Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଦିବାସୀଙ୍କ ଠାରୁ ବଡ ହିନ୍ଦୁ କେହି ନାହାନ୍ତି : ବିଷ୍ଣୁ ଦେବ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଦିବାସୀଙ୍କ ଠାରୁ ବଡ ହିନ୍ଦୁ କେହି ନାହାନ୍ତି : ବିଷ୍ଣୁ ଦେବ


ରାୟପୁର/ଯଶପୁର : ଯେଉଁମାନେ କହୁଛନ୍ତି ଯେ, ଆଦିବାସୀମାନେ ହିନ୍ଦୁ ନୁହଁନ୍ତି ଏଭଳି ବିଧର୍ମୀଙ୍କ ପ୍ରତି ସତର୍କ ରହିବା ଉଚିତ ବୋଲି କହିଛନ୍ତି ଛତିଶଗଡର ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ସେ କହିଛନ୍ତି ଆଦିବାସୀଙ୍କ ଠାରୁ କେହି ବଡ ହିନ୍ଦୁ ନାହାନ୍ତି କିମ୍ବା ସେମାନଙ୍କ ଏକତା ପ୍ରତି ପ୍ରଶ୍ନବାଚୀ ଲଗାଇବା ଉଚିତ ନୁହେଁ । ଏହି ବିଧର୍ମୀମାନଙ୍କୁ କଡା ଜବାବ ଦିଆଯିବା ଉଚିତ ବୋଲି ଶ୍ରୀ ସାଏ କହିଥିଲେ । ଯଶପୁରର ବନବାସୀ କଲ୍ୟାଣ ଆଶ୍ରମରେ ଆଦିବାସୀମାନଙ୍କ ସବୁଠାରୁ ବଡ ପୂଜା ମହୋତ୍ସବରେ ଯୋଗଦେଇ ଶ୍ରୀ ସାଏ ଏହି ମନ୍ତବ୍ୟ ରଖିଛନ୍ତି । ସେ ଏହି ଅବସରରେ ଛତିଶଗଡବାସୀଙ୍କୁ ହିନ୍ଦୁ ନବବର୍ଷ ଓ ନବରାତ୍ରର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ । ସେ କହିଥିଲେ ଚୈତ୍ର ପ୍ରତିପ୍ରଦ ଦିନ ଏହି ପୂଜା କରିବାର ଏକ ପରମ୍ପରା ଆଦିବାସୀମାନଙ୍କ ମଧ୍ୟରେ ରହିଆସିଅଛି । ସେ କହିଥିଲେ ବିଧାନସଭା ନିର୍ବାଚନରେ ଆପଣମାନେ ମୋଦୀଙ୍କ ଗ୍ୟାରେଣ୍ଟିକୁ ବିଶ୍ୱାସ କରି ଭାଜପାକୁ ପୁର୍ଣ୍ଣ ଆଶୀର୍ବାଦ ପ୍ରଦାନ କରିଥିଲେ । ମୋ ସରକାରକୁ ଏବେ ୧୦୦ଦିନ ପୁରି ଯାଇଛି । ମୋ ସରକାର ମୋଦୀଙ୍କ ଗ୍ୟାରେଣ୍ଟିକୁ ପ୍ରାଥମିକତା ଦେଉଛି । ତାଙ୍କ ଗ୍ୟାରେଣ୍ଟିକୁ ପୂର୍ଣ୍ଣ କରିବା ପାଇଁ ମୁଁ ପ୍ରତିଶ୍ରୁତିବଦ୍ଧ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୧୮ଲକ୍ଷ ପିଏମ୍ ଆବାସ ଯୋଗାଇ ଦିଆଯାଇଛି ।

Leave a Reply