ଭୋଟ ବିକଳରେ ଧର୍ମୀୟ ଭାବନା ସହ ଖେଳ

ଭୋଟ ବିକଳରେ ଧର୍ମୀୟ ଭାବନା ସହ ଖେଳ

ଭୁବନେଶ୍ୱର: ବିଜେଡି ଧର୍ମୀୟ ଭାବନା ସହ ଖେଳ କରି ଲୋକଙ୍କୁ ମାନସିକ ଆଘାତ ଦେଉଛି । ହିନ୍ଦୁମାନେ ଦେବାଦେବୀଙ୍କୁ ନିଜ ପ୍ରାଣଠାରୁ ଅଧିକ ଗୁରୁତ୍ୱ ଦେଇଥାନ୍ତି କିନ୍ତୁ ବିଜେଡି ନିଜର ହୀନ ଚକ୍ରାନ୍ତକୁ ଚରିତାର୍ଥ କରିବା ପାଇଁ ଭୋଟରଙ୍କୁ ନେଇ ମନ୍ଦିରରେ ଶପଥ କରାଇ ଭୋଟ ଦେବାକୁ ପ୍ରବର୍ତାଉଛି । ଗଞ୍ଜାମ ଜିଲ୍ଲା ରଙ୍ଗେଇଲୁଣ୍ଡା ବ୍ଲକ ଚେୟାରମ୍ୟାନ ସନତ ଦାସ ଅଂଚଳବାସୀଙ୍କୁ ମନ୍ଦିର ଡାକି ଥିଲେ । ଭଗବାନଙ୍କ ସାମ୍ନାରେ ଶପଥ କରାଇ ବିଜେଡିକୁ ଭୋଟ ଦେବାକୁ କହିଥିଲେ ଯାହା ନିର୍ବାଚନ ଆଚରଣ ବିଧିର ଘୋର ଉଲଘଂନ କରୁଛି । ମୁଖ୍ୟମନ୍ତ୍ରୀଙ୍କ ଖୋଦ୍ ନିର୍ବାଚନ ମଣ୍ଡଳୀରେ ଲୋକଙ୍କ ଧର୍ମୀୟ ଭାବନା ସହ ଖେଳ ଖେଳା ଯାଉଥିବା ନେଇ ବିଜେପି ରାଜ୍ୟ ଉପସଭାପତି ବିରଂଚି ନାରାୟଣ ତ୍ରିପାଠୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ମୁକ୍ତ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଦାବି କରିଛନ୍ତି । ପୂର୍ବରୁ ବିଜେଡି ନିର୍ବାଚନ ଜିତିବା ପାଇଁ ପ୍ରଶାସନ ଅଧିକାରୀ ଓ ସରକାରୀ କର୍ମଚାରୀଙ୍କୁ ଦଳୀୟ ପ୍ରଚାର କାର୍ଯ୍ୟରେ ଲଗାଉଥିଲା । ଏଥିର ନିର୍ବାଚନ ଦୁର୍ନୀତିରେ ଆଉ ପାଦେ ଆଗକୁ ଯାଇଛି ବିଜେଡି । ଏଥର ଚୁକ୍ତିଭିତିକ କର୍ମଚାରୀଙ୍କୁ ନିଜ ଦଳର ପ୍ରଚାର କରାଇବାରେ ଲଗାଇଛି ଯାହା ନିର୍ବାଚନ ଆଚରଣ ବିଧିକୁ ଘୋର ଉଲଘଂନ କରୁଛି । କର୍ମଚାରୀଙ୍କୁ ଦଳୀୟ କାର୍ଯ୍ୟକର୍ତା ହିସାବରେ ପ୍ରଚାର କରି ଭୋଟ ହାତେଇବା ବିଜେଡିର ଚିରାଚରିତ ଅଭ୍ୟାସ ।

Leave a Reply

Your email address will not be published. Required fields are marked *