Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୨୯ ନକ୍ସଲ ନିହତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ଏନ୍‌କାଉଣ୍ଟରରେ ୨୯ ନକ୍ସଲ ନିହତ

ଭୁବନେଶ୍ୱର/ମାଲକାନଗିରି: ସାଧାରଣ ନିର୍ବାଚନ-୨୦୨୪ ପାଇଁ ମତଦାନ ପୂର୍ବରୁ ମାଲକାନଗିରି ସୀମାନ୍ତ ଛତିଶଗଡ଼ରେ ପୁଣି ବଡ଼ଧରଣର ଏନ୍‌କାଉଣ୍ଟର ହୋଇଛି । କାଂକେର ଜିଲ୍ଲା ଛୋଟେବେଟିଆ ଥାନା କଲପର ଜଂଗଲରେ ଏନକାଉଣ୍ଟର ହୋଇଥିବା ଜଣାପଡ଼ିଛି । ଏହି ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ନକ୍ସଲ ନେତା ଶଙ୍କର ରାଓଙ୍କ ସମେତ ୨୧ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରୁ ଏକେ ୪୭ ଓ ଇନସାସ୍ ବନ୍ଧୁକ ଜବତ ହୋଇଥି । ତେବେ ଗୁଳି

ବିନିମୟରେ ଜଣେ ବିଏସ୍‌ଏଫ୍ ଇନ୍ସପେକ୍ଟର ସମେତ ୩ ଯବାନ ଆହତ ହୋଇଛନ୍ତି । ଆହତ ଯବାନମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ରିପୋର୍ଟ ଲେଖାଯିବା ବେଳକୁ ଘଟଣାସ୍ଥଳରେ ଗୁଳିବିନିମୟରେ ଜାରି ରହିଛି । ବିଶେଷ ସୂତ୍ରରୁ ଖବର ପାଇ ବିଏସଏଫ ଏବଂ ଡିଆରଜି ଯବାନ ହାପାଟୋଲା ଜଂଗଲରେ ସର୍ଚ୍ଚ ଅପରେସନ କରୁଥିଲେ । ନକ୍ସଲ ସେଠାରେ କ୍ୟାମ୍ପ କରି ନିର୍ବାଚନ ଭଣ୍ଡୁର ପାଇଁ ଯୋଜନା ପ୍ରସ୍ତୁତ କରୁଥିଲେ । ଯବାନଙ୍କୁ ଦେଖି ନକ୍ସଲ ଅତର୍କିତ ଗୁଳି ଚଳାଇଥିଲା ।

ଦୀର୍ଘ ସମୟ ଧରି ଗୁଳିବିନିମୟ ପରେ ନକ୍ସଲ ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ବେଳେ ଏକେ-୪୭ ବନ୍ଧୁକ,୩ ଏଲଏମଜି ସହ ବହୁ ମାତ୍ରାରେ ମାଓ ସାମଗ୍ରୀ ଜବତ କରାଯାଇଛି । ଜଂଗଲରୁ ଯବାନ ଫେରିବା ପରେ ହିଁ କେତେ ନକ୍ସଲ ମୃତ୍ୟୁବରଣ କରିଛନ୍ତି ତାହା ସ୍ପଷ୍ଟ ହେବ ବୋଲି କୁହାଯାଇଛି । ଏସ୍‌ପି ଇନ୍ଦ୍ରା କଲ୍ୟାଣ ଏଲେସେଲା କହିଛନ୍ତି, ଗୁଳି ବିନିମୟରେ

ବିଏସ୍‌ଏଫ୍‌ର ଜଣେ ଇନ୍ସପେକ୍ଟର ସମେତ ୨ ଜଣ ଆହତ ହୋଇଛନ୍ତି । ଏନ୍‌କାଉଣ୍ଟରେ ନିହତ ହୋଇଥିବା ନକ୍ସଲଙ୍କ ସଂଖ୍ୟା ସ୍ପଷ୍ଟ ହୋଇପାରି ନାହିଁ ।

Leave a Reply