Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ସଫଳ ପରୀକ୍ଷଣ

ବାଲେଶ୍ୱର, ୪ ।୪: ନ୍ୟୁ ଜେନେରେସନ ବାଲାଷ୍ଟିକ ମିସାଇଲ ‘ଅଗ୍ନି ପ୍ରାଇମ’ର ପୁଣି ଥରେ ରାତ୍ରୀକାଳୀନ ସଫଳ ପରୀକ୍ଷଣ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଧାମରା ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସନ୍ଧ୍ୟା ୬ ଟା ୫୦ରେ ଏହାର ସଫଳ ପରୀକ୍ଷଣ କରିଛି । ମଧ୍ୟମ ଦୂରଗାମୀ ଅଗ୍ନୀ ପ୍ରାଇମ୍ କ୍ଷେପଣାସ୍ତ୍ର ସ୍ଥିରିକୃତ ବେଗ, ଦୀଗ ଓ ଲକ୍ଷ୍ୟ ସ୍ଥଳକୁ ସଠିକ୍ ଭାବେ ଟାର୍ଗେଟ କରିପାରିଥିବା ପ୍ରତିରକ୍ଷା ବିଭାଗ ତରଫରୁ କୁହାଯାଇଛି । ଅଗ୍ନୀ ପ୍ରାଇମ୍‌ର ଲକ୍ଷ୍ୟଭେଦ କ୍ଷମତା ୨ ହଜାର କିଲୋମିଟର । ଏଥିରେ ୩୦୦୦ କେଜି ପର୍ଯ୍ୟନ୍ତ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ । ସ୍ଥଳଭାଗରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ କରିପାରୁଥିବା ମଧ୍ୟମ ଦୂରଗାମୀ ବାଲେଷ୍ଟିକ ମିସାଇଲ ଅଗ୍ନୀ- ପ୍ରାଇମର କେନିଷ୍ଟାରରୁ ବ୍ୟବହାରିକ ପରୀକ୍ଷଣ କରିଛି ଷ୍ଟାଟେଜିକ୍ କମାଣ୍ଡ ଫୋର୍ସ ।

Leave a Reply