Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ରାମମନ୍ଦିର ଉଦଘାଟନ ଦିନ କୋଲକାତାରେ ରାମ ପୂଜା ପାଇଁ ଅନୁମତି ଦେଲାନି କୋଲକାତା ପୋଲିସ, ହାଇକୋର୍ଟରେ ମାମଲା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ରାମମନ୍ଦିର ଉଦଘାଟନ ଦିନ କୋଲକାତାରେ ରାମ ପୂଜା ପାଇଁ ଅନୁମତି ଦେଲାନି କୋଲକାତା ପୋଲିସ, ହାଇକୋର୍ଟରେ ମାମଲା


କୋଲକାତା: ରାମ ମନ୍ଦିର ଉଦଘାଟନ ଦିନ କୋଲକାତାର କାଲିଘାଟରେ ଭଗବାନ ରାମଙ୍କ ପୂଜା ପାଇଁ ଅନୁମତି ମିଳୁନାହିଁ । କୋଲକାତା ପୋଲିସ ଅନୁମତି ଦେବାକୁ ମନା କରିବା ପରେ ବୁଧବାର କୋଲକାତା ହାଇକୋର୍ଟରେ ପିଟିସନ ଦାୟର ହୋଇଛି । ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଜାନୁୟାରୀ ୨୨ରେ ରାମମନ୍ଦିରର ପ୍ରାଣ ପ୍ରତିଷ୍ଠା ହେବ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାମିଲ ହେବେ । ଏହି ଦିନ ଦେଶର ଅନେକ ସ୍ଥାନରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । କାଲୀଘାଟ ବହୁମୁଖୀ ସେବା ସମିତି ଏହି ଦିନ କାଲୀଘାଟରେ ୬୬ ପଲ୍ଲୀ କ୍ଲବ ନିକଟରେ ଭାଗବାନ ରାମଙ୍କ ପୂଜାର ଆୟୋଜନ କରିବାକୁ ଚାହୁଁଛି । ପୋଲିସ ପୂଜାରେ ବାଧା ଉପଜାଉଥିବା ଅଭିଯୋଗ ହୋଇଛି । ହାଇକୋର୍ଟର ଜଷ୍ଟିସ ଜୟ ସେନଗୁପ୍ତା ବୁଧବାର ମାମଲାକୁ ଅନୁମତି ପ୍ରଦାନ କରିଛନ୍ତି । ମାମଲାର ଶୁଣାଣି ଆସନ୍ତା ସପ୍ତାହ ସୋମବାର ହେବ ।

Leave a Reply