ବଡ଼ଯୋରଡା ଗ୍ରାମରେ ଅଯୋଧ୍ୟାରୁ ଆସିଥିବା ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ


ତାଳଚେର: ଦୀର୍ଘ ୫ଶହ ବର୍ଷ ପରେ ଶ୍ରୀରାମ ଜନ୍ମଭୂମୀ ଅଯୋଧ୍ୟାରେ ଆସନ୍ତା ଜାନୁୟାରୀ ୨୨ ତାରିଖରେ ପ୍ରଭୁ ରାମଲାଲାଙ୍କର ପ୍ରାଣ ପ୍ରତିଷ୍ଠା ହେବ । ଏହାକୁ ନେଇ ସମଗ୍ର ଦେଶରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଛି । ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଅଯୋଧ୍ୟା ପକ୍ଷରୁ ସମଗ୍ର ଦେଶରେ ସମସ୍ତଙ୍କ ଘରେ ଘରେ ଯାଇ ଅଯୋଧ୍ୟାରୁ ଆସିଥିବା ଅକ୍ଷତ, ନିମନ୍ତ୍ରଣ ପତ୍ର, ଭଗବାନଙ୍କ ଫୋଟ ଚିତ୍ର ବଣ୍ଟନ କରାଯାଉଛି । ତାଳଚେରରେ ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଅଯୋଧ୍ୟା ପକ୍ଷରୁ ଘର ଘର ବୁଲି ନିମନ୍ତ୍ରଣ ପତ୍ର, ଅକ୍ଷତ ଓ ପ୍ରଭୁ ଶ୍ରୀରାମଙ୍କ ଫୋଟ ଚିତ୍ର ବଣ୍ଟନ କରାଯାଇଛି । ସମଗ୍ର ତାଳଚେରରେ ସବୁ ଘରେ ନିମନ୍ତ୍ରଣ ପହଁଚାଇବା ପାଇଁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି । ତାଳଚେର ବ୍ଲକର ବିଭିନ୍ନ ପଂଚାୟତରେ ସବୁ ଘରକୁ ଘର ଯାଇ ଭବ୍ୟ ପରିବେଶ ମଧ୍ୟରେ ନିମନ୍ତ୍ରଣ ପତ୍ର ଓ ଅକ୍ଷତ ବଣ୍ଟନ କରାଯାଉଛି । ବୁଧବାର ତାଳଚେର ବ୍ଲକର ବଡ଼ଯୋରଡା ଗ୍ରାମରେ ହଜାର ହଜାର ରାମଭକ୍ତ ମାନେ ଶୋଭାଯାତ୍ରାରେ ସାମିଲ ହୋଇ ଅକ୍ଷତ ଓ ନିମନ୍ତ୍ରଣ ପତ୍ର ବଣ୍ଟନ କରିଥିଲେ । ଜାନୁଆରୀ ୨୨ ତାରିଖରେ ସମସ୍ତଙ୍କ ଘରେ ଦିନ ୧୧ଟାରୁ ୧ଟା ମଧ୍ୟରେ ପୂଜାର୍ଚ୍ଚନା କରିବା ସହ ସନ୍ଧ୍ୟାରେ ଦୀପ ଜାଳି ଦୀପାବଳି ଉତ୍ସବ ପାଳନ କରିବାକୁ ନିବେଦନ କରିଥିଲେ । ସେହିଭଳି ସମସ୍ତ ମନ୍ଦିରକୁ ସ୍ୱଚ୍ଛ କରି ସ୍ୱତନ୍ତ୍ର ଭାବେ ପୂଜାର୍ଚ୍ଚନା କରିବାକୁ ନିବେଦନ କରାଯାଇଛି । ରାମଭକ୍ତ କାଳନ୍ଦି ସାମଲ, ପର୍ଶୁରାମ ବାରିକ, ମାୟାଧର ସାହୁ, ଶ୍ରୀକାନ୍ତ ବିଶ୍ୱାଳ, ହିମାଂଶୁ ସାହୁ, ଜବାହର ପ୍ରଧାନ, ନିର୍ମଳ ପ୍ରଧାନ, ଅଭୟ ପ୍ରଧାନ, ବିଦେଶୀ ଦେହୁରୀ, ସରପଂଚ ଜିତେନ ବେହେରା, ସମିତି ସଭ୍ୟ ବିକ୍ରମ ବେହେରା, ଉଦୟନାଥ ନାୟକ, ଅଧିକାରୀ ସାହୁ, ବଳରାମ ସାହୁ ସୁଧୀର ସାହୁ, ଶୋଭାଗିନୀ ପ୍ରଧାନ, ବିଭୁତି ସାହୁ, ମନୋଜ ପ୍ରଧାନ, ଯସ୍ମୀନ ପ୍ରଧାନଙ୍କ ସମେତ ବହୁ ରାମଭକ୍ତ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସଂଘର ବିବିଧ କ୍ଷେତ୍ରର କାର୍ଯ୍ୟକର୍ତା, ସମସ୍ତ ରାମଭକ୍ତ, ବିଶିଷ୍ଟ ବ୍ୟକ୍ତି, ସଂକୀର୍ତନ ମଣ୍ଡଳୀ, ଧର୍ମାନୁଷ୍ଠାନ ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ କାର୍ଯ୍ୟରେ ଭବ୍ୟ ପରିବେଶ ମଧ୍ୟରେ ଅକ୍ଷତ ବଣ୍ଟନ କରୁଛନ୍ତି ।

Leave a Reply

Your email address will not be published. Required fields are marked *