Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭୋଜଶାଳାରେ ଏଏସଆଇ ସର୍ଭେ ଜାରି ରହିବ, ରହିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭୋଜଶାଳାରେ ଏଏସଆଇ ସର୍ଭେ ଜାରି ରହିବ, ରହିତାଦେଶ ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଭୋଜଶାଳାରେ ସର୍ଭେ ମାମଲାରେ ସୁପ୍ରିମକୋର୍ଟ କହିଛନ୍ତି ଯେ ସେଠାରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷମ ସଂସ୍ଥା ବା ଏଏସଆଇର ସର୍ଭେ ଜାରି ରହିବ । ସର୍ବୋଚ୍ଚ ନ୍ୟାୟାଳୟ ସର୍ଭେ ଉପରେ ରୋକ୍ ଲଗାଇବାକୁ ମନା କରିଦେଇଥିବା ବେଳେ ବିନା ଅନୁମତିରେ ଏଏସଆଇ ରିପୋର୍ଟ ଆଧାରରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି କହିଛନ୍ତି । ଅଦାଲତ କହିଛନ୍ତି ଯେ ସେଠାରେ ଖନନ ଇତ୍ୟାଦି ଭଳି କିଛି ହେବା ଉଚିତ ନୁହେଁ, ଯାହା ଦ୍ୱାରାକି ସେଠାକାର ଧାର୍ମିକ ଚରିତ୍ର ବଦଳଯିବ । ମୁସଲିମ ପକ୍ଷର ଆବେଦନ ଉପରେ ସୁପ୍ରିମକୋର୍ଟ ନୋଟିସ୍ ଜାରି କରିବା ସହ ୪ ସପ୍ତାହ ମଧ୍ୟରେ ହିନ୍ଦୁ ପକ୍ଷଙ୍କୁ ଜବାବ ମାଗିଛନ୍ତି । ସୂଚନାଯୋଗ୍ୟ, ମଧ୍ୟପ୍ରଦେଶର ଧାରସ୍ଥିତ ଭୋଜଶାଳାରେ ଏଏସଆଇ ସାଇଣ୍ଟିଫିକ ସର୍ଭେ କୁ ନିଷିଦ୍ଧ କରିବା ଦାବିରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ମଧ୍ୟପ୍ରଦେଶ ହାଇକୋର୍ଟର ଇନ୍ଦୋର ଖଣ୍ଡପୀଠର ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି ମୁସଲମାନ ପକ୍ଷ । ଏଏସଆଇ ସର୍ଭେ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ହାଇକୋର୍ଟଙ୍କ ରାୟ ଉପରେ ପ୍ରତିବନ୍ଧକ ଲଗାଇବାକୁ ମୁସଲିମ ପକ୍ଷ ଦାବି କରିଛି । ହିନ୍ଦୁ ସଂଗଠନ ଅନୁଯାୟୀ, ଧାରର କମଲ ମୌଲାନା ମସଜିଦ ପ୍ରକୃତରେ ମା’ ସରସ୍ୱତୀ ମନ୍ଦିର ଭୋଜଶାଳା, ଯାହା ୧୦୩୪ ମସିହାରେ ରାଜା ଭୋଜ ସଂସ୍କୃତ ଅଧ୍ୟୟନ ପାଇଁ ନିର୍ମାଣ କରିଥିଲେ, କିନ୍ତୁ ପରେ ଏହାକୁ ମୋଗଲ ଆକ୍ରମଣକାରୀମାନେ ଭାଙ୍ଗି ଦେଇଥିଲେ ।

Leave a Reply