଛି । ସୋମବାରଠାରୁ ଏହି ପୂଜା ଯଥା, ରାମ ନବମୀ ଯଜ୍ଞ, ହନୁମାନ ଚାଳିଶା ପାଠ ଆଦି ୩ ଦିନ ଧରି ଅନୁଷ୍ଠିତ ହେବ । ଏହି ଯଜ୍ଞ କର୍ମରେ କର୍ତ୍ତାକର୍ତ୍ତୀ ଭାବେ ସନାତନ ସାହୁ, ଅମ୍ବିକା ପ୍ରସନ୍ନ ଦାସ, ସନ୍ତୋଷ ସାହୁ, ରବି ସାହୁ ସପତ୍ନୀକ ସଂକଳ୍ପ କରିଛନ୍ତି ।

Leave a Reply