Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଉମରକୋଟ ସହରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଉମରକୋଟ ସହରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ


ଉମରକୋଟ: ନବରଙ୍ଗପୁର ଜିଲା ଉମରକୋଟ ସହରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ ହୋଇଯାଇଛି । ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ପୂଜା କାର୍ଯ୍ୟ ସମ୍ପନ କରି ଡିଜେ, ବାଜା, ସଂକୀର୍ତ୍ତନ କରି ଏକ ବିରାଟ ଶୋଭାଯାତ୍ରା ବାହାରି ଡିଏନକେ ପଡିଆ ପର୍ଯ୍ୟନ୍ତ ଯାଇଥିଲା । ଏହି ଶୋଭାଯାତ୍ରାରେ ପ୍ରାୟ ୩ ହଜାର ରୁ ଊର୍ଦ୍ଧ୍ୱ ଅଞ୍ଚଳବାସୀ ସାମିଲ ହୋଇଥିଲେ । ରାସ୍ତା କଡ଼ରେ ଥିବା ଅଧିକାଂଶ ଘର ଆଗରେ କୁମ୍ଭ, ଧୂପ ଓ ଦୀପ ରଖ୍ ଶୋଭାଯାତ୍ରକୁ ସ୍ୱାଗତ କରାଯାଇଥିଲା । ପ୍ରତ୍ୟେକ ଛକରେ ପଣାର ଆୟୋଜନ କରାଯାଇଥିଲା । ଏହି ଭବ୍ୟ ଦିବ୍ୟ ଦିନଟିକୁ ହିନ୍ଦୁ ନବବର୍ଷ ଓ ବିଶ୍ୱ ବ୍ରହ୍ମକ୍ଷଣ୍ଡର ସୃଷ୍ଟିର ଦିବସ ଭାବରେ ପାଳନ କରାଯାଇଥିଲା । ଶୋଭାଯାତ୍ରା ସମାପ୍ତ ପରେ ହିନ୍ଦୁ ନବବର୍ଷ ର ସ୍ୱାଗତମ ସାଂସ୍କୃତିକ ନୃତ୍ୟପରେ ମଞ୍ଚାସୀନ ମୁଖ୍ୟଅତିଥି ଓ ଅତିଥିଗଣଙ୍କ ଦ୍ୱାରା ପୂର୍ବରୁ ଅଯୋଧ୍ୟା ଯାଇଥିବା ଅଞ୍ଚଳର ୧୯୯୦,୧୯୯୨ ସେବକମାନଙ୍କୁ ଓ ଉମରକୋଟ ନିସ୍ୱାର୍ଥପର ସମାଜସେବୀ, ହିନ୍ଦୁତ୍ୱ ସେବକ ସେବିକା, ଗୋସେବକ ଯେଉଁମାନେ ଅନେକ ସମୟରେ ସନାତନ କାର୍ଯ୍ୟରେ ସହଯୋଗ କରୁଛନ୍ତି ସେମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ଜୟ ଶ୍ରୀ ରାମଧ୍ୱନିରେ ସହର ପ୍ରକମ୍ପିତ ହୋଇଥିଲା । ଛୋଟ ଛୋଟ ପିଲାମାନେ ରାମ, ଲକ୍ଷ୍ମଣ ଓ ସୀତା ବେଶରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ ।ଶୋଭାଯାତ୍ରାରେ ଜଗଦଲପୁର ର ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପ୍ରଭାରୀ ହେମନ୍ତ ପାଣ୍ଡେ,ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ତପନ ଦେବନାଥ, ଚିତ୍ତରଞ୍ଜନ ପାତ୍ର,ମୁନା ପାଢ଼ୀ, ରାଜନେତା ଜୟଦେବ ପରିଡ଼ା, ଅଶୋକ ପ୍ରଧାନ, ରମେଶ ସାହୁ,ରଜତ ସାନ୍ତା,ସନ୍ତୋଷ ଜେନା, ଅଶୋକ ପାତ୍ର, କୃପାରାମ ସାହୁ, କୋଟେଶ୍ୱର ପଟ୍ଟନାୟକ, ବାଳକୃଷ୍ଣ ପାତ୍ରପ୍ରମୁଖ ଉପସ୍ଥିତ ଥିବାବେଳେ ବହୁ ସଂଖ୍ୟାରେ ଯୁବ ଗୋଷ୍ଠି ଓ ଦୁର୍ଗାବାହିନୀର ଅନେକ ଯୁବତୀମାନେ ଯୋଗଦେଇଥିଲେ । ଡିଏନ୍‌କେ ପଡିଆରେ ଲୋକଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା ା

Leave a Reply