Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତର ଗାଁ ବି ଆମ କରାଚୀଠୁ ଉନ୍ନତ..ଭାରତର ପ୍ରଶଂସାରେ ଶତମୁଖ ପାକିସ୍ତାନୀ ଯୁବକ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତର ଗାଁ ବି ଆମ କରାଚୀଠୁ ଉନ୍ନତ..ଭାରତର ପ୍ରଶଂସାରେ ଶତମୁଖ ପାକିସ୍ତାନୀ ଯୁବକ

ଇସଲାମାବାଦ: ପାକିସ୍ତାନର ବାସିନ୍ଦା ମୋମିନ ୟଜଦାନୀ ଭାରତକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ମୋମିନ ୟଜଦାନୀ କିଛିଦିନ ପୂର୍ବରୁ ଭାରତ ଆସିଥିଲ, ସେ ପ୍ରଥମ ଥର ପାଇଁ ଭାରତ ଆସିଥିଲେ । ତେବେ ଜଣେ ପାକିସ୍ତାନୀ ଭାବେ ତାଙ୍କ ମନରେ ଭାରତକୁ ନେଇ ଅନେକ ସନ୍ଦେହ ଥିଲା, କିନ୍ତୁ ସେ ଆସିବା ପରେ ତାଙ୍କର ଏହି ସନ୍ଦେହ କୁଆଡ଼େ ଉଭାନ୍ ହୋଇଯାଇଥିଲା । ସେ ଭାରତରେ ଏକ ଚମତ୍କାର ପରିବେଶ ପାଇଲେ ଏବଂ ତାଙ୍କୁ ସ୍ୱାଗତ କରାଯାଇଥିଲା । ମୋମିନ ୟଜଦାନୀ ପାକିସ୍ତାନୀ ୟୁଟ୍ୟୁବର୍ ସନା ଅମଜାଦଙ୍କ ସହ ଆଲୋଚନା ସମୟରେ କହିଛନ୍ତି ଯେ, ପାକିସ୍ତାନ ଅପେକ୍ଷା ବହୁ ଗୁଣାରେ ଭଲ ପରିବେଶ ମୁଁ ଭାରତରେ ପାଇଲି । ମୋମିନ କହିଛନ୍ତି, ‘ମୋ ପତ୍ନୀଙ୍କ ସମ୍ପର୍କୀୟମାନେ ଭାରତରେ ରୁହନ୍ତି, ସେମାନଙ୍କୁ ଭେଟିବାକୁ ଆମେ ଯାଇଥିଲୁ । ଯିବା ପୂର୍ବରୁ ଘର ଲୋକମାନେ ସାମାନ୍ୟ ଚିନ୍ତିତ ଥିଲେ । ସେମାନେ ଭାବିଲେ ବୋଧହୁଏ ସେଠାରେ କିଛି ଅସୁବିଧା ହୋଇପାରେ । ଆମେ ସ୍ଥିର କଲୁ ଯାହା ବି ହେଉ ଆମେ ଭାରତ ଯିବୁ । ଆମେ ମଧ୍ୟ ଭାବୁଥିଲୁ ଯେ ଏହା କିପରି ହେବ କିନ୍ତୁ ଯେତେବେଳେ ଆମେ ସେଠାକୁ ଗଲୁ, ସେତେବେଳେ ଟିଭିରେ ଯାହା ଦେଖୁ ସେଠାରେ ସବୁକିଛି ତାଠାରୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା । ଲୋକମାନେ ଆମକୁ ବହୁତ ଭଲ ଭାବରେ ଗ୍ରହଣ କଲେ । ଏହି ସମୟ ମଧ୍ୟରେ ଆମକୁ ଏମିକି କିଛି ବି ଜଣାପଡ଼ିଲା ନାହିଁ ଯେ ଆମେ ପାକିସ୍ତାନରୁ ଆସିଛୁ । ମୋମିନ ଆହୁରି କହିଛନ୍ତି ଯେ, ଆମେ ରହୁଥିବା ହୋଟେଲରେ ସମସ୍ତେ ହିନ୍ଦୁ ଥିଲେ । ଯେତେବେଳେ ମୁଁ ଜଣେ ବ୍ୟକ୍ତିଙ୍କୁ ନମାଜ ପଢିବା ପାଇଁ ଜାନମାଜ ମାଗିଲି, ସେତେବେଳେ ତାଙ୍କ ପାଖରେ ତାହା ନଥିଲା । ଏହାପରେ ସଙ୍ଗେସଙ୍ଗେ ନମାଜ ପଢିବାକୁ ସେ ଆମକୁ ଏକ ପରିଷ୍କାର କପଡ଼ା ଆଣି ଦେଇଥିଲେ । ସେ କହିଛନ୍ତି ଯେ, ଆମେ କିଛି ମନ୍ଦିରରେ ମଧ୍ୟ ଦର୍ଶନ କରିଛୁ । ଆମେ ସେମାନଙ୍କୁ କହିଥିଲୁ ଯେ ଆମେ ପାକିସ୍ତାନରୁ ଆସିଛୁ ଏବଂ ଅଧିକ ସ୍ଥାନ ଦେଖିବାକୁ ଚାହୁଁଛୁ । ସେମାନେ ଆମକୁ ବହୁତ ଆନନ୍ଦରେ ସ୍ୱାଗତ କଲେ ଏବଂ ଆମକୁ ମନ୍ଦିର ବୁଲାଇଥିଲେ । ମୋମିନ ଭାରତର ବିକାଶକୁ ମଧ୍ୟ ପ୍ରଶଂସା କରିଛନ୍ତି । ମୋମିନ କହିଛନ୍ତି ଯେ, କରାଚୀ ପରି ସହର ଅପେକ୍ଷା ଭାରତର ଗ୍ରାମ ଉନ୍ନତ । ଭାରତରେ ଚୋରି ଭଳି ଘଟଣା ନାହିଁ, ଲୋକମାନେ ବହୁତ ଶିକ୍ଷିତ । ଭାରତରେ ମହିଳାମାନେ ମଧ୍ୟ କାମ କରନ୍ତି, ଯାହା ପାକିସ୍ତାନରେ କମ୍ । ମୋମିନ ଭାରତରେ ଖାଦ୍ୟକୁ ବହୁତ ପ୍ରଶଂସା କରିଛନ୍ତି । ଲୋକମାନେ ରାଜନୈତିକ ସ୍ତରରେ ମଧ୍ୟ ଏତେଟା ବିଭାଜିତ ନୁହଁନ୍ତି, ଯାହା ମୋତେ ବହୁତ ଭଲ ଲାଗିଲା ।

Leave a Reply