Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଆଡ୍‌ଭାନୀଙ୍କୁ ଭାରତରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଆଡ୍‌ଭାନୀଙ୍କୁ ଭାରତରତ୍ନ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରବିବାର ଭେଟେରାନ ରାଜନେତା ଲାଲ୍‌କୃଷ୍ଣ ଆଡଭାନୀଙ୍କୁ ଦେଶର ସର୍ବୋଚ୍ଚ ନାଗରିକ ସମ୍ମାନ ଭାରତରତ୍ନ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ବରିଷ୍ଠ ଭାରତୀୟ ଜନତା ପାର୍ଟି (ଭାଜପା) ନେତା ଏଲ୍‌.କେ ଆଡଭାନୀଙ୍କ ବାସଭବନକୁ ଯାଇ ତାଙ୍କୁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରିଛନ୍ତି । ଆଡଭାନୀଙ୍କ ଅସୁସ୍ଥତାକୁ ଦୃଷ୍ଟିରେ ରଖି ଏହା ସ୍ଥିର କରାଯାଇଥିଲା । ଗତଶନିବାର ରାଷ୍ଟ୍ରପତି ଭବନରେ ଆୟୋଜିତ ସମ୍ମାନ ପ୍ରଦାନ ସମାରୋହରେ ଆଡଭାନୀ ଯୋଗ ଦେଇପାରି ନ ଥିଲେ । କାରଣ କିଛିଦିନ ହେବ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ନାହିଁ । ତେଣୁ ସେ ଘରେ ବିଶ୍ରାମ ନେଉଛନ୍ତି । ଏଭଳି ସମୟରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଲାଲକୃଷ୍ଣ ଆଡଭାନୀ ଘରେ ପହଞ୍ଚି ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନୀତ କରିବା ଘଟଣାକୁ ଖୁବ ପ୍ରଶଂସା କରାଯାଉଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏବଂ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେପି ନଡା ଉପସ୍ଥିତ ଥିଲେ । ଗତକାଲି ଆଡଭାନୀଙ୍କ ବ୍ୟତିତ ଅନ୍ୟ ସମସ୍ତଙ୍କୁ ରାଷ୍ଟ୍ରପତି ଭବନରେ ଏକ ଉତ୍ସବରେ ମରଣୋତ୍ତର ଭାବେ ଭାରତ ରତ୍ନ ପ୍ରଦାନ କରାଯାଇଥିଲା । ଗତଶନିବାର ଭାରତ ରତ୍ନ ପୁରସ୍କାରକୁ ଚେ?ଧୁରୀ ଚରଣ ସିଂଙ୍କ ନାତି ଜୟନ୍ତ ସିଂ, ନରସିଂହ ରାଓଙ୍କ ପୁଅ ପି.ଭି ପ୍ରଭାକର ରାଓ, କର୍ପୁରୀ ଠାକୁରଙ୍କ ପୁଅ ରାମନାଥ ଠାକୁର ଏବଂ ଏମଏସ୍ ସ୍ୱାମୀନାଥନଙ୍କ ଝିଅ ନିତ୍ୟା ରାଓ ରାଷ୍ଟ୍ରପତି ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଗ୍ରହଣ କରିଛନ୍ତି । ଏହାପୂର୍ବରୁ ଫେବୃଆରୀରେ ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ ଯେ, ବରିଷ୍ଠ ଭାଜପା ନେତା ଲାଲ୍‌କୃଷ୍ଣ ଆଡଭାନୀଙ୍କୁ ଭାରତରତ୍ନ ପ୍ରଦାନ କରାଯିବ । ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରଧାନମନ୍ତ୍ରୀ କେହିଛନ୍ତି, ଭାରତର ବିକାଶରେ ପୂର୍ବତନ କେନ୍ଦ୍ରମନ୍ତ୍ରୀଙ୍କ ଅବଦାନ ସ୍ମରଣୀୟ । “ମୁଁ ଶେୟାର କରି ବହୁତ ଖୁସି ଯେ, ଏଲ୍‌.କେ ଆଡଭାନୀଙ୍କୁ ଭାରତରତ୍ନ ପ୍ରଦାନ କରାଯିବ । ମୁଁ ମଧ୍ୟ ତାଙ୍କ ସହ କଥା ହୋଇ ତାଙ୍କୁ ଏହି ସମ୍ମାନ ପ୍ରଦାନ କରିଥିବାରୁ ତାଙ୍କୁ ଅଭିନନ୍ଦନ ଜଣାଉଛି । ଆମ ସମୟର ଅନ୍ୟତମ ସମ୍ମାନିତ ରାଜ୍ୟ କର୍ମକର୍ତ୍ତା, ଭାରତର ବିକାଶରେ ତାଙ୍କର ଅବଦାନ ସ୍ମରଣୀୟ ଅଟେ । ତାଙ୍କର ଜୀବନ ହେଉଛି ତୃଣମୂଳସ୍ତରରେ କାର୍ଯ୍ୟ କରିବାଠାରୁ ଆରମ୍ଭ କରି ଆମର ଉପ-ପ୍ରଧାନମନ୍ତ୍ରୀ ଭାବରେ ଦେଶର ସେବା କରିବା ପର୍ଯ୍ୟନ୍ତ । ସେ ଆମ ଗୃହମନ୍ତ୍ରୀ ଭାବରେ ନିଜକୁ ସ୍ୱତନ୍ତ୍ର କରିଥିଲେ । ତାଙ୍କର ସଂସଦୀୟ ହସ୍ତକ୍ଷେପ ସବୁବେଳେ ଆଦର୍ଶ, ସମୃଦ୍ଧ ଜ୍ଞାନରେ ପରିପୂର୍ଣ୍ଣ ଥିଲା ।

Leave a Reply