Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଶ୍ରୀରାମ ନବମୀ ମହୋତ୍ସବ-୨୦୨୪- ମାତୃଭୂମି ପାଇଁ ଗଣଦୌଡ଼ରେ ସାମିଲ୍ ହେଲେ ୫ହଜାର ଶ୍ରୀରାମ ଭକ୍ତ - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଶ୍ରୀରାମ ନବମୀ ମହୋତ୍ସବ-୨୦୨୪- ମାତୃଭୂମି ପାଇଁ ଗଣଦୌଡ଼ରେ ସାମିଲ୍ ହେଲେ ୫ହଜାର ଶ୍ରୀରାମ ଭକ୍ତ


ଭଦ୍ରକ: ଶ୍ରୀରାମ ମହାଯଜ୍ଞ ସମିତି, ଭଦ୍ରକ ତରଫରୁ ରବିବାର ମାତୃଭୂମି ପାଇଁ ଗଣଦୌଡ଼ ଅନୁଷ୍ଠିତ ହୋଇଯାଇଛି । ଏହି ଗଣଦୌଡ଼ଟି ସକାଳ ୭ଟାରେ ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟସ୍ଥ ମା’ତାରିଣୀ ମନ୍ଦିର ଠାରୁ ଆରମ୍ଭ ହୋଇ ସହର ମଧ୍ୟ ଦେଇ ସାଳନ୍ଦୀ ବାଇପାସ୍‌ସ୍ଥିତ ଶ୍ରୀଜଗନ୍ନାଥ ମନ୍ଦିର ନିକଟରେ ଶେଷ ହୋଇଥିଲା । ତାରିଣୀଙ୍କ ମନ୍ଦିରରେ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ପରେ ଗଣଦୌଡ଼କୁ ଶ୍ରୀରାମ ମହାଯଜ୍ଞ ସମିତିର ବରିଷ୍ଠ ଉପଦେଷ୍ଟା ତଥା ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସଭାପତି ବରିଷ୍ଠ ଆଇନଜୀବୀ ନିତ୍ୟାନନ୍ଦ ନାୟକ ଏବଂ କାର୍ଯ୍ୟକାରୀ ସଭାପତି ବ୍ୟୋମକେଶ ସେନାପତି ଗୈରିକ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଦଳମତ ନିର୍ବିଶେଷରେ ମାତୃଭୂମି ପାଇଁ ଉତ୍ସର୍ଗୀକୃତ ହଜାର ହଜାର ଯୁବକ, ଛାତ୍ର, ସାଧାରଣ ଜନତା ସାମୁହିକ ଭାବରେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ଭାରତ ମାତା କୀ ଜୟ, ବନ୍ଦେ ମାତରମ୍‌, ଜୟ ଶ୍ରୀରାମ ଧ୍ୱନୀରେ ସମଗ୍ର ଭଦ୍ରକ ସହରରେ ନିଆରା ପରିବେଶ ସୃଷ୍ଟି ହୋଇଥିଲା । ସହରର ବିଭିନ୍ନ ଛକ ମାନଙ୍କରେ ମାତୃଶକ୍ତିଙ୍କ ଦ୍ୱାରା ପୁଷ୍ପ ଅର୍ପଣ କରାଯାଇ ସ୍ୱାଗତ କରାଯାଇଥିଲା । ଅନୁଷ୍ଠିତ ହୋଇଥିବା ଗଣଦୌଡ଼ରେ ଶ୍ରୀରାମ ମହାଯଜ୍ଞ ସମିତିର ଉପଦେଷ୍ଟାଗଣ ଅଭିମନ୍ୟୁ ସେଠୀ, ରଘୁନାଥ ସାହୁ, ଡ. ପ୍ରଦୀପ ନାୟକ, ଦୀନବନ୍ଧୁ ପତି, ପ୍ରଦୀପ୍ତ ବିଶ୍ୱାଳ, ବଦ୍ରୀ ନାରାୟଣ ଧଳ, ଡ. ଦେବରାଜ ପାତ୍ର, ସାଧାରଣ ସମ୍ପାଦକ ଶରତ ପଢ଼ିଆରୀ, ସଂଯୋଜକ ଗୋବିନ୍ଦ ଚନ୍ଦ୍ର ରାଉତ, ଉପ ସଭାପତି ଜଗନ୍ନାଥ ଦାଶ, ତ୍ରିଲୋଚନ ନାୟକ, କହ୍ନେଇ ଚରଣ ଦାସ, ସମ୍ପାଦକ ସ୍ୱଧୀନ ସୁନ୍ଦର ଦାସ, ସ୍ୱରୂପା ନନ୍ଦ ମହାପାତ୍ର, ତୁଷାରକାନ୍ତ ଦାସ, କୋଷାଧ୍ୟକ୍ଷ ନିରଞ୍ଜନ ସାହୁ, ସହ କୋଷାଧ୍ୟକ୍ଷ ଶିବଶଙ୍କର ଦାସ, ଧାମନଗର ବିଧାୟକ ତଥା ଉପଦେଷ୍ଟା ସୂର୍ଯ୍ୟବଂଶୀ ସୂରଜ, ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ଓଡ଼ିଆ ସିନେତାରକା ଅରିନ୍ଦମ ରାୟଙ୍କ ସମେତ ରାଷ୍ଟ୍ରିୟ ଚେତନା, ରାଷ୍ଟ୍ରର ଅଖଣ୍ଡତା ମାତୃଭୂମିର ସେବା ଓ ରାଷ୍ଟ୍ରବାଦ୍‌ର ଉଦ୍ଦେଶ୍ୟ ନେଇ ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ସାମାଜିକ ସଂଗଠନର ବହୁ କର୍ମକର୍ତ୍ତା, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବିବିଧ କ୍ଷେତ୍ରର କାର୍ଯ୍ୟକର୍ତ୍ତାଗଣ, କ୍ରୀଡ଼ାବିତ୍‌, ବିଭିନ୍ନ କ୍ଲବର ସଦସ୍ୟ, ଅଧ୍ୟାତ୍ମିକ ସଂଗଠନ ଏବଂ ବିଭିନ୍ନ ରାଜନୈତିକ ଦଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏଥିରେ ଯୋଗ ଦେଇଥିଲେ । ଏହି ଗଣଦୌଡ ଠାରୁ଼ ପବିତ୍ର ନାମନବମୀ ମହୋତ୍ସବର ଶୁଭାରମ୍ଭ କରାଯାଇଥାଏ । ପରବର୍ତ୍ତୀ ସମୟରେ ସମିତି ପକ୍ଷରୁ ଗୋ ପୂଜନ, ସାଧୁସନ୍ଥ ପୂଜନ, ବାଲ୍ ବଜରଂଗୀଙ୍କ ଦ୍ୱାରା ସାଇକେଲ ଶୋଭାଯାତ୍ରା, ବିଭିନ୍ନ ତୀର୍ଥକ୍ଷେତ୍ରରୁ ଆଜ୍ଞାମାଳ, କଳସ ଶୋଭାଯାତ୍ରା, ନଗର ସଂକୀର୍ତ୍ତନ ଭଳି ବିଭିନ୍ନ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥାଏ । ଚଳିତ ବର୍ଷ ଅଯୋଧ୍ୟାର ପ୍ରଭୁ ଶ୍ରୀରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ବର୍ଷ ହୋଇଥିବାର ଉତ୍ସାହରେ ଏଥର ନଗର ସଂକୀର୍ତ୍ତନରେ ୧୦ ଲକ୍ଷ ଭକ୍ତଙ୍କର ସମାବେଶ ହେବାର ଆଶା କରାଯାଇଛି ।

Leave a Reply