Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ହିନ୍ଦୁ ନବବର୍ଷ ପାଳିତ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା ଗୃହରେ ହିନ୍ଦୁ ନବ ବର୍ଷ ପାଳିତ ହୋଇଛି । ଅଖିଳ ଭାରତୀୟ ସାହିତ୍ୟ ପରିଷଦ ଓଡ଼ିଶା ବଲାଙ୍ଗୀର ଶାଖା କଣ୍ଟାବାଞ୍ଜି ଓ ନିର୍ଝରଣୀ ସାହିତ୍ୟ ପରିଷଦର ଆନୁକୁଲ୍ୟରେ ହୋଇଛି । ଏହି କାର୍ଯ୍ୟ କ୍ରମରେ ନିର୍ଝରଣୀର ସଭାପତି ରାମ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ମହନ୍ତ ଅଦ୍ୱୈତ ବଲ୍ଲଭ(ମୁଖ୍ୟ ଅତିଥି ) ଡକ୍ଟର ନାରାୟଣ ମିଶ୍ର(ମୁଖ୍ୟବକ୍ତା) ଅବସରପ୍ରାପ୍ତ ଶିକ୍ଷକ ଈଶ୍ୱର ଚନ୍ଦ୍ର ଖମାରୀ (ସମ୍ମାନିତ ଅତିଥି ) ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ତଥା କବି ସୁଶ୍ରୀ ସବିତା ଭୋଇ ମଞ୍ଚସୀନ ଥିଲେ । କାର୍ଯକ୍ରମ ପ୍ରାରମ୍ଭରେ ବାଗଦେବି ସରସ୍ୱତୀଙ୍କୁ ପୂଜା ଅର୍ଚ୍ଚନା ପରେ ସଭାପତି ଶ୍ରୀ ସାହୁଙ୍କ ଜନ୍ମ ଦିନ ପାଳନ ପାଳନ କରାଯାଇଥିଲା । ଏପରିକି ଶିକ୍ଷକତାରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରାପ୍ତ ବିଦ୍ୟାଳୟର ଶିକ୍ଷୟତ୍ରୀ ମଞ୍ଜୁଲତା ଧରୁଆଙ୍କୁ ସମ୍ବର୍ଦ୍ଧିତ କରା ଯାଇଥିଲା । ଏହା ପରେ ନିର୍ଝରଣୀର ଶିଶୁ କିଶୋର ପତ୍ରିକା ଓ ସବିତା ଭୋଇଙ୍କ ଆକାଶକୁ ଯାଉଛୁ ଉନ୍ମୋଚିତ କରାଯାଇଥିଲା । କାର୍ଯକ୍ରମକୁ ନିର୍ଝରଣୀର ସମ୍ପାଦକ ବିରଞ୍ଚି ନାରାୟଣ ଦାସ ମଞ୍ଚ ପରିଚାଳନା କରିଥିଲେ । ସଭା ଶେଷରେ ଅନୁଷ୍ଠାନର ସହ ସଂପାଦିକା ଅଞ୍ଜଳି ମାଝୀ ଧନ୍ୟବାଦ୍ ଦେଇଥିଲେ ।

Leave a Reply