Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ସନ୍ଦେଶଖାଲି ମାମଲାର ଦୋଷୀଙ୍କୁ ଦିଆଯିବ କଡାଦଣ୍ଡ : ପ୍ରଧାନମନ୍ତ୍ରୀ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ସନ୍ଦେଶଖାଲି ମାମଲାର ଦୋଷୀଙ୍କୁ ଦିଆଯିବ କଡାଦଣ୍ଡ : ପ୍ରଧାନମନ୍ତ୍ରୀ

କୋଲକାତା: ସନ୍ଦେଶଖାଲି ମାମଲାର ଦୋଷୀଙ୍କୁ କଡାଦଣ୍ଡ ଦିଆଯିବ । ମାଆ ଭଉଣୀଙ୍କ ପ୍ରତି ଅନ୍ୟାୟକୁ କୌଣସି ପ୍ରକାର ସହ୍ୟ କରାଯିବ ନାହିଁ । ପଶ୍ଚିମବଙ୍ଗର କୁଚବେହାରରେ ଏକ ବିରାଟ ଜନସଭାକୁ ସମ୍ବୋଧନ ବେଳେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମହିଳାଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ସବୁ ବେଳେ ପ୍ରୟାସ କରୁଛନ୍ତି । ଏଭଳି କ୍ଷେତ୍ରରେ ସନ୍ଦେଶଖାଲି ମାମଲାର ଅଭିଯୁକ୍ତଙ୍କୁ ବଞ୍ଚାଇବାକୁ ଚେଷ୍ଟା କରୁଛନ୍ତି ରାଜ୍ୟର ଟିଏମସି ସରକାର । ସେମାନଙ୍କୁ ଉଚିତ ଜବାବ ମିଳିବ ବୋଲି କହିଛନ୍ତି ମୋଦି । ରାଜ୍ୟରେ କେନ୍ଦ୍ରର କୌଣସି ଯୋଜନାକୁ ଲାଗୁ କରୁନାହିଁ ଟିଏମସି ସରକାର । ରାଜ୍ୟରେ ମେଡିକାଲ କଲେଜ ସ୍ଥାପନା ପାଇଁ ପ୍ରୟାସ କରାଯାଉଥିବା ବେଳେ ଟିଏମସି ତାହା କରାଇ ଦେଉନାହିଁ । ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଯଥେଷ୍ଟ ଅର୍ଥ ଦେଉଥିବା ସତ୍ତ୍ୱେ ଠିକ ସମୟରେ ବିଭିନ୍ନ ପ୍ରକଳ୍ପ ପୂର୍ଣ୍ଣ ହୋଇପାରୁନାହିଁ । ଯେଉଁଥିପାଇଁ ଏଠାକାର ଲୋକେ ପ୍ରଭାବିତ ହେଉଛନ୍ତି ବୋଲି ମୋଦି କହିଛନ୍ତି । କଂଗ୍ରେସ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କଂଗ୍ରେସ ସବୁବେଳେ ଗରିବୀ ହଟାଓ ନାରା ଦେଉଥିବା ବେଳେ ବିଜେପି ସରକାର ଗରିବୀ କମାଇ ଦେଖାଇଛନ୍ତି ବୋଲି କହିଛନ୍ତି । ଦେଶରେ ଏକ ଶକ୍ତିଶାଳୀ ସରକାରର ଆବଶ୍ୟକତା ରହିଛି । କଠୋର ନିଷ୍ପତ୍ତି ନେଲେ ଦେଶ ଆର୍ôଥକ ବିକାଶ ଦିଗରେ ଦୌଡିବ । ଏଥିପାଇଁ ଦେଶବାସୀ ଏଥର ସଶକ୍ତ କେନ୍ଦ୍ର ସରକାର ଗଠନ କରିବା ପାଇଁ ସ୍ଥିର କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି

Leave a Reply