Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳିତ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମିଲୁ ଚରଣ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ଆଚାର୍ଯ୍ୟ କ୍ଷୀରୋଦ କୁମାର ସାହୁ ମଞ୍ଚାସୀନ ଅତିଥିଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଶିଶୁବାଟିକା ପ୍ରମୁଖ ରତ୍ନପ୍ରଭା ସାହୁ ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷର ମୂଲ୍ୟଯୁକ୍ତ ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ ପ୍ରିୟଙ୍କା ସାହୁ, ପୂଜା ନାୟକ, ପିଙ୍କିରାଣୀ ଦାଶ ଓ ଶିଶୁ ଭାରତୀର ଶିଶୁ ଭାଇଭଉଣୀ ମଞ୍ଚ ପରିଚାଳନାରେ ସହଯୋଗ ରଖିଥିଲେ । ଆଚାର୍ଯ୍ୟା ପ୍ରିୟତମା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶାଖା ଲଗାଯାଇ ଉକ୍ତ ଦିନର କାର୍ଯ୍ୟକୁ ସମାପନ କରାଯାଇଥିଲା ।

Leave a Reply