Deprecated: Function get_magic_quotes_gpc() is deprecated in /home/thxlzghk/news.vskodisha.com/wp-content/plugins/admin-menu-editor-pro-bk/includes/menu-editor-core.php on line 3424
ଭାରତୀୟ ନୌସେନାର ସଫଳତା, ଆତ୍ମସମର୍ପଣ କଲେ ଲୁଟେରା - ବିଶ୍ୱ ସମ୍ବାଦ କେନ୍ଦ୍ର ଓଡିଶା

ଭାରତୀୟ ନୌସେନାର ସଫଳତା, ଆତ୍ମସମର୍ପଣ କଲେ ଲୁଟେରା


ଅପରେସନ ପରେ ସୋମାଲିଆ ଲୁଟେରାଙ୍କଠୁ ଉଦ୍ଧାର ହେଲେ ୨୩ ପାକିସ୍ତାନୀ ନାଗରିକ । ଆରବ ସାଗରରେ ଇରାନର ଫିସିଂ ଭେସଲ ଅପହରଣ ପରେ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରିବା ପାଇଁ ବାହାରିଥିଲା ଭାରତୀୟ ନୌସେନା । ଆଇଏନଏସ ତ୍ରିଶୁଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା । ଜାହାଜରୁ ୨୩ ଜଣ ପାକିସ୍ତାନୀ କ୍ରୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ପୂରା ଅଂଚଳକୁ ଲୁଟେରା ମୁକ୍ତ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଆରବ ସାଗରରେ ଇରାନର ଫିସିଂ ଜାହାଜ ଅଲକମାରରେ କିଛି ସଶସ୍ତ୍ର ସନ୍ଦିଗ୍ଧ ଅପହରଣ କରିବା ପରେ ଭାରତୀୟ ନୌସେନା ସେମାନଙ୍କ ଯୋଜନା ଫେଲ କରିବାକୁ ସକ୍ର ିୟ ହୋଇଥିଲା । ଡିସଟ୍ରେସ ସିଗନାଲ ପାଇବା ପରେ ଭାରତୀୟ ନୌସେନାର ଜାହାଜକୁ ଇରାନର ଫିସିଂ ଜାହାଜ ନିକଟକୁ ପଠାଯାଇଥିଲା । ସେଠାରେ ପହଞ୍ଚିବା ପରେ ଅପହରଣକାରୀଙ୍କ ନିକଟରୁ ଜାହାଜ ହାତେଇବା ପାଇଁ ୧୨ ଘଣ୍ଟା ଧରି ଲମ୍ବା ଅପରେସନ ଆରମ୍ଭ କରାଯାଇଥିଲା । ଗତ ୨୮ ତାରିଖ ବିଳମ୍ବିତ ରାତିରେ ଇରାନର ଏହି ଜାହାଜ ଅପହରଣ ହୋଇଥିଲା । ଭାରତୀୟ ନୌସେନା ପୂର୍ବରୁ ମଧ୍ୟ ଆରବ ସାଗରରେ ହୋଇଥିବା ଜାହାଜ ଅପହରଣ ଉଦ୍ୟମକୁ ପଣ୍ଡ କରିଛନ୍ତି । ଲୋହିତ ସାଗରରେ ମଧ୍ୟ ଅନେକ ଥର ବିପଦରୁ ନାଗରିକମାନଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା । ମାର୍ଚ୍ଚ ୭ ରେ ୨୧ ଜଣ କ୍ରୁ ସଦସ୍ୟଙ୍କୁ ଉଦ୍ଧାର କରିଥିଲା ଭାରତୀୟ ନୌସେନା ଯୁଦ୍ଧ ଜାହାଜ ଓଘଝ କୋଲକାତା । ଏହି ୨୧ ଜଣ କ୍ରୁ’ ସଦସ୍ୟଙ୍କ ମଧ୍ୟରେ ଜଣେ ଭାରତୀୟ ନାଗରିକଙ୍କୁ ମଧ୍ୟ ସୁରକ୍ଷିତ ଉଦ୍ଧାର କରାଯାଇଥିଲା । ଆଡେନ୍ ଗଲ୍ଫରେ ୟେମେନର ହୁତି ବିଦ୍ରୋହୀମାନଙ୍କ ଦ୍ୱାରା ସେମାନଙ୍କ ମାଲବାହୀ ଜାହାଜ ଉପରେ ଏକ କ୍ଷେପଣାସ୍ତ୍ର ମାଡ଼ କରାଯାଇଥିଲା । ଏହି ଆକ୍ରମଣରେ ୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଗୁରୁତର ଆହତ ହୋଇଥିଲେ । ୟେମେନର ପୋର୍ଟ ସିଟି ଆଡେନ୍‌ର ଦକ୍ଷିଣ-ପଶ୍ଚିମରୁ ପ୍ରାୟ ୫୫ ନଟିକାଲ ମାଇଲ (୧୦୧ କିଲୋମିଟର) ଦୂରରେ ଏହି ଘଟଣା ଘଟିଥିଲା । ବାରବାଡୋସ୍ ପତାକା ଲାଗିଥିବା ଏକ ବାଣିଜ୍ୟକ ଜାହାଜକୁ ହୁତି ଗୋଷ୍ଠୀ ଟାର୍ଗେଟ୍ କରିଥିଲେ । ଏହା ଉପରେ ହୁତି ବିଦ୍ରୋହୀମାନେ ମିଜାଇଲ୍ ମାଡ଼ କରିଥିଲେ । ଏହି ଜାହାଜ କୁଏତରୁ ଆମେରିକା ଅଶୋଧିତ ତୈଳ ନେଇ ଯାଉଥିଲା । ମିସାଇଲ ଆକ୍ରମଣ ପରେ ଜାହାଜରେ ଫସିରହିଥିବା କ୍ରୁ ସଦସ୍ୟଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଭାରତୀୟ ନୌସେନା ଜାହାଜ ଓଘଝ କୋଲକାତା ପହଞ୍ଚିଥିଲା ।

Leave a Reply