Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଗୋଶାଣୀନୂଆଗାଁ ସ୍ଥିତ କେସି ହାଇସ୍କୁଲ ପଡିଆ ଠାରେ ଆର୍‌ଏସଏସ୍ ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଗୋଶାଣୀନୂଆଗାଁ ସ୍ଥିତ କେସି ହାଇସ୍କୁଲ ପଡିଆ ଠାରେ ଆର୍‌ଏସଏସ୍ ଦ୍ୱାରା ରାଷ୍ଟ୍ରୀୟ ନବବର୍ଷ ପାଳିତ


ବ୍ରହ୍ମପୁର : ଭାରତୀୟ କାଳଗଣନା ପଦ୍ଧତି ଅତ୍ୟନ୍ତ ପ୍ରାଚୀନ ଓ ବିଜ୍ଞାନସମ୍ମତ ମଧ୍ୟ । ଅତି ବିଶାଳ କାଳଖଣ୍ଡକୁ ସଠିକ ଭାବେ ମାପିବା କେବଳ ଭାରତୀୟଙ୍କ ଦ୍ୱାରା ସମ୍ଭବପର ହୋଇପାରିଛି । ସେହି କ୍ରମରେ ଜାନୁଆରୀ ୧ ନୁହେଁ ଚୈତ୍ର ଶୁକ୍ଳ ପ୍ରତିପଦା ହିଁ ଆମର ନବବର୍ଷ । ଏହି ଦିନ ଭାରତୀୟ ପରମ୍ପରାରେ ଅତ୍ୟନ୍ତ ମହତ୍ୱପୂର୍ଣ ଘଟଣାମାନ ସଂଘଟିତ ହୋଇଥିଲା । ଭଗବାନ ଶ୍ରୀରାମ ଓ ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟଭିଷେକ, ମହର୍ଷି ଦୟାନନ୍ଦଙ୍କ ଦ୍ୱାରା ଆର୍ଯ୍ୟ ସମାଜ ପ୍ରତିଷ୍ଠା, ଦେବୀ ଦୁର୍ଗାଙ୍କ ବାସନ୍ତିକ ନବରାତ୍ରି ପୂଜା ଆରମ୍ଭ, ସନ୍ଥ ଝୁଲେଲାଈ ଓ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଙ୍ଘ ପ୍ରତିଷ୍ଠାତା ଡା କେଶବ ବଳିରାମ ହେଡ଼ଗେୱାରଙ୍କ ଜନ୍ମଦିନ । ଏଣୁ ଏହି ଦିନକୁ ସମସ୍ତ ହିନ୍ଦୁ ତଥା ଭାରତୀୟ ପାଳନ କରିବା ଉଚିତ । ଆରଏସଏସ ଜଗନ୍ନାଥ ଉପନଗର ଦ୍ୱାରା ମଙ୍ଗଳବାର ହିନ୍ଦୁ ନବବର୍ଷ ତଥା ବର୍ଷ ପ୍ରତିପଦା ଉତ୍ସବ ପାଳନ ଅବସରରେ ଏହା କୁହାଯାଇଛି । ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହର ଗୋଶାଣୀନୂଆଗାଁ ସ୍ଥିତ କେସି ହାଇସ୍କୁଲ ପଡିଆ ଠାରେ ଶତାଧିକ ଗଣବେଶଧାରୀ ସ୍ୱୟଂସେବକଙ୍କ ଉପସ୍ଥିତରେ ଏହି ଉତ୍ସବ ପାଳିତ ହୋଇଛି । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ସହନଗର କାର୍ଯ୍ୟବାହ ନୀଳକଣ୍ଠ ଚୌଧୁରୀ, ମୁଖ୍ୟ ବକ୍ତା ଭାବେ ଜିଲ୍ଲା କୁଟୁମ୍ବ ପ୍ରବୋଧନ ପ୍ରମୁଖ ନାରାୟଣ ପଣ୍ଡା । ସେହିଭଳି ମୂଖ୍ୟବକ୍ତା କଳି ଯୁଗାଦ ୫୧୨୬ ତଥା ବିକ୍ରମ ସମ୍ବତ ୨୦୮୧ ଆରମ୍ବର ଶୁଭେଚ୍ଛା ଜଣାଇଥିଲେ କ୍ଷ ପ୍ରତିଟି ଭାରତୀୟ ଏହାକୁ ପାଳି ରାଷ୍ଟ୍ରୀୟ ଚେତନାର ଉନ୍ମେଷରେ ସହାଭାଗୀ ହେବାକୁ ଆହ୍ୱାନ ଦେଇଥିଲେ । କାର୍ଯ୍ୟକ୍ରମରେ ଆରଏସଏସ ଉତ୍କଳ (ପୂର୍ବ ) ପ୍ରାନ୍ତ ସେବା ପ୍ରମୁଖ ସାନ୍ତୁନୁ ମାଝୀ ଯୋଗଦେଇ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।

Leave a Reply