Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଦେଶଖାଲି ଯୌନ ନିର୍ଯାତନା ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ନୂଆଦିଲ୍ଲୀ: ଶାସକ ତୃଣମୂଳ କଂଗ୍ରେସର ସ୍ଥାନୀୟ ନେତାଙ୍କ ବିରୋଧରେ ମହିଳାଙ୍କ ଉପରେ ଯୌନ ନିର୍ଯାତନା ଏବଂ ଜମି ହଡ଼ପ ଅଭିଯୋଗ ଆଣିଥିବା ସନ୍ଦେଶଖାଲି ମାମଲାର ସିବିଆଇ ତଦନ୍ତ ପାଇଁ କୋଲକାତା ହାଇକୋର୍ଟ ବୁଧବାର ନିର୍ଦ୍ଦେଶ ଦେଇଛନ୍ତି ।ଏଥି ସହ ଚାଷ ଜମିକୁ ବେଆଇନ ଭାବେ ମତ୍ସ୍ୟଚାଷ ପାଇଁ ରୂପାନ୍ତରିତ କରିବା ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିବାକୁ କୋର୍ଟ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ୍ ଉପରେ ହୋଇଥିବା ଆକ୍ରମଣର ତଦନ୍ତ ଦାୟିତ୍ୱ ସିବିଆଇକୁ ହସ୍ତାନ୍ତର କରାଯାଇଥିଲା । ଆଜିର ରାୟ ଶୁଣାଇ କୋର୍ଟ କହିଛନ୍ତି, ସନ୍ଦେଶଖାଲିରେ ମାମଲାର ଜଟିଳତାକୁ ଦୃଷ୍ଟିରେ ରଖି ନିରପେକ୍ଷ ତଦନ୍ତ ହେବାରେ କୌଣସି ସନ୍ଦେହ ନାହିଁ । ଆମର ମତ ହେଉଛି, ତଦନ୍ତ ପାଇଁ ଯେଉଁ ଏଜେନ୍ସିକୁ ଦାୟିତ୍ୱ ଦିଆଯାଇଛି, ତାକୁ ରାଜ୍ୟ ସରକାର ଉପଯୁକ୍ତ ସମର୍ଥନ ଦେବା ଦରକାର । ଅଭିଯୋଗ ଗ୍ରହଣ ପାଇଁ ଏକ ପୋର୍ଟାଲ/ଇମେଲ୍ ଆଇଡି ଆରମ୍ଭ କରାଯିବ । ଜିଲ୍ଲାପାଳ ଏହାର ବ୍ୟାପକ ପ୍ରଚାର ପାଇଁ ପଦକ୍ଷେପ ନେବାକୁ କୋର୍ଟ କହିଛନ୍ତି । ସିବିଆଇ ଏକ ବିସ୍ତୃତ ରିପୋର୍ଟ ଦାଖଲ କରିବା ସହ ଜମି ଜବରଦଖଲ ଘଟଣାର ତଦନ୍ତ କରିବ । ସାଧାରଣ ଲୋକ, ସରକାରୀ ବିଭାଗ, ବେସରକାରୀ ଅନୁଷ୍ଠାନ (ଏନଜିଓ) ଇତ୍ୟାଦି ସମେତ ଯେ କୌଣସି ବ୍ୟକ୍ତିଙ୍କୁ ପଚରାଉଚରା କରିବାର କ୍ଷମତା ଏଜେନ୍ସି ପାଖରେ ରହିବ । କୋର୍ଟ ପୂରା ମାମଲା ଉପରେ ତୀକ୍ଷ୍ଣ ନଜର ରଖିବେ । ୧୫ ଦିନ ମଧ୍ୟରେ ପ୍ରାଥମିକତା ଭିତ୍ତିରେ ସିସିଟିଭି କ୍ୟାମେରା ଲଗାଯିବ । ଏଲ୍‌ଇଡି ଷ୍ଟ୍ରିଟ୍ ଲାଇଟ୍ ମଧ୍ୟ ଲଗାଯିବ । ଆବଶ୍ୟକ ମୁତାବକ ପାଣ୍ଠି ରାଜ୍ୟ ସରକାର ଦେବେ ବୋଲି କୋର୍ଟ କହିଛନ୍ତି । ଏଥି ସହ ମାମଲାର ଶୁଣାଣି ମେ’ ୨ତାରିଖକୁ ଧାର୍ଯ୍ୟ କରାଯାଇଛି ।

Leave a Reply